ETV Bharat / international

ଆମେରିକାରେ ଗୁଳିକାଣ୍ଡ: 3 ମୃତ

ଆମେରିକା ଓକ୍ଲାହୋମାର ଡଙ୍କନ ସ୍ଥିତ ୱାଲ୍‌ମାର୍ଟ ସପିଂ ମଲ୍‌ରେ ସୋମବାର ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଏହି ଗୁଳିମାଡରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି ।

author img

By

Published : Nov 19, 2019, 1:08 AM IST

ପ୍ରତିକାତ୍ମକ ଫଟୋ

ୱାଶିଂଟନ: ପୁଣି ଗୁଳି ମାଡରେ ଥରିଛି ଆମେରିକା । ଦିନକ ପରେ ଆମେରିକା ଓକ୍ଲାହୋମାର ଡଙ୍କନ ସ୍ଥିତ ୱାଲ୍‌ମାର୍ଟ ସପିଂ ମଲ୍‌ରେ ସୋମବାର ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଏହି ଗୁଳିମାଡରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଡଙ୍କନ ପୋଲିସ ପ୍ରମୁଖ ଡୈନି ଫୋର୍ଡ ସପିଂ ମଲ୍‌ ବାହାରେ ହୋଇଥିବା ଏହି ଗୁଳିମାଡରେ 3 ମୃତକଙ୍କ ମଧ୍ୟରେ ଗୁଳିମାଡ କରିଥିବା ସନ୍ଦିଗ୍ଧ ବ୍ୟକ୍ତି ମଧ୍ୟ ସାମିଲ ରହିଥିବା ସେ ସୂଚନା ଦେଇଛନ୍ତି ।

ଏହି ଗୁଳିକାଣ୍ଡରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଏହି ଘଟଣା ପରେ ଡଙ୍କନ ପବ୍ଲିକ ସ୍କୁଲ ନିଜ ଅଧିକାରୀକ ଫେସବୁକ୍‌ ପେଜ୍‌ରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ସ୍କୁଲ ଅସ୍ଥାୟୀ ଭାବରେ ବନ୍ଦ ରହିଥିବା ସୂଚନା ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ 16 ନଭେମ୍ଭରରେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଘରେ ଗୁଳିମାଡ ଘଟଣାରେ ଗୋଟିଏ ପରିବାରର ତିନି ଶିଶୁଙ୍କ ସମେତ ପାଞ୍ଚ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ।

Intro:Body:

PUJA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.