ETV Bharat / international

ଶେଷରେ କୋଭିଡ ବିଲ୍‌ରେ ଦସ୍ତଖତ କଲେ ଟ୍ରମ୍ପ

author img

By

Published : Dec 28, 2020, 9:20 PM IST

କୋଭିଡ ରିଲିଫ ବିଲରେ ଦସ୍ତଖସ୍ତ କଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । 2.3 ଟ୍ରିଲିୟନ ଡଲାରର ଏହି ରିଲିଫରେ ଦୂର ହେବ ବେକାରୀ ସମସ୍ୟା, ପିପିପି ଓ ଭ୍ୟାକସିନ ବିତରଣ ପାଇଁ ହେବ ଖର୍ଚ୍ଚ ।

ଶେଷରେ କୋଭିଡ ବିଲ୍‌ରେ ଦସ୍ତଖତ କଲେ ଟ୍ରମ୍ପ
ଶେଷରେ କୋଭିଡ ବିଲ୍‌ରେ ଦସ୍ତଖତ କଲେ ଟ୍ରମ୍ପ

ୱାଶିଂଟନ: କୋଭିଡ ରିଲିଫ ବିଲ୍‌ରେ ଦସ୍ତଖସ୍ତ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଏହି ରିଲିଫ ଖାରଜ କରିଥିଲେ ଟ୍ରମ୍ପ । ଦୀର୍ଘ ଏକ ସପ୍ତାହ ପରେ, ଅନେକ ଚାପ ପରେ ଶେଷରେ ରବିବାର 2.30 ଟ୍ରିଲିୟନର ଏହି ବିଲ୍‌ରେ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି । ଯାହା ବେକାରୀ ସମସ୍ୟା, ପିପିପି ଓ ଭ୍ୟାକସିନ ବିତରଣ ପାଇଁ ହେବ ଖର୍ଚ୍ଚ ।

ଏନେଇ ଟ୍ରମ୍ପ କହିଛନ୍ତି ଯେ, ନିଯୁକ୍ତି, ଉଚ୍ଚେଦ ପ୍ରକ୍ରିୟା ବନ୍ଦ କରିବା, ଭଡା ସହାୟତା ଯୋଗାଇବା, ପିପିପି ପାଇଁ ଟଙ୍କା ଯୋଗାଇବା,ବିମାନ କର୍ମଚାରୀଙ୍କୁ ନିଯୁକ୍ତି ଦେବା, ଟୀକା ବଣ୍ଟନ ପାଇଁ ଅଧିକ ଅର୍ଥ ଯୋଗାଇବା ଆଦି ବିଭିନ୍ନ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ମୁଁ ଏହି ବିଲ୍‌ ରେ ଦସ୍ତଖତ କରିଛି ବୋଲି ଏକ ବିବୃତ୍ତିରେ କହିଛନ୍ତି ରାଷ୍ଟ୍ରପତି ।

ତେବେ କିଛିଦିନ ପୂର୍ବରୁ ଏହି ରିଲିଫ ପ୍ୟାକେଜରେ ଦସ୍ତଖତ କରିବାକୁ ମନା କରିଥିଲେ ଟ୍ରମ୍ପ । ଡିସେମ୍ବର 21 ରେ କଂଗ୍ରେସ ଦ୍ବାରା ଏହି ରିଲିଫ ପ୍ୟାକେଜ ପାରିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.