ETV Bharat / international

କେନିଆ କୋର୍ଟରେ ଚୀନକୁ ଝଟକା୍‌: ରଦ୍ଦ କଲେ ବିଲିୟଲ ଡଲାର ରେଲୱେ ପ୍ରୋଜେକ୍ଟ

author img

By

Published : Jun 25, 2020, 1:06 PM IST

ଏସିଆ ପରେ ଚୀନ୍ ଆଫ୍ରିକୀୟ ଦେଶଗୁଡ଼ିକୁ ଏହାର ଅର୍ଥନୈତିକ କୂଟନୈତିକ ଜାଲର ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ପାଇଁ ନୂଆ ଚାଲ ଚଲେଇବା ଜାରି ରଖିଛି । ଏହାଭିତରେ ସି ଜିନପିଙ୍ଗଙ୍କ ଏହି ଚାଲକୁ ହୃଦୟଙ୍ଗମ କରି କେନିଆ ଚୀନ୍‌ର ବିଲିୟନ ଡଲାରର ରେଳ ପ୍ରକଳ୍ପକୁ ବାତିଲ କରିଦେଇଛି । ଏହି ରେଳ ପ୍ରକଳ୍ପର ଚୁକ୍ତି ପାଇଁ ଆବେଦନ କରାଯାଇଥିବା ବେଳେ କେନିଆ କୋର୍ଟ ଏହାକୁ ବେଆଇନ ଦର୍ଶାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ନାଇରୋବି: ଚୀନର ଚାଲ ଏବେ କାହାକୁ ଅଛପା ନାହିଁ । ସାରା ବିଶ୍ବରେ କୋରୋନା ଆତଙ୍କର କାରଣ ସାଜିଥିବା ଚୀନ ଅନେକ ଦେଶର ଟାର୍ଗେଟରେ ରହିଥିଲା । ଏପରିସ୍ଥଳେ ଭାରତସହ ବିଶ୍ବାସଘାତକତା କାରଣରୁ ଏବେ ଭାରତରେ ଚୀନ ବିରୋଧୀ ନାରା ଜୋର ଧରିଛି । ଚୀନର ହୀନ ଚକ୍ରାନ୍ତର ପର୍ଦ୍ଦାଫାଶ ଧିରେ ଧିରେ ହେବାରେ ଲାଗିଛି । ଏସିଆ ପରେ ଚୀନ୍ ଆଫ୍ରିକୀୟ ଦେଶଗୁଡ଼ିକୁ ଏହାର ଅର୍ଥନୈତିକ କୂଟନୈତିକ ଜାଲର ଫାନ୍ଦରେ ପକାଇବାକୁ ଚେଷ୍ଟା କରିବା ପାଇଁ ନୂଆ ଚାଲ ଚଲେଇବା ଜାରି ରଖିଛି । ଏହାଭିତରେ ସି ଜିନପିଙ୍ଗଙ୍କ ଏହି ଚାଲକୁ ହୃଦୟଙ୍ଗମ କରି କେନିଆ ଚୀନ୍‌ର ବିଲିୟନ ଡଲାରର ରେଳ ପ୍ରକଳ୍ପକୁ ବାତିଲ କରିଦେଇଛି । ଏହି ରେଳ ପ୍ରକଳ୍ପର ଚୁକ୍ତି ପାଇଁ ଆବେଦନ କରାଯାଇଥିବାବେଳେ କେନିଆ କୋର୍ଟ ଏହାକୁ ବେଆଇନ ଦର୍ଶାଇଛି ।

କେନିଆ କୋର୍ଟରେ ଚୀନକୁ ଝଟକା୍‌: ରଦ୍ଦ କଲେ ବିଲିୟଲ ଡଲାର ରେଲୱେ ପ୍ରୋଜେକ୍ଟ
କେନିଆ କୋର୍ଟରେ ଚୀନକୁ ଝଟକା୍‌: ରଦ୍ଦ କଲେ ବିଲିୟଲ ଡଲାର ରେଲୱେ ପ୍ରୋଜେକ୍ଟ

