ETV Bharat / international

Russia Ukraine War: ଭିଟୋ ପ୍ରୟୋଗ କଲା ଋଷ, 50 ରାଷ୍ଟ୍ର ଆଣିଲେ ଅଭିଯୋଗ - ଭିଟୋ ପାୱାର ବ୍ୟବହାର କଲା ଋଷ

ଋଷ ବିରୋଧି ପ୍ରସ୍ତାବ ଉପରେ ଭିଟୋ କ୍ଷମତାର ପ୍ରୟୋଗ କଲା ଋଷ । ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ନିନ୍ଦା କରି ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିଲା ଭୋଟିଂ । ଅଧିକ ପଢନ୍ତୁ

Russia Ukraine War: UNSC ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କଲା ଋଷ

author img

By

Published : Feb 26, 2022, 2:11 PM IST

ୱାସିଂଟନ: ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତାରେ । ଋଷର ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ଭୋଟ ପଡିଥିଲା । ବିନା ସର୍ତ୍ତରେ ତୁରନ୍ତ ୟୁକ୍ରେନରୁ ଋଷ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ପ୍ରସ୍ତାବରେ ଦାବି ହୋଇଥିଲା । ଭାରତ, ଚୀନ ଓ UAE ଭୋଟ ଦେବାରୁ ବିରତ ରହିଥିବାବେଳେ ଅନ୍ୟାନ୍ୟ ରାଷ୍ଟ୍ରଗୁଡିକ ଋଷ ବିରୋଧି ପ୍ରସ୍ତାବରେ ନିଜ ମତ ରଖିଥିଲେ । ହେଲେ ଏହି ପ୍ରସ୍ତାବ ଉପରେ ଭିଟୋ ପାୱାର ପ୍ରୟୋଗ କରଛି ଋଷ ।

ଋଷ ନିଜ ଭିଟୋ କ୍ଷମତା(veto power)ର ଅପବ୍ୟବହାର କରି UNSCର ପ୍ରସ୍ତାବକୁ ରଦ୍ଧ କରିଥିବା ୫୦ଟି ରାଷ୍ଟ୍ର ମିଳିତ ବିବୃତ୍ତି ଜାରି କରିଛନ୍ତି । ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି । ଏବେ ଏହାର ଫାଇଦା ଉଠାଇଛନ୍ତି ପୁଟିନ ସରକାର । ସେ UNର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଏହାକୁ ରଦ୍ଧ କରିଦେଇଛି ।

ଆଜି ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରି ଆମେରିକା ପ୍ରାୟୋଜିତ ଚିଠା ପ୍ରସ୍ତାବ ଉପରେ ଭୋଟ ପଡିଥିଲା । ଋଷ ବିରୋଧୀ ପ୍ରସ୍ତାବରେ ଆମେରିକା ଭାରତର ସମର୍ଥନ ଚାହିଁଥିଲା । ହେଲେ ଭାରତ ଭୋଟ ଦେବାରୁ ନିବୃତ୍ତ ରହିଥିଲା, ଯାହା ସମସ୍ତଙ୍କୁ ଚକିତ କରିଛି । ଋଷ ବିରୋଧି ପ୍ରସ୍ତାବରେ ୧୫ଟି ଦେଶ ମଧ୍ୟରୁ ୧୧ଟି ଦେଶ ଭୋଟ ଦେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.