ETV Bharat / international

ପେନ୍ସଙ୍କ କାର୍ଯ୍ୟାଳୟର 5 ଅନ୍ତରୀଣ ସହଯୋଗୀ କୋରୋନା ପଜିଟିଭ୍ ଚିହ୍ନଟ - 5 people in Mike Pence's circle test positive

ମାଇକ୍ ପେନ୍ସଙ୍କ 5 ଅନ୍ତରୀଣ ସହଯୋଗୀ କୋରୋନା ପଜିଟିଭ୍। ଏହି କର୍ମଚାରୀଙ୍କ ମଧ୍ୟରେ ମୁଖ୍ୟ କର୍ମକର୍ତ୍ତା ମାର୍କ ସର୍ଟ ଏବଂ ବାହ୍ୟ ପରାମର୍ଶଦାତା ମାର୍ଟି ଓବଷ୍ଟ ମଧ୍ୟ ଅଛନ୍ତି। ଅଧିକ ଖବର ପଢନ୍ତୁ...

ପେନ୍ସଙ୍କ କାର୍ଯ୍ୟାଳୟର 5 ଅନ୍ତରୀଣ ସହଯୋଗୀ କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : Oct 26, 2020, 11:17 AM IST

ୱାଶିଂଟନ୍: ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ 5 ଅନ୍ତରୀଣ ସହଯୋଗୀ କୋରୋନା ପଜିଟିଭ୍। ଏହି କର୍ମଚାରୀଙ୍କ ମଧ୍ୟରେ ମୁଖ୍ୟ କର୍ମକର୍ତ୍ତା ମାର୍କ ସର୍ଟ ଏବଂ ବାହ୍ୟ ପରାମର୍ଶଦାତା ମାର୍ଟି ଓବଷ୍ଟ ମଧ୍ୟ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ, ପେନ୍ସର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଲୋକ କୋରୋନା ପଜିଟିଭ୍ ଆସିଛନ୍ତି। ପଜିଟିଭ୍ ଆସିଥିବା ସମସ୍ତ କର୍ମକର୍ତ୍ତା ଭୟଭୀତ ଅଛନ୍ତି ବୋଲି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ଓବଷ୍ଟ ପେନ୍ସର ଜଣେ ବରିଷ୍ଠ ରାଜନୈତିକ ପରାମର୍ଶଦାତା କିନ୍ତୁ ସରକାରୀ କର୍ମଚାରୀ ନୁହଁନ୍ତି । ଏହାସହ ପେନ୍ସ କାର୍ଯ୍ୟାଳୟରେ ଅତି କମରେ ତିନିଜଣ କର୍ମଚାରୀ ମଧ୍ୟ ପଜିଟିଭି୍ ଆସିଛନ୍ତି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗତ କିଛି ଦିନ ମଧ୍ୟରେ କୋରୋନା ପଜିଟିଭି୍ ଆସିଥିବା ସହାୟକକାରୀଙ୍କ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛି। ଶନିବାର ପେନ୍ସଙ୍କ କାର୍ଯ୍ୟାଳୟ ଘୋଷଣା କରିଥିଲା ​​ଯେ ସର୍ଟ ପଜିଟିଭ୍ ଆସିଛନ୍ତି।

ଏହାପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅକ୍ଟୋବର 2 ରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ମିଲିଟାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିଛି ସମୟ ପରେ ସେ ଏବଂ ତାଙ୍କ ପତ୍ନୀ ମେଲାନିଆ କୋରୋନା ଭାଇରସ ପାଇଁ ପଜିଟିଭ୍ ଆସିଥିବା ଘୋଷଣା କରିଥିଲେ।

ସେହି ସପ୍ତାହରେ ପେନ୍ସର ମୁଖପାତ୍ର ଡେଭିନ୍ ଓ’ମାଲେଙ୍କ ଅନୁଯାୟୀ ପେନ୍ସ ଏବଂ ଦ୍ବିତୀୟ ଲେଡି କରିନା ପେନ୍ସ କୋରୋନା ନେଗେଟେଭି ଆସିଥିଲେ। ହ୍ବାଇଟ ହାଉସ ଡାକ୍ତର ସିନକୋଲି ଅକ୍ଟୋବର 12 ରେ ଟ୍ରମ୍ପ କୋଭିଡ ନେଗେଟିଭ ଥିବା ଘୋଷଣା କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.