ETV Bharat / international

ବିଡେନ ପ୍ରଶାସନରେ 20 ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

author img

By

Published : Jan 18, 2021, 9:34 PM IST

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ନିଜ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ପଦରେ 13 ମହିଳାଙ୍କ ସମେତ 20 ଭାରତୀୟ ବଂଶୋଦ୍ଭବଙ୍କୁ ସାମିଲ କରିଛନ୍ତି । ଅଧିକ ପଢନ୍ତୁ...

ବିଡେନ ପ୍ରଶାସନରେ 20 ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ
ବିଡେନ ପ୍ରଶାସନରେ 20 ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

ୱାଶିଂଟନ: ଆମେରିକାରେ ପୂନର୍ବାର ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ଦେଖିବାକୁ ମିଳିଛି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ନିଜ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ପଦରେ 13 ମହିଳାଙ୍କ ସମେତ 20 ଭାରତୀୟ ବଂଶୋଦ୍ଭବଙ୍କୁ ସାମିଲ କରିଛନ୍ତି ।

20 ଭାରତୀୟ-ଆମେରିକୀୟଙ୍କ ମଧ୍ୟରୁ ଅତିକମରେ 17 ଜଣ ହ୍ବାଇଟହାଉସର ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳିବେ । ଆମେରିକାର ମୋଟ ଜନସଂଖ୍ୟାର ଏକ ପ୍ରତିଶତ ଭାରତୀୟ-ଆମେରିକୀୟ ଅଛନ୍ତି । ଏହି କ୍ଷୂଦ୍ର ସୁଦାୟଙ୍କ ମଧ୍ୟରୁ କୌଣସି ପ୍ରଶାସନରେ ପ୍ରଥମ ଥର ଏତେ ଅଧିକ ସଂଖ୍ୟକ ଲୋକଙ୍କୁ ନିଯୁକ୍ତ କରାଯିବ ।

ବିଡେନ ଜାନୁଆରୀ 20ରେ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଛ ଗ୍ରହଣ କରିବେ । ଏହି ଦିନ କମଲା ହାରିସ ଶପଥ ଗ୍ରହଣ କରି ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ସମ୍ଭାଳିବେ । ହାରିସ ଭାରତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଆମେରିକାର ପ୍ରଥମ ଉପରାଷ୍ଟ୍ରପତି ହେବେ ।

ବିଡେଙ୍କ ପ୍ରଶାସନରେ ସାମିଲ ହେବାକୁ ଥିବା ଭାରତୀୟ ବଂଶୋଦ୍ଭବଙ୍କ ଲିଷ୍ଟର ସବୁଠୁ ଆଗରେ ରୀନା ଟଣ୍ଡନ ଓ ଡାକ୍ତର ବିବେକ ମୂର୍ତ୍ତି ଅଛନ୍ତି । ବିଡେନ ପ୍ରଶାସନରେ ହ୍ବାଇଟ ହାଉସ କାର୍ଯ୍ୟାଳୟର ପ୍ରବନ୍ଧକ ଏବଂ ବଜେଟ ନିର୍ଦେଶକ ଭାବରେ ଟଣ୍ଡନ ଓ ଆମେରିକା ସର୍ଜନ ଜେନେରାଲ ଭାବରେ ଡାକ୍ତର ମୂର୍ତ୍ତିଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ବନିତା ଗୁପ୍ତାଙ୍କୁ ଆଇନ ମନ୍ତ୍ରଣାଳୟର ଆସୋସିଏଟ ଆଟର୍ଣ୍ଣୀ ଜେନେରାଲ ନିଯୁକ୍ତ କରାଯାଇଛି । ବିଡେନ ଶନିବାର ବୈଦେଶିକ ସେବାର ପୂର୍ବତନ ଅଧିକାରୀ ଉଜାରା ଜେୟାଙ୍କୁ ଗଣତନ୍ତ୍ର ଏବଂ ମାନବାଧିକାର ପାଇଁ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.