ETV Bharat / international

ନାଇଜେରିଆରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ, ୪୩ ମୃତ - ନାଇଜେରିଆରେ ଗୁଳିକାଣ୍ଡ

ନାଇଜେରିଆର ସୋକୋଟାର ଗୋରାନିଓ ଗ୍ରାମର ଏକ ବଜାରରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ମାଡ କରିଛନ୍ତି । ଫଳରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ନାଇଜେରିଆରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ, ୪୩ ମୃତ

author img

By

Published : Oct 20, 2021, 8:18 AM IST

ଲାଗୋସ୍: ନାଇଜେରିଆର ସୋକୋଟାର ଗୋରାନିଓ ଗ୍ରାମର ଏକ ବଜାରରେ ଏକ ଡକାୟତ ଗ୍ୟାଙ୍ଗ ଆଖିବୁଜା ଗୁଳିଚାଳନା କରିଛି । ଏଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ନିକଟରୁ ସୂଚନା ମିଳିଛି ।

ବଜାରରେ ଲୋକଙ୍କ ଭିଡ ଜମି ଥିବାବେଳେ ପାଖାପାଖି ୨୦୦ ଜଣ ଡକାୟତଙ୍କ ଏକ ଗ୍ୟାଙ୍କ ପହଞ୍ଚି ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୪୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି । ତେବେ ନାଇଜେରିଆରେ ଏପରି ଆକ୍ରମଣ ବାରମ୍ବାର ଦେଖିବାକୁ ମିଳୁଛି ।

ଗତ ଅକ୍ଟୋବର ୮ରେ ମଧ୍ୟ ନାଇଜେରିଆ ସୀମାରେ ଥିବା ଏକ ଗ୍ରାମରେ ବଡ ଧରଣର ଆକ୍ରମଣ କରାଯାଇଥିଲା । ଏଥିରେ ୧୯ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.