ETV Bharat / international

ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ଗୁଳି କଲା ପୋଲିସ

author img

By

Published : Jun 14, 2020, 12:44 PM IST

ଆମେରିକାରେ ଶନିବାର ମଧ୍ୟରାତ୍ରିରେ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିଛନ୍ତି । ଘଟଣା ପରେ ଆମେରିକା ଆଟଲାଣ୍ଟା ପୋଲିସ ମୁଖ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

କୃଷ୍ଣକାୟଙ୍କୁ ଗୁଳିକଲା ପୋଲିସ
କୃଷ୍ଣକାୟଙ୍କୁ ଗୁଳିକଲା ପୋଲିସ

ୱାଶିଂଟନ: ଆମେରିକାରେ କୃଷ୍ଣକାୟଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଶନିବାର ମଧ୍ୟରାତ୍ରିରେ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିଛନ୍ତି । ଯାହା ସେଠାକାର ସ୍ଥିତିକୁ ଆହୁରି ସଙ୍ଗୀନ କରିବ ବୋଲି କୁହାଯାଉଛି । ତେବେ ଘଟଣା ପରେ ଆମେରିକା ଆଟଲାଣ୍ଟା ପୋଲିସ ମୁଖ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

ସୂଚନା ମୁତାବକ, ଆଟଲାଣ୍ଟ ଜର୍ଜିଆରେ ଜଣେ 27 ବର୍ଷିୟ ଯୁବକ ରେଶାର୍ଡ ବ୍‌ରୁକସ୍‌ ପାର୍କିଂ ସ୍ଥଳରେ ନିଜ କାରରେ ଶୋଇଥିଲେ । ସେ ମଦ୍ୟପାନ କରିଥିବାରୁ ତାଙ୍କୁ ପଚରାଉଚରା କରାଯାଉଥିଲା । ତେବେ ଏହି ସମୟରେ ସେ ପୋଲିସର ବନ୍ଧୁକ ଛଡାଇ ନେଇଥିଲେ । ଏହାପରେ ପୋଲିସ ସହ ତାଙ୍କର ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ସମୟରେ ପୋଲିସ ବ୍ୟକ୍ତିଙ୍କ ଉପରେ ଗୁଳିଚଳାଇଥିବା ଜଣାପଡିଛି । ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ବ୍‌ରୁକସ୍‌ଙ୍କ ହତ୍ୟାପରେ ଆଟଲାଣ୍ଟାରେ ବିରୋଧ ପ୍ରଦର୍ଶନ ଆହୁରି ଜୋରଦାର ହୋଇଛି । ଏହା ପୂର୍ବରୁ ପୋଲିସ ହେପାଜତରେ ହୋଇଥିବା ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଆମେରିକାର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପ୍ରଦର୍ଶନକାରୀ ଶନିବାର ରାତିରେ ଅନ୍ତରାଜ୍ୟ ରାଜମାର୍ଗକୁ ବନ୍ଦ କରିଦେଇଥିଲେ ଏବଂ ଘଟଣାସ୍ଥଳରେ ପୋଡାଜଳା କରିଥିଲେ । ସ୍ଥିତି ଅନିୟନ୍ତ୍ରିତ ହେବାପରେ ଆଟଲାଣ୍ଟା ମେୟର କିଶା ଲାନ୍ସ ବୋଟମ୍‌ସ୍‌ ପୋଲିସ ମୁଖ୍ୟଙ୍କ ଇସ୍ତଫାର ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.