ETV Bharat / international

ଆମେରିକାରେ 1.6 ମିଲିୟନ ଲୋକ କରିଛନ୍ତି କୋଭିଡ 19 ପରୀକ୍ଷା: ଟ୍ରମ୍ପ

author img

By

Published : Apr 6, 2020, 3:29 PM IST

ହ୍ବାଇଟହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକାରେ 1.6 ମିଲିୟନ ଲୋକ କରିଛନ୍ତି କୋଭିଡ-19 ପରୀକ୍ଷା କରିସାରିଲେଣି । ଫେଡେରାଲ ଜରୁରୀକାଳୀନ ପରିଚାଳନା ଏଜେନ୍ସି ସାହାଯ୍ୟରେ ଦେଶର ବିଭିନ୍ନ ରାଜ୍ୟରେ 1700 ଭେଣ୍ଟିଲେଟର ବଣ୍ଟନ କରାଯାଇଛି । ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବା ହେତୁ ଆମେରିକା ଏବ ଭୟାବହ ସ୍ଥିତିରେ ପହଞ୍ଚିବ ବୋଲି ଟ୍ରମ୍ପ କହିଛନ୍ତି ।

ଏପର୍ଯ୍ୟନ୍ତ ଆମେରିକାରେ 1.6 ମିଲିୟନ ଲୋକ କରିଛନ୍ତି କୋଭିଡ-19 ପରୀକ୍ଷା: ଟ୍ରମ୍ପ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଦେଶର ପ୍ରାୟ 1.6 ମିଲିୟନ ଲୋକ କୋଭିଡ-19 ଟେଷ୍ଟ କରିଛନ୍ତି । ହ୍ବାଇଟହାଉସର ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ମଙ୍ଗଳବାର ସୁଦ୍ଧା 3000 ସାମରିକ ଏବଂ ଜନସ୍ବାସ୍ଥ୍ୟ କର୍ମୀ କୋରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ନିୟୋଜିତ ହେବେ ।

ତେବେ ଏବେ ସୁଦ୍ଧା ଫେଡେରାଲ ଜରୁରୀକାଳୀନ ପରିଚାଳନା ଏଜେନ୍ସି ସାହାଯ୍ୟରେ ଦେଶର ବିଭିନ୍ନ ରାଜ୍ୟରେ 1700 ଭେଣ୍ଟିଲେଟର ବଣ୍ଟନ କରାଯାଇଛି । 500ଟି ନ୍ୟୁ ଜର୍ସି ରାଜ୍ୟକୁ , 200 ଟି ଲୁଇସିଆନାକୁ , 600 ରୁ ଇଲିନୋଇସ୍ , ମାସାଚୁସେଟ୍ସକୁ 100 ଏବଂ 300 ରୁ ମିଚିଗାନ୍ କୁ ବଣ୍ଟନ କରାଯାଇଛି ।

ଏହାସହ ଟ୍ରମ୍ପ କହିଛନ୍ତି ଯେ ସୋମବାର ନ୍ୟୁୟର୍କକୁ ପ୍ରାୟ 600,000 ଏନ 95 ମାସ୍କ ପଠାଯିବ । ଏହାସହ ସରକାର ପ୍ରାୟ 200, 000 N95 ମାସ୍କ ଲଙ୍ଗ ଦ୍ବୀପକୁ ପଠାଇବେ । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଜୀବାଣୁ ବିସ୍ତାର କରୁଥିବାରୁ ଆଗାମୀ ଦିନରେ ମଧ୍ୟ ଏହାର ବିସ୍ତାର ଜାରି ରହିବ । ତେଣୁ ଆଗାମୀ ସପ୍ତାହ ଓ ପରବର୍ତ୍ତୀ ସପ୍ତାହ ଆମେରୀକୀୟମାନଙ୍କ ପାଇଁ ବହୁତ କଠିନ ରହିବ ।

ତେବେ ଜନ ହପକିନର ରିପୋର୍ଟ ଅନୁଯାୟୀ ଏବେ ସୁଦ୍ଧା 337,620 କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 9,643ଜଣଙ୍କର ମୃ୍ତ୍ୟୁ ହୋଇସାରିଲାଣି । ଦିନକୁ ଦିନ ଆମରିକାରେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଏନେଇ ଟ୍ରମ୍ପ କହିଛନ୍ତି ଆମେରିକା ଏକ ଭୟଙ୍କର ସ୍ଥିତିରେ ପହଞ୍ଚିବ । ଏମିତି ଏକ ପରିସ୍ଥିତି ଆସିବ ଯେଉଁଠି ସବୁକିଛି ବଦଳିବାକୁ ଲାଗିବ ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.