ETV Bharat / international

ଆମେରିକୀୟ ବିମାନକୁ ପାକିସ୍ତାନ ଆକାଶମାର୍ଗ ମନା

ପାକିସ୍ତାନୀ ଆତଙ୍କୀ ଗୋଷ୍ଠୀ ପକ୍ଷରୁ ଆକାଶ ମାର୍ଗରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଆକାଶମାର୍ଗରୁ ଦୂରେଇ ରହିବାକୁ ସମସ୍ତ ଦେଶୀୟ ବିମାନ କମ୍ପାନୀ ଉଦ୍ଦେଶ୍ୟରେ ଚେତାବନୀ ଜାରି କରିଛି ଆମେରିକା।

us warns its air carriers to avoid pakistan airspace
ପ୍ରତିକାତ୍ମକ ଫଟୋ
author img

By

Published : Jan 3, 2020, 9:54 AM IST

ୱାଶିଂଟନ: ପାକିସ୍ତାନର ଆକାଶମାର୍ଗରୁ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନୀ ଆକାଶ ମାର୍ଗରେ କୌଣସି ବିମାନ ଉଡାଣ ନଭରିବାକୁ ଦେଶର ସମସ୍ତ ବିମାନ କମ୍ପାନୀକୁ ଚେତାବନୀ ଦେଇଛି ଆମେରିକା। ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଆକ୍ରମଣ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆମେରିକାର ଫେଡରାଲ ଆଭିଏଶନ ଆଡମିନଷ୍ଟ୍ରେସନ(ଏଫଏଏ) ପକ୍ଷରୁ ଜାରି କରା ଯାଇଥିବା ବୟାନରେ କୁହାଯାଇଛି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଆମେରିକାନ ଏୟାର୍‌ ଲାଇନ୍‌ସ୍‌ର (ବାଣିଜ୍ୟିକ ଓ ସରକାରୀ ) ବିମାନ ଉପରେ ଆକ୍ରମଣ କରିପାରନ୍ତି। ଏନେଇ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ଆସନ୍ତା 2021 ଜାନୁଆରୀ 1 ତାରିଖ ପର୍ଯ୍ୟନ୍ତ ଏହାକୁ ସମସ୍ତ ଆମେରିକୀୟ ବିମାନ କମ୍ପାନୀ ଉଦ୍ଦେଶ୍ୟରେ ଜାରି କରାଯାଇଛି।

ଏନେଇ ଚେତାବନୀରେ ଆହୁରି କୁହାଯାଇଛି ଯେ, କୌଣସି ଆକସ୍ମିକ ପରିସ୍ଥିତିରେ କିମ୍ବା ଭୁଲବଶତଃ ଯଦି କୌଣସି ଆମେରିକୀୟ ବିମାନ କମ୍ପାନୀ ପାକିସ୍ତାନର ଆକାଶମାର୍ଗକୁ ବ୍ୟବହାର କରୁଛନ୍ତି ତାହାଲେ ସ୍ବତନ୍ତ୍ର ସତର୍କତା ଅବଲମ୍ବନ କରନ୍ତୁ। ସେଠାକାର ବିମାନବନ୍ଦରରେ ଅବସ୍ଥାନ କରନ୍ତୁ ନାହିଁ କିମ୍ବା କମ ଉଚ୍ଚତାରେ ବିମାନ ଉଡାନ୍ତୁ ନାହିଁ। କାରଣ କମ ଉଚ୍ଚତାରେ ଉଡୁଥିବା ବିମାନ ଉପରେ ଆକ୍ରମଣ ଏବଂ ଅପହରଣ ହେବାର ସମ୍ଭାବନା ରହିଛି।

Intro:Body:

BLANK FOR LINK 

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.