ETV Bharat / international

ଆମେରିକାରେ ଗୁଳିକାଣ୍ଡ: ୨ ଏଫବିଆଇ ଏଜେଣ୍ଟ ନିହତ, ୩ ଆହତ

ଦକ୍ଷିଣ ଫ୍ଲୋରିଡାରେ ଶିଶୁ ଯୌନ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ଏଫବିଆଇ ଟିମ ଉପରେ ଆଖିବୁଜା ଗୁଳିମାଡ଼ । ଏଥିରେ ଏଫବିଆଇର ୨ ଜଣ ଏଜେଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକ ପଢନ୍ତୁ...

author img

By

Published : Feb 3, 2021, 10:57 AM IST

ଆମେରିକାରେ ଗୁଳିକାଣ୍ଡ: ୨ ଏଫବିଆଇ ଏଜେଣ୍ଟ ନିହତ, ୩ ଆହତ
ଆମେରିକାରେ ଗୁଳିକାଣ୍ଡ: ୨ ଏଫବିଆଇ ଏଜେଣ୍ଟ ନିହତ, ୩ ଆହତ

ୱାଶିଂଟନ: ଦକ୍ଷିଣ ଫ୍ଲୋରିଡାରେ ଶିଶୁ ଯୌନ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ଏଫବିଆଇ ଟିମ ଉପରେ ଆଖିବୁଜା ଗୁଳିମାଡ଼ । ଏଥିରେ ଏଫବିଆଇର ୨ ଜଣ ଏଜେଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାମୁତାବକ, ଏହି ଅପରାଧୀକୁ ଗିରଫ କରିବା ପାଇଁ ସନ୍ଧାନରେ ବାହାରିଥିବା ଏଫବିଆଇ ଟିମ ଉପରେ ଅଚାନକ ଜଣେ ବ୍ୟକ୍ତି ସ୍ବୟଂଚାଳିତ ବନ୍ଧୁକରୁ ଗୁଳି ବର୍ଷା କରିଥିଲା।

ଘଟଣାସ୍ଥଳରେ ହିଁ ୨ ଏଜେଣ୍ଟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏନକାଉଣ୍ଟରରେ ଆକ୍ରମଣକାରୀ ମଧ୍ୟ ନିପାତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.