ETV Bharat / international

ମେକ୍ସିକୋରେ ଓଲଟିଲା ବସ: 15 ମୃତ, 22 ଆହତ

author img

By

Published : Jul 19, 2019, 8:18 AM IST

ମେକ୍ସିକୋର ପଶ୍ଚିମ ନାୟାରିତ ଷ୍ଟେଟରେ ଓଲଟିଲା ଏକ ବସ । ଦୁର୍ଘଟଣାରେ 15 ଯାତ୍ରୀଙ୍କର ମୃତ୍ୟୁ ହେବା ସହ 22 ଜଣ ଆହତ ଅଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମେକ୍ସିକୋ: ବସ ଦୁର୍ଘଟଣାରେ 15ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା। ମେକ୍ସିକୋର ପଶ୍ଚିମ ନାୟାରିତ ଷ୍ଟେଟରେ ଏକ ଯାତ୍ରୀବାହୀ ବସ ଓଲଟିଯିବା ସୂଚନା ମିଳିଛି । ଏହି ବସରେ ଯାତ୍ରା କରୁଥିବା 15 ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ 21 ଜଣ ଆହତ ହୋଇଛନ୍ତି । ଉକ୍ତ ଘଟଣାର ସୂଚନା ଦେଇଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ।

ଏନେଇ ନାୟାରିତ ସରକାରର ପ୍ରବକ୍ତାଙ୍କ କହିବା ମୁତାବକ ମୃତକ ଏବଂ ଆହତଙ୍କ ମଧ୍ୟରେ 7 ଜଣ ଛୋଟ ପିଲା ସାମିଲ ଅଛନ୍ତି । ଉକ୍ତ ଦୁର୍ଘଟଣାଟି ଜାତୀୟ ରାଜପଥରେ ସ୍ଥାନୀୟ ସମୟାନୁସାରେ ସକାଳ 7ଟା ବେଳେ ଘଟିଛି । ତେବେ ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବାରେ ଲାଗିଛି । ସେପଟେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.