ଅବୁଜା: ନାଇଜେରିଆର ଆତଙ୍କବାଦୀ ଗୋଷ୍ଠୀ ବୋକୋ ହାରାମ ପୁଣି ନରସଂହାର ରଚିଛନ୍ତି । କିଛି ଦିନ ବ୍ୟବଧାନରେ ଉତ୍ତର ପୂର୍ବ ଅଞ୍ଚଳରେ ଏମାନେ ମାତିଛନ୍ତି । ଏହି ମୁସଲମାନ ମୌଲବାଦୀ ସଙ୍ଗଠନର ଆକ୍ରମଣରେ 69 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ନାଇଜେରିଆରେ ଗତ 18 ବର୍ଷ ଧରି ବୋକୋ ହାରାମ ନିଜ ନରସଂହାର ଜାରି ରଖିଛି । ନିଜ ଲକ୍ଷ୍ୟ ସଫଳ କରିବା ପାଇଁ ଏହା ଅନେକ ନିରୀହ ଲୋକଙ୍କ ବଳି ପକାଇଛି । ଆସନ୍ତୁ ଏହାର କଳଙ୍କିତ ଇତିହାସ ଉପରେ ଏକ ନଜର ପକାଇବା ।
ସ୍ଥାନୀୟ ଭାଷାରେ ଏହି ସଙ୍ଗଠନର ନାମର ଅର୍ଥ ପାଶ୍ଚାତ୍ୟ ଶିକ୍ଷା ନିଷେଧ । ସଙ୍ଗଠନର ସଦସ୍ୟ ନିଜକୁ ପ୍ରଭୁ ଯୀଶୁଙ୍କ ଶିକ୍ଷା ଓ ଜିହାଦର ପ୍ରଚାରକ ଭାବେ ମାନନ୍ତି । 2002ରେ ଏହାର ପ୍ରତିଷ୍ଠା ପରେ ପ୍ରଥମତଃ ଏହାର ଲକ୍ଷ୍ୟ ଥିଲା ପାଶ୍ଚାତ୍ୟ ଶିକ୍ଷାକୁ ବିରୋଧ କରିବା । 2009ରେ ଏହା ଇସଲାମିକ ଷ୍ଟେଟ ସୃଷ୍ଟି କରିବା ପାଇଁ ମିଲିଟାରୀ ଅପରେସନ ଲଞ୍ଚ କରିଥିଲା । 2013ରେ ଏହାକୁ ଆମେରିକା ଏକ ଆତଙ୍କବାଦୀ ଗ୍ରୁପ ଭାବେ ଘୋଷଣା କରିଥିଲା । ଏହାପର ବର୍ଷରେ ନିଜ ଅଧୀକୃତ ଅଞ୍ଚଳରେ ଏହା ଖଲିଫା ଘୋଷଣା କରିଥିଲା ।
ଗ୍ରୁପକୁ ମୁସଲିମ ମୌଲବୀ ମହମ୍ମଦ ୟୁସୁଫ ସୃଷ୍ଟି କରିଥିଲେ । ବୋର୍ଣ୍ଣୋର ରାଜଧାନୀ ମୈଦୁଗୁରୀ ଏହାର କେନ୍ଦ୍ରସ୍ଥଳୀ ଥିଲା । ଏହାର ପ୍ରଥମ ଆକ୍ରମଣ 2003 ଡିସେମ୍ବରରେ ହୋଇଥିଲା । ଏଠାରେ 200 ଆତଙ୍କୀ ନାଇଜେରିଆ ସୀମାରେ ଥିବା ୟୋବେର ଅନେକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ । ଏହାପରେ ଜୁଲାଇ 2009ରେ ବୋଉଚି, ବୋର୍ଣ୍ଣୋ, କାନୋ ଏବଂ ୟୋବେ ଭଳି ରାଜ୍ୟରେ ନିଜର ସଙ୍ଗଠନ ଦୃଢ କରିଥିଲା । ପୋଲିସ ଉପରେ ଏହାର ଆକ୍ରମଣ ପରେ ଏକ ମିଲିଟାରୀ ଅପରେସନରେ ସଙ୍ଗଠନର ପ୍ରାୟ 700ରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ପ୍ରତିଷ୍ଠାତା ୟୁସୁଫକୁ ପୋଲିସ ଧରିବା ସହ ଅନେକ ମସଜିଦ ନଷ୍ଟ କରିଥିଲା । ଏହାପରେ ୟୁସୁଫ ପୋଲିସ ହେପାଜତରେ ମୃତ୍ୟୁବରଣ କରିଥିଲା ।
