ETV Bharat / international

ଚୀନ୍ ସାମ୍ନାରେ ଆମେରିକା ଠିଆ କଲା ଯୁଦ୍ଧ ଜାହାଜ - tension between india us and china

ତିନି ବର୍ଷରେ ପ୍ରଥମ ଥର ପାଇଁ ଆମେରିକା ନୌସେନା ତିନି ବିମାନବାହକ ଯୁଦ୍ଧ ଜାହାଜକୁ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରିଛି । ତିନି ବର୍ଷରେ ପ୍ରଥମ ଥର ପାଇଁ ଆମେରିକା ନୌସେନା ତିନି ବିମାନବାହକ ଯୁଦ୍ଧ ଜାହାଜକୁ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚୀନ୍ ସାମ୍ନାରେ ଆମେରିକା ଛିଡ଼ା କଲା ଯୁଦ୍ଧ ଜାହାଜ

author img

By

Published : Jun 13, 2020, 1:29 AM IST

ଓ୍ୱାଶିଂଟନ: ଆହୁରି ଘନେଇଲା ଆମେରିକା ଏବଂ ଚୀନ୍ ବିବାଦ । ତିନି ବର୍ଷରେ ପ୍ରଥମ ଥର ପାଇଁ ଆମେରିକା ନୌସେନା ତିନି ବିମାନବାହକ ଯୁଦ୍ଧ ଜାହାଜକୁ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରିଛି । ଯାହାକି ଚୀନ୍ ନିୟୋଜିତ କରିଥିବା ଜାହାଜ ଠାରୁ ନିକଟତମ । ଆମେରିକାର ଏହି ପଦକ୍ଷେପ ଚୀନର ଚିନ୍ତା ବଢ଼ାଇ ଦେଇଛି । ତେବେ ଆମେରିକା ହଠାତ୍ ସମୁଦ୍ର ସୀମାରେ ଏଭଳି କାହିଁକି ଜାହାଜ ମୁତୟନ କରିଛି ଜଣାପଡ଼ିନି । ଭାରତର ସୁରକ୍ଷା ପାଇଁ ଆମେରିକା ଏଭଳି ପଦକ୍ଷେପ ନେଇଥାଇପାରେ ବୋଲି କିଛି ବିଶେଷଜ୍ଞ କହିଛନ୍ତି ।

ଆମେରିକା ମୁତୟନ କରିଥିବା ଯୁଦ୍ଧ ବିମାନ ହେଲା କ୍ରୁଜର, ବିଧ୍ୱଂସ ବୁଡ଼ା ଜାହାଜ ଏବଂ ଅନ୍ୟାନ୍ୟ ଲଢ଼ୁଆ ବିମାନ ।

କରୋନା ମହାମାରୀ ପରେ ଚୀନ୍ ହଂକଂ ବିରୋଧରେ ସ୍ୱତନ୍ତ୍ର ଆଇନ୍, ଭାରତ ସହିତ ସୀମା ବିବାଦ ଏବଂ ତାଇଓ୍ୱାନ ପ୍ରସଙ୍ଗରେ ବିବାଦୀୟ ହୋଇ ପଡ଼ିଛି । ଏହି ସମୟରେ ଡ୍ରାଗନ ନିଜର ଶକ୍ତି ପ୍ରଦର୍ଶନ କରି ପଡୋଶୀ ଦେଶକୁ ଆଖି ଦେଖାଇବା ପାଇଁ ହିନ୍ଦ ଏବଂ ପ୍ରଶାନ୍ତ ମହାସାଗରରେ ଯୁଦ୍ଧ ବିମାନ ନିୟୋଜିତ କରିଥିବା ଦେଖିବାକୁ ମିଳିଛି । ଏବେ ଏହାକୁ ଚେକ୍ ଦେବା ପାଇଁ ଆମେରିକା ଯୁଦ୍ଧ ଜାହାଜ ମତୟନ କରିଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.