ETV Bharat / international

ଲକଡାଉନ ସଜାଇଲା ଆଡଲ୍ଟ ଷ୍ଟାର

author img

By

Published : Jun 13, 2020, 9:33 PM IST

ଅଷ୍ଟ୍ରେଲିଆର ଜଣେ ମହିଳା କାର୍ ରେସରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଲକଡାଉନ ଯୋଗୁଁ ଆର୍ଥିକ ସମସ୍ୟା ଦେଖାଦେଇଥିବାବେଳେ ମହିଳା ଜଣକ ନିଜ ପ୍ରୋଫାଇଲ ବଦଳାଇ ଏବେ ଚର୍ଚ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ..

ଲକଡାଉନ ସଜାଇଲା ଆଡଲ୍ଟ ଷ୍ଟାର
ଲକଡାଉନ ସଜାଇଲା ଆଡଲ୍ଟ ଷ୍ଟାର

ମେଲବୋର୍ଣ୍ଣ: କୋରୋନା ଯୋଗୁଁ ବିଶ୍ବବ୍ୟାପୀ ପରିସ୍ଥିତି ଖରାପ ହେବାରେ ଲାଗିଛି । ଅନେକ ଲୋକଙ୍କ ଜୀବିକାରେ ପ୍ରଭାବ ପଡିଥିବାବେଳେ ଆର୍ଥିକ ସମସ୍ୟା ଦେଖାଦେଇଛି । ବଡ ବଡ କମ୍ପାନୀ ଅନେକ କ୍ଷତି ସହିଛନ୍ତି । କିଛି ଲୋକ ପାର୍ଟ ଟାଇମ ଜବ୍ ଖୋଜୁଛନ୍ତି ତ କିଏ ଚାକିରିରୁ ଛଟେଇ ହୋଇଛି । ସାରା ବିଶ୍ବରେ ଅବସ୍ଥା ସଙ୍ଗୀନ ହୋଇଛି ।

ତେବେ ଅଷ୍ଟ୍ରେଲିଆର ଜଣେ ମହିଳା କାର୍ ରେସରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଲକଡାଉନ ଯୋଗୁଁ ଆର୍ଥିକ ସମସ୍ୟା ଦେଖାଦେଇଥିବାବେଳେ ମହିଳା ଜଣକ ନିଜ ପ୍ରୋଫାଇଲ ବଦଳାଇ ଏବେ ଚର୍ଚ୍ଚିତ ହୋଇଛନ୍ତି । 25 ବର୍ଷିୟା ରେନୀ ଗ୍ରାସିଏ ଅଷ୍ଟ୍ରେଲିଆର ପ୍ରଥମ ଫୁଲଟାଇମ୍ ମହିଳା ସୁପରକାର୍ ରେସର ଥିଲେ । ବର୍ତ୍ତମାନ ସେ ଆଡଲ୍ଟ ଇଣ୍ଟଷ୍ଟ୍ରିକୁ ନିଜ କ୍ୟାରିୟର ଭାବେ ବାଛି ନେଇଛନ୍ତି । ତେବେ ଏଥିପାଇଁ ଲକଡାଉନକୁ ସେ ଦାୟୀ କରିଛନ୍ତି ।

ଗତ 5 ବର୍ଷ ତଳେ ରେନୀ ସୁପରକାର୍ ରେସରେ ଏକ ଲୋକପ୍ରିୟ ନାମ ଥିଲେ । 2015ରେ ନିଜ କାର୍ ରେସିଂ ପାଇଁ ବିଶ୍ବରେ ଚର୍ଚ୍ଚିତ ଥିଲେ । ହେଲେ ଏହା ପରବର୍ତ୍ତୀ 2 ବର୍ଷ ତାଙ୍କ ନାମ ଲୋକ ଭୁଲିଯାଇଥିଲେ । 2016-17ରେ ତାଙ୍କୁ ବହୁତ ଅଳ୍ପ ଲୋକ ଚିହ୍ନିଥିଲେ । କାରଣ ସେ ସମୟରେ ତାଙ୍କ କ୍ୟାରିୟର ଧୀମା ପଡିଯାଇଥିଲା । ଏହାପରେ ସେ କାର୍ ରେସିଂ ଦୁନିଆରୁ ହଜିଯାଇଥିଲେ ।

ପରେ ରେନୀଙ୍କ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିଲା । କାର୍ ରେସିଂରୁ ତାଙ୍କୁ ସେତେ ଅର୍ଥ ମିଳିନଥିଲା । ବିଶେଷ କରି ଏହି ଲକଡାଉନରେ ସେ ଅଧିକ କ୍ଷତି ସହିଥିଲେ । ଚଳିବାରେ ସମସ୍ୟା ଦେଖାଦେବାରୁ ରେନୀ ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ବାଛିଥିଲେ । ନିକଟରେ ସେ ଏଥିରେ ଡେବ୍ୟୁ କରିଛନ୍ତି । ଏହାକୁ ନେଇ ସେ କହନ୍ତି ଯେ ଅର୍ଥ ତାଙ୍କ ପାଇଁ ସବୁକିଛି । ଖରାପ ସମୟରେ ତାଙ୍କ ପାଖରେ କେହି ନଥିଲେ । ତେଣୁ ଏବେ ଲୋକ ତାଙ୍କୁ ଯାହା ବି କହନ୍ତୁ କିଛି ଫରକ୍ ପଡୁନାହିଁ । ସେ ଖୁସିରେ ଅଛନ୍ତି ଏହା ହିଁ ଯଥେଷ୍ଟ ବୋଲି ରେନୀ କହିଛନ୍ତି ।

ତେବେ ସବୁଠାରୁ ବଡ କଥା ଯେଉଁ ରେନୀ 2 ବର୍ଷ ହେଲା ହଜିଯାଇଥିଲେ ଏବେ ପୁଣି ଲୋକ ତାଙ୍କୁ ଖୋଜିବାରେ ଲାଗିଛନ୍ତି । ଗତ 2 ବର୍ଷ ହେଲା ଇଣ୍ଟରନେଟରେ ରେନୀ ନାମ ସମସ୍ତେ ଭୁଲିଯାଇଥିଲେ । କିନ୍ତୁ ମାତ୍ର 2 ଦିନ ଭିତରେ ତାଙ୍କୁ ସବୁଠାରୁ ଅଧିକ ସୋସିଆଲ ମିଡିଆରେ ଖୋଜା ହୋଇଛି ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.