ସେପ୍ଟେମ୍ବର 7, 2010ରେ ବୋଉଚିର ଏକ ଜେଲରେ ଆକ୍ରମଣ କରି 50 ଆତଙ୍କୀ 5 ଲୋକଙ୍କୁ ମାରି 700ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ରିଲିଜ କରିଥିଲେ । ମେ 29, 2011ରେ ନାଇଜେରିଆର ତତ୍କାଳୀନ ରାଷ୍ଟ୍ରପତିଙ୍କ ଉତ୍ସବବେଳେ ଏକ ମିଲିଟାରୀ ବାରାକ୍ ପାଖରେ 3ଟି ଆଇଡି ବିସ୍ଫୋରଣ କରିଥିଲେ ଆତଙ୍କୀ । ଏଥିରେ 10ଟି ଲୋକଙ୍କ ମୃତ୍ୟୁ ହୋଇଥିଲା । 2011 ଅଗଷ୍ଟ 26ରେ ସଙ୍ଗଠନ ନିଜର ସବୁଠୁ ବଡ ଆକ୍ରମଣ କରିଥିଲା । ନାଇଜେରିଆର ଆବୁଜାରେ ଥିବା ମିଳିତ ଜାତିସଙ୍ଘ କମ୍ପାଉଣ୍ଡରେ କାର୍ ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 23 ଲୋକଙ୍କ ମୃତ୍ୟୁ ସହ 75ରୁ ଅଧିକ ଆହତ ହୋଇଥିଲେ ।
ନଭେମ୍ବର 4, 2011ରେ ବିଭିନ୍ନ ଆକ୍ରମଣରେ ୟୋବୋ, ଦାମାତୂରୂ ଓ ବୋର୍ଣ୍ଣୋରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । କାନୋ ସହରରେ 2012 ଜାନୁୟାରୀ 20ରେ ବୋକୋ ହାରାମର ଲଗାତାର ଆକ୍ରମଣରେ ପ୍ରାୟ 200ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । 2013 ଜୁନ୍ ମାସରେ ଚର୍ଚ୍ଚ ଆକ୍ରମଣରେ ପ୍ରାୟ 50 ଲୋକଙ୍କ ପ୍ରାଣ ଯାଇଥିଲା । ସେପ୍ଟେମ୍ବର 17, 2013ରେ ମିଲିଟାରୀ ୟୁନିଫର୍ମ ପିନ୍ଧି ସଙ୍ଗଠନର ସଦସ୍ୟଙ୍କ ଆକ୍ରମଣରେ ଅତିକମରେ 143 ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି 2014 ମେ 20ରେ ସିଟି ଅଫ୍ ଜୋସରେ ଟ୍ବିନ ବ୍ଲାଷ୍ଟ 118 ଲୋକଙ୍କୁ ମାରିଥିଲା ।
2014 ମସିହା ଜୁନ୍ 3ରୁ 4 ଯାଏଁ ବୋକୋ ହାରାମର ସଦସ୍ୟ 2 ଦିନ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଥିଲେ । ଏଥିରେ ପ୍ରାୟ 400ରୁ 500 ଲୋକଙ୍କ ମୃତ୍ୟୁ ହୋଇଥିଲା । ନିଜ ସାମ୍ରାଜ୍ୟ ବିସ୍ତାର କରିବାକୁ ସଙ୍ଗଠନ ଏହି ପନ୍ଥା ଆପଣାଇଥିଲା । ଲୋକଙ୍କୁ ମାରିବା ସହ ନିଜ ଅଧୀନକୁ ସମସ୍ତ ରାଜ୍ୟ ଆଣୁଥିଲା । 2014 ଜୁଲାଇ 7ରେ ପ୍ରାୟ 57 ଅପହୃତା ବୋକୋ ହାରାମ ସଦସ୍ୟଙ୍କ କବଳରୁ ଖସି ଆସିଥିଲେ । ଏବେ ବି ଚିବୋକର 200 ସ୍କୁଲ ଛାତ୍ରୀ ଏହି ସଙ୍ଗଠନ କବଳରେ ଥିବା ବିଶ୍ବାସ କରାଯାଏ । 2014 ଜୁଲାଇ 17ରୁ 20 ଭିତରେ 3 ଦିନ ଦାମ୍ବୋଆ ସହରରେ ସଙ୍ଗଠନ ଏକ ରେଡ୍ କରିଥିଲା । ଏହା ସରିବାବେଳକୁ 66 ଲୋକଙ୍କ ମୃତ୍ୟୁ ସହ ପ୍ରାୟ 15 ହଜାରରୁ ଅଧିକ ବାସହରା ହୋଇଥିଲେ ।
