ETV Bharat / international

'କିଙ୍ଗ ଏୟାର 350' ବିମାନ ଦୁର୍ଘଟଣାରେ 10 ମୃତ

ଆମେରିକା ଟେକ୍ସାସ ଆଡିସନ ମ୍ୟୁନିସିପାଲ ଏୟାରପୋର୍ଟରେ 'ବିଚକ୍ରାଫ୍ଟ କିଙ୍ଗ ଏୟାର 350'ର ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

author img

By

Published : Jul 1, 2019, 9:31 AM IST

Updated : Jul 1, 2019, 10:07 AM IST

ପ୍ରତିକାତ୍ମକ ଫଟୋ

ୱାସିଂଟନ: ଆମେରିକା ଟେକ୍ସାସରେ ଘରୋଇ ବିମାନ ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ ଘଟିଛି । ବିମାନଟି ସ୍ଥାନୀୟ ଏୟାରପୋର୍ଟରେ ଏକ ହ୍ୟାଙ୍ଗର (ବିମାନ ରଖା ଯାଉଥିବା ସ୍ଥାନ) ସହ ପିଟି ହେବା ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଆଡିସନ ମ୍ୟୁନିସିପାଲ ଏୟାରପୋର୍ଟରେ 'ବିଚକ୍ରାଫ୍ଟ କିଙ୍ଗ ଏୟାର 350' ଉଡାଣ ଭରିବା ସମୟରେ ହଠାତ୍‌ ବିମାନରେ ନିଆଁ ଲାଗି ଯାଇଥିଲା । ବିମାନରେ ଥିବା ସମସ୍ତ 10 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ୱାସିଂଟନ: ଆମେରିକା ଟେକ୍ସାସରେ ଘରୋଇ ବିମାନ ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ ଘଟିଛି । ବିମାନଟି ସ୍ଥାନୀୟ ଏୟାରପୋର୍ଟରେ ଏକ ହ୍ୟାଙ୍ଗର (ବିମାନ ରଖା ଯାଉଥିବା ସ୍ଥାନ) ସହ ପିଟି ହେବା ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଆଡିସନ ମ୍ୟୁନିସିପାଲ ଏୟାରପୋର୍ଟରେ 'ବିଚକ୍ରାଫ୍ଟ କିଙ୍ଗ ଏୟାର 350' ଉଡାଣ ଭରିବା ସମୟରେ ହଠାତ୍‌ ବିମାନରେ ନିଆଁ ଲାଗି ଯାଇଥିଲା । ବିମାନରେ ଥିବା ସମସ୍ତ 10 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

