ETV Bharat / international

ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ ଝଟକା, ସୁନାମି ଚେତାବନୀ ଜାରି - ଭୂକମ୍ପ ଝଟକା

ଆଲାସ୍କା ଉପଦ୍ୱୀପରେ 7.8 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ପ୍ରଭାବରେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ 200 ମାଇଲ ଅର୍ଥାତ୍ 300 କିଲୋମିଟର ଭିତରେ ସୁନାମି ଚେତାବନୀ ଜାରି ହୋଇଛି ।

ସୁନାମି ଚେତାବନୀ ଜାରି
ସୁନାମି ଚେତାବନୀ ଜାରି
author img

By

Published : Jul 22, 2020, 4:19 PM IST

ୱାଶିଂଟନ: ଆମେରିକାର ଆଲାସ୍କା ଉପଦ୍ୱୀପରେ ବୁଧବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.8 ରୋକର୍ଡ କରାଯାଇଛି । ଏହି ଭୂକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି । ବୁଧବାର ସକାଳୁ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ 10 କିମି ଗଭୀରତାରେ ଥିବା ଜଣାପଡିଛି ।

ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ବିଭାଗ ଅନୁଯାୟୀ, ଆଲାସ୍କା ଉପଦ୍ୱୀପରେ 7.8 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ପ୍ରଭାବରେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ 200 ମାଇଲ ଅର୍ଥାତ୍ 300 କିଲୋମିଟର ଭିତରେ ସୁନାମି ଚେତାବନୀ ଜାରି ହୋଇଛି । ଆଙ୍କୋରେଜ୍‌ର ପ୍ରାୟ 500 ମାଇଲ ଦକ୍ଷିଣ-ପଶ୍ଚିମ ଦିଗରେ ଏବଂ ପେରିଭିଲର ପ୍ରାୟ 60 ମାଇଲ ଦକ୍ଷିଣ-ପୂର୍ବରେ ବୁଧବାର ଦିନସକାଳ 6.12 ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ତେବେ ଏବେସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ରହିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.