2015 ଜାନୁୟାରୀ 3ରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଥିଲେ ବୋକୋ ହାରାମ ସଦସ୍ୟ । ଲଗାତାର ଅନେକ ଦିନ ଧରି ଶତାଧିକ ସଦସ୍ୟ ବାଗା ଟାଉନ ସିଜ କରିବା ସହ ନାଇଜେରିଆର ଉତ୍ତର ଗାଁମାନଙ୍କରେ ଆକ୍ରମଣ କରିଥିଲେ । ଏହି ନରସଂହାରରେ ପ୍ରାୟ 2000 ଲୋକଙ୍କ ମୃତ୍ୟୁ ହେବା ସହ ଚାରିଆଡେ ମୃତଦେହ ଖେଳିଯାଇଥିଲା । ମାର୍ଚ୍ଚ 12, 2015ରେ ଏହାକୁ ନିଜ ଅଧୀନକୁ ଆଣିଥିଲା ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ । ଏହି ବର୍ଷ ଏପ୍ରିଲ 25 ଓ 26ରେ ପ୍ରାୟ 400 ଲୋକଙ୍କ ମୃତଦେହ ଦାମାସକ ସହରରେ ବିଛେଇ ପଡିଥିଲା । ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ସାମିଲ ଥିଲେ । ଏମାନଙ୍କୁ ସଙ୍ଗଠନର ସଦସ୍ୟ ହତ୍ୟା କରିଥିବା ସୂଚନା ମିଳିଥିଲା । ନିକଟରେ ଏହି ଟାଉନ ବୋକୋ ହାରାମ କବଳରୁ ମୁକ୍ତି ପାଇଥିଲା ।
ଏପ୍ରିଲ 13, 2018ରେ ୟୁନିସେଫ୍ ଘୋଷଣା କରିଥିଲା ଯେ ପ୍ରାୟ ହଜାରରୁ ଅଧିକ ଶିଶୁଙ୍କୁ 2013ରୁ ବୋକୋ ହାରାମ ଅପହରଣ କରି ରଖିଛି । 2019 ଜୁଲାଇ 27ରେ ବୋକୋ ହାରାମ ଏକ ଅନ୍ତ୍ୟେଷ୍ଟି କ୍ରିୟା ସଭାରେ ଆକ୍ରମଣ କରି 65 ଲୋକଙ୍କୁ ମାରିଥିଲା । ଅକ୍ଟୋବର 2019ରେ ବ୍ଲାବ୍ରିନେରେ 12 ନାଇଜେରିଆ ଟ୍ରୁପ୍ସଙ୍କୁ ହତ୍ୟା କରିଥିଲା ସଙ୍ଗଠନ । ଚଳିତ ବର୍ଷ ମାର୍ଚ୍ଚ 25ରେ ୟୋବୋ ଷ୍ଟେଟର ଗୋନେରୀ ଗାଁ ନିକଟରେ ପ୍ରାୟ 50 ନାଇଜେରିଆନ ସୈନିକଙ୍କୁ ହତ୍ୟା କରିଥିଲେ । ସେହିପରି ମେ 20ରେ ଦିଫା ଅଞ୍ଚଳରେ 12 ଜଣ ସେନାଙ୍କୁ ହତ୍ୟା କରିଥିଲା ସଙ୍ଗଠନ ।
ବୋକୋ ହାରାମର 18 ବର୍ଷର ନରସଂହାର କାହାଣୀ - ଇସଲାମିକ ଷ୍ଟେଟ
କିଛି ଦିନ ବ୍ୟବଧାନରେ ଉତ୍ତର ପୂର୍ବ ଅଞ୍ଚଳରେ ନାଇଜେରିଆର ଆତଙ୍କବାଦୀ ଗୋଷ୍ଠୀ ବୋକୋ ହାରାମ ମାତିଛନ୍ତି । ଏହି ମୁସଲମାନ ମୌଲବାଦୀ ସଙ୍ଗଠନର ଆକ୍ରମଣରେ 69 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ....
![ବୋକୋ ହାରାମର 18 ବର୍ଷର ନରସଂହାର କାହାଣୀ ବୋକୋ ହାରାମର 18 ବର୍ଷର ନରସଂହାର କାହାଣୀ](https://etvbharatimages.akamaized.net/etvbharat/prod-images/768-512-7564034-251-7564034-1591812244465.jpg?imwidth=3840)