ଚୀନ୍ ଆଫ୍ରିକା ଶିଖର ସମ୍ମିଳନୀରେ ବେଲ୍ଟ ଏବଂ ରୋଡ୍ ଇନିସିଏଟିଭ୍ ଅନ୍ତର୍ଗତ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କେନିଆ ସହିତ ଏକ ଷ୍ଟାଣ୍ଡାର୍ଡ ଗେଜ୍ ରେଳ ଚୁକ୍ତି ସ୍ବାକ୍ଷର କରିଥିଲେ । କେବଳ ସେତିକି ନୁହେଁ, କିଛି ଦିନ ପୂର୍ବରୁ ସି ଜିନପିଙ୍ଗ ମଧ୍ୟ ମୋମ୍ବାସା ବନ୍ଦରରୁ ମାଲ ପରିବହନ କରିଥିବାରୁ କେନିଆର ରାଷ୍ଟ୍ରପତି ଉହୁରୁ କେନିଆଟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରେଳ ଲାଇନ ପାଇଁ ଚୀନ୍ 2017 ରେ କେନିଆ ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଯେଉଁଥିରେ ଚାଇନା ରୋଡ୍ ଏବଂ ବ୍ରିଜ୍ କର୍ପୋରେସନ୍ କୋଟି କୋଟି ଟଙ୍କା ବ୍ୟୟରେ ମହତ୍ବାକାଂକ୍ଷୀ ପ୍ରୋଜେକ୍ଟ ବେଲ୍ଟ ଏବଂ ରୋଡ୍ ଇନିସିଏଟିଭ୍ ମାଧ୍ୟମରେ କେନିଆରେ ରେଳ ଲାଇନକୁ ବିସ୍ତାର କରୁଥିଲା । ଏଥିପାଇଁ କେନିଆ ଏକ୍ସିମ୍ ବ୍ୟାଙ୍କ ଅଫ୍ ଚାଇନାରୁ 3.2 ବିଲିୟନ ଡ଼ଲାର ଋଣ ନେଇଛି।

କେନିଆ ଆପେଲେଟ କୋର୍ଟ ଶୁକ୍ରବାର କେନିଆ ଏବଂ ଚାଇନା ରୋଡ ଏବଂ ବ୍ରିଜ କର୍ପୋରେସନ (CRBC) ମଧ୍ୟରେ ରେଳ ଚୁକ୍ତିନାମାକୁ ଅବୈଧ ଘୋଷଣା କରିଛି। କେନିଆରେ ହାଇକୋର୍ଟଙ୍କ ନିଷ୍ପତ୍ତିରୁ ଆସିଥିବା ମାମଲା ପରିଚାଳନା କରୁଥିବା ଆପେଲେଟ କୋର୍ଟ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ କେନିଆ ରେଳବାଇ ଷ୍ଟାଣ୍ଡାର୍ଡ ଗେଜ୍ ରେଳ ପ୍ରକଳ୍ପ କ୍ରୟ ଦେଶର ଆଇନ ଉଲ୍ଲଂଘନ କରିଛି ।

କେନିଆର ଲ ’ସୋସାଇଟି ସହ ମିଳିତ ଭାବେ କେନିଆର ଜଣେ ସାମାଜିକ କର୍ମୀ ଓକିଆ ଓମଟାଟା ଏହି ମାମଲାରେ କୋର୍ଟରେ ଦାଖଲ କରିଥିଲେ। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ରେଳ ହେଉଛି ଏକ ସାର୍ବଜନୀନ ସମ୍ପତ୍ତି ଯେଉଁଥିରେ ସମସ୍ତ ପ୍ରକଳ୍ପ ସହିତ ଜଡିତ କ୍ରୟ ପ୍ରକ୍ରିୟା ଏକ ନିରପେକ୍ଷ, ପ୍ରତିଯୋଗିତାମୂଳକ ଏବଂ ସ୍ବଚ୍ଛ ଢଙ୍ଗରେ କରାଯିବା ଉଚିତ୍ | ତେବେ ଏହି ପ୍ରକଳ୍ପରେ କୌଣସି ବିଡ୍ ନଦେଇ ଚୁକ୍ତିନାମା ସିଧାସଳଖ ଏକ କମ୍ପାନୀକୁ ପ୍ରଦାନ କରାଯାଇଥିଲା । ତେବେ ଏହି ନିଷ୍ପତ୍ତି ପୁଣିଥରେ ସୁପ୍ରିମକୋର୍ଟରେ ଅପିଲ କରିବାକୁ କେନିଆ ସରକାର ପ୍ରସ୍ତୁତ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.