ETV Bharat / international

ଆମେରିକାରେ 24 ଘଣ୍ଟାରେ 65 ହଜାର ପଜିଟିଭ, 465 ମୃତ

author img

By

Published : Jul 14, 2020, 10:38 AM IST

ଆମେରିକାରେ କୋରୋନାର କରାଳ ରୂପ । ଅନେକ ଦିନ ହେବା ସତ୍ତ୍ବେ ଦେଶରେ ଥମୁନି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଆମେରିକାରେ 24 ଘଣ୍ଟାରେ 65 ହଜାର ପଜିଟିଭ, 465 ମୃତ

ଓ୍ବାଶିଂଟନ: ଆମେରିକାରେ କୋରୋନା ସଂକ୍ରମଣ ସଂଖ୍ୟା କମିବାର ନାଁ ଧରୁନି । ଦିନକୁ ଦିନ ଅହେତୁକ ଭାବେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବିକ, ଦେଶରେ ଗତ 24 ଘଣ୍ଟାରେ 65 ହଜାରରୁ ସଂକ୍ରମଣ ସଂଖ୍ୟା ରେକର୍ଡ ହୋଇଛି । ଏଥିରେ 465 ଜଣଙ୍କର ମୃତ୍ୟୁ ହୋଇଛି ।

ଜୁଲାଇ 13 ସୋମବାର ସୁଦ୍ଧା ଆମେରିକାରେ ମୋଟ 33 ଲକ୍ଷ 63 ହଜାର 56ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ ସମୁଦାୟ 1 ଲକ୍ଷ 35 ହଜାର 605 ଜଣଙ୍କର ମୃତ୍ୟୁ ହୋଇଛି । 15 ଲକ୍ଷ 49 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି, ଯାହା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 45 ପ୍ରତିଶତ ଅଟେ । 17 ଲକ୍ଷ 91 ହଜାର ଲୋକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି, ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 52 ପ୍ରତିଶତ ଅଟେ।

ଦେଶର ସବୁଠୁ ପ୍ରଭାବିତ ସହର ନ୍ୟୁୟର୍କରେ 4 ଲକ୍ଷ 28 ହଜାର 303ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ସେଥିମଧ୍ୟରୁ 32 ହଜାର 395 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 71 ହଜାର 643ଜଣ ସୁସ୍ଥ ହୋଇଛନ୍ତି । ଏହାପରେ କାର୍ଲିଫର୍ଣ୍ଣିଆ, ନ୍ୟୁଜର୍ସି, ମାସାଚୁସେଟସ ଆଦି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.