ETV Bharat / international

ଜର୍ଜିଆ ବିମାନ ଦୁର୍ଘଟଣା: 2 ଶିଶୁ ସମେତ ପରିବାରର 4 ସଦସ୍ୟଙ୍କ ମୃତ୍ୟୁ

author img

By

Published : Jun 6, 2020, 10:47 AM IST

ଆମେରିକାରେ ଜର୍ଜିଆ ବିମାନ ଦୁର୍ଘଟଣାଗ୍ରସ୍ତ । ଅନ୍ତିମ ସଂସ୍କାର ପାଇଁ ଭାରତ ଯିବା ସମୟରେ ବିମାନ ଦୁର୍ଘଟଣା ଘଟି ଗୋଟିଏ ପରିବାରର 4 ମୃତ । ଅଧିକ ପଢନ୍ତୁ...

ଜର୍ଜିଆ ବିମାନ ଦୁର୍ଘଟଣା, 2 ଶିଶୁ ସମେତ ପରିବାରର 4 ସଦସ୍ୟଙ୍କ ମୃତ୍ୟୁ

ଆଟଲାଣ୍ଟା: ଆମେରିକାରେ ଜର୍ଜିଆ ବିମାନ ଦୁର୍ଘଟଣାଗ୍ରସ୍ତ । ଏଥିରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ 2 ଶିଶୁ ରହିଥିଲେ । ଏହି ଦୁର୍ଘଟଣାଟି ଅପରାହ୍ନ ସମୟରେ ଜର୍ଜିଆର ଏକ ଗ୍ରାମାଞ୍ଚଳରେ ଘଟିଛି ।

ନ୍ୟୁଜ ଏଜେନ୍ସି ଏପି ମୁତାବକ, ଏହି ପରିବାର ଫ୍ଲୋରିଡାରେ ରହୁଥିଲେ । ଏମାନେ ସମସ୍ତେ ଅନ୍ତିମ ସଂସ୍କାର ପାଇଁ ଭାରତ ଯାଉଥିଲେ । ଦୁର୍ଘଟଣାରେ କୌଣସି ଏକ ବ୍ୟକ୍ତି ମଧ୍ୟ ଜୀବିତ ରହିନାହାଁନ୍ତି । ଦକ୍ଷିଣ ପୂର୍ବ ଆଟଲାଣ୍ଟା ଠାରୁ 161 କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ।

ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ କହିଛି ଯେ, ପାଇପର୍ PA31-T ୱିଲଷ୍ଟନ୍, ଫ୍ଲୋରିଡା ରୁ ନ୍ୟୁକ୍ୟାସଲ ଠାରୁ ଭାରତକୁ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟରେ ହଠାତ ବିମାନରେ ନିଆଁ ଲାଗିଯାଇଥିଲା । ପରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଭାଯାଇଥିଲା। ଏନେଇ ମିଲଡେଗେଭିଲ୍ ବାସିନ୍ଦା ଟ୍ରେସି କାର୍ଟର କହିଛନ୍ତି ।

ବିମାନଟି ଜଙ୍ଗଲରେ ଖସି ପଡିବା ପରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ଜରୁରୀକାଳୀନ କର୍ମଚାରୀମାନେ । ସେପଟେ ଘଟଣାର ତଦନ୍ତ ପାଇଁ ଏଫଏଏ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.