ETV Bharat / international

ନ୍ୟୁୟର୍କରେ ଘୂର୍ଣ୍ଣିଝଡ ‘IDA’ର ତାଣ୍ଡବ: 48 ମୃତ - New York Floods

ଆମେରିକାର ନ୍ୟୁୟର୍କ ସହରରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା । 48 ଜଣଙ୍କ ମୃତ୍ୟୁ, ଶତାଧିକ ବିମାନ ଚଳାଚଳ ବନ୍ଦ । ଅଧିକ ପଢନ୍ତୁ...

ନ୍ୟୁୟର୍କରେ ଘୂର୍ଣ୍ଣିଝଡ ‘IDA’ର ତାଣ୍ଡବ: 48 ମୃତ

author img

By

Published : Sep 3, 2021, 11:10 AM IST

Updated : Sep 3, 2021, 12:52 PM IST

ୱାଶିଂଟନ: ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳ ବର୍ଷା ସହ ଘୂର୍ଣ୍ଣିଝଡ ‘ଇଡା’ ତାଣ୍ଡବ ରଚିଛି । ଏଥିରେ ପାଖାପାଖି 48 ଜଣଙ୍କ ମୃତ୍ୟୁ ଘଟିଛି । ଧିରେ ଧିରେ ବର୍ଷା ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ବନ୍ୟା ପରିସ୍ଥିତି ଉପୁଜିଥିବା ନେଇ ସହରବାସୀଙ୍କୁ ଆଲର୍ଟ କରାଯାଇଥିଲା । ବର୍ଷା ସହ ଘୂର୍ଣ୍ଣିଝଡର ପ୍ରକୋପ ମଧ୍ୟ ଭୟାବହ ଥିଲା ।

ଦୀର୍ଘ ବର୍ଷ ପରେ ନ୍ୟୁୟର୍କବାସୀ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି । ବନ୍ୟା ଓ ଘୂର୍ଣ୍ଣିଝଡର ତାଣ୍ଡବ ଏପରି ଥିଲା ଯେ, ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ନେଇ ଆଶଙ୍କା କରାଯାଉଛି । ଗତକାଲି(ଗୁରୁବାର) ନ୍ୟୁୟର୍କରେ ରେକର୍ଡ ଭଙ୍ଗା ବର୍ଷା ହୋଇଥିବା କୁହାଯାଉଛି । ଏତେ ମାତ୍ରାରେ ବର୍ଷା ହୋଇଛି ଯେ, ନ୍ୟୁୟର୍କର ରାସ୍ତାଘାଟ ନଦୀରେ ପରିଣତ ହୋଇଯାଇଛି । ମେଟୋଡିଜା ମିହାଜ୍ଲୋଭ ନାମକ ଜଣେ 50 ବର୍ଷୀୟ ବ୍ୟକ୍ତି କହିଛନ୍ତି ଯେ, 'ମୁଁ ମୋ ଜୀବନ କାଳ ମଧ୍ୟରେ ଏପରି ବର୍ଷା କେବେ ଦେଖିନଥିଲି । ବର୍ଷା ଏପରି ହେଉଥିଲା ଯେ, ଜଙ୍ଗଲରେ ରହିବା ପରି ଲାଗୁଥିଲା । ଖରାଦିର ବର୍ଷା ପରି ପ୍ରବଳ ବର୍ଷା ହେଉଥିଲା, ପରିସ୍ଥିତିକୁ ବଖାଣିବା କଷ୍ଟକର । ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା ।'

ଅନ୍ୟପଟେ ନ୍ୟୁୟର୍କରେ ମେଟ୍ରୋ ସହ ଶହ ଶହ ବିମାନ ଚଳାଚଳ ବନ୍ଦ କରାଯାଇଛି । ଆଜି(ଶୁକ୍ରବାର) ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ ଲୁସିଆନା ରାଜ୍ୟ ଗସ୍ତ ପୂର୍ବରୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାଙ୍ଗିଯିବା ସହ ଲକ୍ଷାଧିକ ଘରେ ବିଦ୍ୟୁତ ସେବା ବିଚ୍ଛିନ୍ନ ଥିଲା । ଆମେ ସମସ୍ତେ ଏକାଠି ରହୁଛୁ । ଦେଶ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 3, 2021, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.