SLUG - SISUMITRA COURT
FORMAT - PKG
REPORTER-HARIHARA PATNAIK
PLACE - GAJAPATI 
DATE - 30.06.2019
ଆଙ୍କର — କଥାରେ ଅଛି ହସ୍ପିଟାଲ କିମ୍ବା କଚେରୀ ବାରଣ୍ଡା ନଚକୁଡିବା ଭଲ । ଏହା କହିବାର ଅର୍ଥ ହେଉଛି ଏଠାକୁ ଗଲେ ଖର୍ଚ୍ଚାନ୍ତ ସହ ଅପେକ୍ଷା କରି ହଇରାଣ ହେବା ନିଶ୍ଚିତ  । କୁନି କୁନି ପିଲାମାନଙ୍କୁ ନେଇ ଯେଉଁମାନେ ଏଠାକୁ ଆସନ୍ତି ସେମାନଙ୍କ ଅବସ୍ଥା ତ ନକିୁବା ଭଲ  । ଖରା ତରାରେ ସେମାନେ ଦିନ ଦିନ ଧରି ଅପେକ୍ଷା କରି ବହୁ ହିଫାଣ ହୋଇଥାନ୍ତି । ଏହି ସମସ୍ୟାରୁ ଲୋକଙ୍କୁ  ବଂଚିତ କରିବା ପାଇଁ ବର୍ତମାନ ପାରଳାଖେମୁଣ୍ଡି କୋର୍ଟ ପରିସରରେ ଆରମ୍ଭ ହୋଇଛି୍ ଶିଶୁମିତ୍ର ଅଦାଲତ । ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।............... 
ଭିଓ 01—ଅଦାଲତର ନାଁ ଶୁଣିଲେ ଲୋକଙ୍କ ମନରେ ଭିନ୍ନ ପ୍ରକାର ଭୟ ସୃଷ୍ଟି ହୋଇଥାଏ  । ଏହାର କାରଣ ହେଲା ଏଠାକୁ ଆସୁଥିବା ଅଭିଯୋଗକାରୀ ହୁଅନ୍ତୁ କିମ୍ବା ଅଭିୁକ୍ତ ଦିନ ଦିନ ଧରି ନ୍ୟାୟ ପାଇଁ ଅପେକ୍ଷା କରି ରହିବାକୁ ପଡିଥାଏ । ବିଶେଷ କରି ଶିଶୁମାନଙ୍କୁ ସାଙ୍ଗରେ ନେଇ ଆସୁଥିବା ମହିଳାମାନେ ଅଧିକ ଭାବେ ପ୍ରଭାବିତଚ ହୋଇଥାନ୍ତି  । ଖରା ବର୍ଷାରେ ଖୋଲା ଆକାଶ ତଳେ ପଡିରହିବା ସେମାନଙ୍କୁ ଅଧିକ କଷ୍ଟ ଦେଇଥାଏ । କେତେବେଳେ କେମିତି ଶିଶୁ ଟିଏ ଯଦି ପରୋକ୍ଷ ଭାବେ କିମ୍ବା ପ୍ରତ୍ୟେକ ଭାବେ ପୋଲିସ ସଂଷ୍ପର୍ଷରେ ଆସେ ତାହା ହେଲେ ତ କଥା ସରିଲା । ଶିଶୁଟି ମାନସିକ ଭାବେ ଅପ୍ରସ୍ତୁତି ହେବା ସହ ନିଜକୁ ଅସୁରକ୍ଷିତ ମଣିଥାଏ । ତେବେ ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ଏକ ନିଆରା ପଦକ୍ଷେପ। ପାରଳାଖେମଣ୍ଡି ଜିଲ୍ଲା କୋର୍ଟ ପରିସରରେ ଖୋଲାଯାଇଛି ଶିଶୁ ମିତ୍ର ଅଦାଲତ। କୌଣସି ମାମଲାରେ ନିଜେ କିମ୍ବା ନିଜ ସଂପର୍କୀୟଙ୍କ ସହ ଆସିଥିବା ଶିଶୁ ମାନେ ଏଭଳି ସମସୟାରୁ ଦୁରେଇ ରହି ଏକ ଭିନ୍ନ ପରିବେଶ ମଧ୍ୟରେ ସମୟ କାଟିବେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ସହ ପ୍ରସ୍ତୁତ କରାଯାଇଛି ଏକ ପ୍ରକୋଷ୍ଠ  । ଏଠାରେ ରହିଛି ଶିଶୁଙ୍କ ପାଇଁ ଉପଯୋଗୀ ଖେଳ ଉପକରଣ ସାଙ୍ଗକୁ ପୁସ୍ତକ । କାନ୍ଥରେ ଅଙ୍କା ଯାଇଛି ବହୁ ଶିକ୍ଷଣୀୟ ଚିତ୍ର । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସହାୟତାରେ ଏହା କରାଯାଇଥିବା ବେଳେ ଶିଶୁଙ୍କ ପାଇଁ ଏହା ବେଶ ଉପଯୋଗୀ ହେବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।...................
ବାଇଟ 01 — ଅରୁଣ କୁମାର ତ୍ରୀପାଠୀ ( ଶିଶୁ ସୁରକ୍ଷା ଅଧିକାରୀ, ଗଜପତି)
ଭିଓ 02 — ଗଜପତି ଜିଲ୍ଲାରେ ପୂବର୍ରପୁ ଶିଶୁମିତ୍ର ଥାନା ଆରମ୍ଭ ହୋଇଥିବା ବେଳେ ବର୍ତମାନ ଶିଶୁ ମିତ୍ର ଅଦାଲତ ନିର୍ମାଣ ହେବା ନିଶ୍ଚିତ ଭାବେ ଏକ ସ୍ବାଗହତ ଯୋଗ୍ୟ ପଦେକ୍ଷପ । ଏହାଦ୍ବାରା ପ୍ରତ୍ୟକ୍ଷ ବା ପରୋକ୍ଷରେ ଅଦାଲତକୁ ଆସୁଥିବା ପିଲାମାନେ ହଇରାଣ ହେବାରୁ ବଂଚିତ ହେବେ । କେବଳ ଏହା ନୁହେଁ ଯେତିକି ସମୟ ସେମାନେ ଏଠାରେ ରହିବେ ସେମାନେ କି୍ଛି ଶିଖିବାର ସୁଯୋଗ ମଧ୍ୟ ପାଇବେ  । ଏହି ଅଦାଲତର ପରିସରରେ ଭିଡିଓଏ କନ୍ଫେରେନ୍ସିଂ ବ୍ୟବସ୍ଥା ମଧ୍ୟ କରାଯାଇଛି  । ଫଳରେ ବ୍ରହ୍ମପୁରରେ ରହୁଥିବା ବାଳ ଅପରାଧୀମାନଙ୍କୁ ବି୍ଚାର ପାଇଁ ଏଠାକୁ ଆଣିବା ପରିବର୍ତେ ଏଓହା ମାଧ୍ୟମରେ ସେମାନଙ୍କ ବିଚାର ହୋଇପାରିବ । ଯାହାକୁ ଏସପି ଏବଂ ଓକିଲ ସଂଘ ସ୍ବାଗତ କରିବା ସହ ଏହି ନିଶ୍ଚିତ ଭାବେ ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ପିଲାଙ୍କୁ ସହାୟକ ହେବ ବୋଲି କହିଛନ୍ତି  ।...........
ବାଇଟ 02- ରାମନାଥ ମିଶ୍ର ( ସଭାପତି, ଓକିଲ ସଂଘ )
ବାଇଟ 03- ସାରା ଶର୍ମା ( ଏସପି, ଗଜପତି )
ଫାଭିଓ — ଅଦାଲତକୁ ଯେଉଁମାନେ ଆସିଥାନ୍ତି ସମସ୍ତେ ଯେ, ଦୋଷ କରି ଆସିଥାନ୍ତି ତାହା ନୁହେଁ  । ଅନେକ ନ୍ୟାଯ ପାଇଁ ମଧ୍ଯ ଅଦାଲତର ଦ୍ବାରସ୍ଥ ହୋଇଥାନ୍ତି  । ଏଭଳି ସ୍ଥଳେ ଅନେକ ଲୋକ ହଇରାଣ ହେଉଥିବା ଦେଖିବାକୁ ମିଳେ  । ତେଣୁ ଏଭଳି ବ୍ୟବସ୍ଥା ଏଠାକୁ ଆସୁଥିବା ପିଲାମାନଙ୍କୁ ସହାୟକ ହେବ ।.............
...........ଗଜପତିରୁ ହରିହର ପଟନାୟକ ଇଟିଭି   ।.......
VISUAL AND BYTE SENT BY FTP.....

Last Updated : Jul 1, 2019, 10:07 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.