ETV Bharat / international

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ; ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ କଡା ଟକ୍କର

ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ । ଦେଶର 46 ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ ପାର୍ଟି ପକ୍ଷରୁ ଦ୍ବିତୀୟ ଥର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ଟ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରେ ହେବ କଡା ଟକ୍କର ।

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ
ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ
author img

By

Published : Nov 3, 2020, 7:40 AM IST

Updated : Nov 3, 2020, 7:53 AM IST

ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ । ରାଷ୍ଟ୍ରପତି ନିର୍ବାଚନ ଲାଗି 50 ରାଜ୍ୟରେ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି । ଦେଶର 46 ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ ପାର୍ଟି ପକ୍ଷରୁ ଦ୍ବିତୀୟ ଥର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ଟ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଙ୍କ ମଧ୍ୟରେ ହେବ କଡା ଟକ୍କର । ତେବେ ପ୍ରତି 4 ବର୍ଷ ରେ ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ । କୋରୋନା କାଳରେ ନିର୍ବାଚନ ହେଉଥିବାରୁ ଏହା ବହୁ ଗୁରୁତ୍ବପୂର୍ଣ୍ଣ ରଖୁଛି । ସଂକ୍ରମଣ ଯୋଗୁଁ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଟ୍ରମ୍ପଙ୍କୁ ବହୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି ।

ରିପବ୍ଲିକାନ ଦଳର ଉପରାଷ୍ଟ୍ରପତି ହେଉଛନ୍ତି ମାଇକ ପେନ୍ସ । ସେ ମଧ୍ୟ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରତି ଅଛନ୍ତି । ଅନ୍ୟପଟେ ଡେମୋକ୍ରାଟିକ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଉପରାଷ୍ଟ୍ରପତି କମଲା ହାରିସ କାଲିଫର୍ଣ୍ଣିଆର ପୂର୍ବତନ ଆର୍ଟିଣ୍ଣ ଜେନେରାଲ ।

ଏକ ଜନମତ ସର୍ଭେରୁ, ଟ୍ରମ୍ପ 2ଟି ରାଜ୍ୟରେ ଆଗୁଆ ରହିଛନ୍ତି । ଜାତୀୟ ସର୍ଭେ ଅନୁସାରେ ଜୋ ବାଇଡେନ, ଟ୍ରମ୍ପଙ୍କ ଠାରୁ ଆଗୁଆ ରହିଛନ୍ତି । ଗତ କିଛି ମାସ ମଧ୍ୟରେ ବାଇଡେନ 50 ପ୍ରତିଶତ ଆଗକୁ ଯାଇଛନ୍ତି । ମିଚିଗାନ ଓ ୱିସକନସିନରେ ଭଳି 2 ପ୍ରମୁଖ ସହରରେ ଆଗରେ ରହିଛନ୍ତି ବାଇଡେନ ।

ସୂଚନାଥାଉକି, ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଯଦି ଇଲେକ୍ଟୋରାଲ କଲେଜରୁ 270 ଇଲେକ୍ଟୋରାଲ ଭୋଟ ପାଇପାରିବେ ନାହିଁ । ତେବେ ସେ କ୍ଷମତାରୁ ଆସିପାରିବେ ନାହିଁ । ଜିତିବାକୁ ହେଲେ 270ଭୋଟର ଆବଶ୍ୟକ । ଇଲେକ୍ଟୋରାଲ କଲେଜରେ ମୋଟ 538ଟି ଇଲେକ୍ଟୋରାଲରୁ 270 ଭୋଟ ପାଇଲେ ସେହି ଦଳର ପ୍ରାର୍ଥୀର ରାଷ୍ଟ୍ରପତି ହୋଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2020, 7:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.