ETV Bharat / international

ଟିକ୍‌ଟକ୍‌ ଉପରେ ଖୁବ ଶୀଘ୍ର ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପଙ୍କୁ ଚିଠି ଲେଖିଲେ 25 ସାଂସଦ

author img

By

Published : Jul 16, 2020, 12:54 PM IST

ଲୋକପ୍ରିୟ ଆପ ଟିକ୍‌ଟକ୍‌ ସମେତ 59ଟି ଚୀନ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ତେବେ ଭାରତର ଏହି ନିଷ୍ପତ୍ତିକୁ ଠିକ ବୋଲି କହିଛି ଆମେରିକା କଂଗ୍ରେସ ।

ଟିକ୍‌ଟକ୍‌
ଟିକ୍‌ଟକ୍‌

ୱାଶିଂଟନ: ଲୋକପ୍ରିୟ ଆପ ଟିକ୍‌ଟକ୍‌ ସମେତ 59ଟି ଚୀନ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ତେବେ ଭାରତର ଏହି ନିଷ୍ପତ୍ତିକୁ ଠିକ ବୋଲି କହିଛି ଆମେରିକା କଂଗ୍ରେସ । ଏହା ସହିତ ଆମେରିକାରେ ମଧ୍ୟ ଖୁବ ଶୀଘ୍ର ଟିକ୍‌ଟକ୍‌ ସମେତ ଅନ୍ୟ ଚାଇନିଜ ଆପ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖି ଅପିଲ କରିଛି ଆମେରିକା କଂଗ୍ରେସ । ଚୀନର କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ନୀତିର ଲକ୍ଷ ଉପରେ ଉଦବେଗ ପ୍ରକାଶ କରି ଆମେରିକାର 25 ଜଣ କଂଗ୍ରେସ ସାଂସଦ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକୀୟଙ୍କ ଗୋପନୀୟତା ଏବଂ ନିରାପତ୍ତା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଜୁଲାଇ 15 ତାରିଖ ଦିନ ଆମେରିକା ରାଷ୍ଟ୍ରପତିଙ୍କୁ ଲେଖିଥିବା ଏକ ଚିଠିରେ ସେମାନେ ଦର୍ଶାଇଛନ୍ତି, ଜାତୀୟ ସୁରକ୍ଷା ଚିନ୍ତା କାରଣରୁ ଟିକ୍‌ଟକ୍‌ ସମେତ ଅନେକ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି। ଏହା ପ୍ରସଂଶନୀୟ । ଆମେରିକୀୟଙ୍କ ତଥ୍ୟ, ଗୋପନୀୟତା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକା ଟିକ୍‌ଟକ୍‌ କିମ୍ବା ଅନ୍ୟ କୌଣସି ଚାଇନିଜ୍ ଅନୁବନ୍ଧିତ ସୋସିଆଲ୍ ମିଡିଆ ୱେବସାଇଟ୍ କିମ୍ବା ଆପ୍ ଉପରେ ବିଶ୍ବାସ କରିବା ଉଚିତ୍ ନୁହେଁ। ଏହା ଚୀନ କମ୍ୟୁନିଷ୍ଟ ପାର୍ଟିର ଗୁପ୍ତଚର ଭାବରେ କାର୍ଯ୍ୟ କରେ । ତେଣୁ ଚୀନର ଅତ୍ୟାଧୁନିକ ଗୁପ୍ତଚରକୁ ବନ୍ଦ କରିବା ପାଇଁ ଆମେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛୁ। ଆମର ଜାତୀୟ ସୁରକ୍ଷାକୁ ରକ୍ଷା କରନ୍ତୁ ବୋଲି ଚିଠିରେ କୁହାଯାଇଛି।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଟିକ୍‌ଟକ୍‌ ଏବଂ ଚୀନ କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଅନ୍ୟ ସୋସିଆଲ ମିଡିଆ ସାଇଟକୁ ଆମେରିକାରେ ପ୍ରବେଶ କରିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ଉଦ୍ୟମକୁ ଆମେ ସମର୍ଥନ କରିବୁ । ଏହି ଲୋକପ୍ରିୟ ଆପ୍‌ସର ଡାଡା ଏକତ୍ରିତ କରିବାର ପ୍ରକ୍ରିୟା ଚୀନର ଶକ୍ତ ସାଇବର ସୁରକ୍ଷା ଆଇନ ସହ ଜଡିତ । ଯେଉଁଥିରେ ଟିକ୍‌ଟିକ୍‌ର ମୂଳ କମ୍ପାନୀ ବାୟଟେଡାନ୍ସ ମଧ୍ୟ ସାମିଲ ରହିଛି । ସେମାନଙ୍କୁ ସିପିସି ଅଧିକାରୀଙ୍କ ସହ ଡାଟା ସେୟାର କରିବାକୁ ପଡେ । ଏହା ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ସେମାନେ କହିଛନ୍ତି ।

ଆମେରିକୀୟ ଲୋକଙ୍କ ଗୋପନୀୟତା ଏବଂ ସୁରକ୍ଷାର ରକ୍ଷା କରିବା ପାଇଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରୁଛୁ ବୋଲି ସାଂସଦମାନେ ନିଜ ଚିଠିରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.