ETV Bharat / international

ଭାରତ ଚୀନ ବିବାଦ, ୟୁରୋପରୁ ସେନା ହଟାଇଲା ଆମେରିକା

author img

By

Published : Jun 26, 2020, 1:38 PM IST

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓ ଭାରତ-ଚୀନ ବିବାଦ ଉପରେ ଆଲୋଚନା କରିଛନ୍ତି । ୟୁରୋପୀୟ ୟୁନିଅନରେ ଚୀନ ଉପରେ ଆଲୋଚନା କରାଯିବ । ଅଧିକ ପଢନ୍ତୁ...

ଭାରତ ଚୀନ ବିବାଦ, ୟୁରୋପରୁ ସେନା ହଟାଇଲା ଆମେରିକା
ଭାରତ ଚୀନ ବିବାଦ, ୟୁରୋପରୁ ସେନା ହଟାଇଲା ଆମେରିକା

ନୂଆଦିଲ୍ଲୀ: ପୂର୍ବ ଲଦାଖକୁ ନେଇ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ଆଲୋଚନା । ଏନେଇ କୌଣସି ବିବାଦର ବାଟ ଫିଟୁନି । ସେପଟେ, ଭାରତ ଓ ଚୀନ ମଧ୍ୟରେ ବିପଦ ଆଶଙ୍କା କରି ୟୁରୋପରୁ ସେନା ହଟାଇଲା ଆମେରିକା । ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପେଓ ସୂଚନା ଦେଇଛନ୍ତି ।

ଜର୍ମାନୀରୁ ସେନା ହଟାଇବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ କହିଛନ୍ତି, ଏହା ଏକ ସୁଚିନ୍ତିତ ରଣନୀତି । ଏହି ନିଷ୍ପତ୍ତି ଚୀନର ଗତିବିଧି ଲକ୍ଷ୍ୟ କରି ନିଆଯାଇଛି । ଭାରତ ପାଇଁ ଚୀନର ବିପଦ ବୃଦ୍ଧି ପାଇଛି । ଏହା ବ୍ୟତୀତ ଭିଏତନାମା, ଇଣ୍ଡୋନେସିଆ, ମ୍ୟାଲେସିଆଷ ଫିଲପାଇନ୍ସ, ଓ ଦକ୍ଷିଣ ଚାଇନା ମଧ୍ୟରେ ବିପଦ ଆଶଙ୍କା କରାଯାଉଛି । ଆମେରିକାର ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ଚୀନର ପ୍ରତିଟି ହରକତ ଉପରେ କଡା ଜବାବ ଦିଆଯାଇପାରିବ ।

ଏସିଆର ଭାରତ ମହାସାଗର ବ୍ୟତୀତ ଜାପାନ, ଦକ୍ଷିଣ କୋରିଆ ଏବଂ ଫିଲିପାଇନ୍ସରେ ଆମେରିକାର ସାମରିକ ବେସ ଅଛି।

ମାଇକ ପୋମ୍ପେଓ ଗାଲୱାନ ଉପତ୍ୟାକାରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏଥି ସହ ଚୀନ ଉପରେ ୟୁରୋପୀୟ ୟୁନିଅନ ସହ ଆଲୋଚନା ହେବ ବୋଲି ସେ କହିଛନ୍ତି। ଜର୍ମାନରୁ ସେନା ପ୍ରତ୍ୟାହାରରେ ୟୁରୋପୀୟ ୟୁନିଅନ ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ସେ ଏହା ମଧ୍ୟ କହିଛନ୍ତି ଯେ ଚୀନ କମ୍ପାନୀଗୁଡିକ ବିରୋଧରେ ବିଶ୍ୱକୁ ଏକଜୁଟ କରିବାକୁ ଉଦ୍ୟମ କରାଯାଉଛି। ପ୍ରକୃତରେ, ବେଜିଂ କୋଭିଡ -19 ମହାମାରୀରୁ ଅର୍ଥନୈତିକ ଦୃଷ୍ଟିରୁ ଲାଭ ଉଠାଇବାକୁ ଚାହୁଁଛି ।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରଚ-ଚୀନ ବିବାଦ ଉପରେ ମଧ୍ୟସ୍ଥତା କରିବାକୁ କହିଥିଲେ । ଏଲଏସିରେ ହିଂସାତ୍ମକ ପରିସ୍ଥିତି ଉପରେ ମଧ୍ୟ ଆମେରିକା ନଜର ରଖି ଥିବା ଟ୍ରମ୍ପ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.