ETV Bharat / international

କାମେରୁନର ସ୍କୁଲରେ ଗୁଳିକାଣ୍ଡ: ୮ ଛାତ୍ରଛାତ୍ରୀ ମୃତ, ୧୨ରୁ ଉର୍ଦ୍ଧ୍ବ ଆହତ - ଆତଙ୍କବାଦର ବର୍ବରକାଣ୍ଡ

ଆଫ୍ରିକୀୟ ଦେଶ କାମେରୁନର ଏକ ସ୍କୁଲରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳି ଚାଳନାରେ 8 ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଶିଶୁ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

firing on camerons school, killing 8 children
କାମେରୁନର ସ୍କୁଲରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ: ୮ ଛାତ୍ରଛାତ୍ରୀ ମୃତ, ୧୨ରୁ ଉର୍ଦ୍ଧ୍ବ ଆହତ
author img

By

Published : Oct 25, 2020, 3:17 PM IST

ୟାଉଣ୍ଡେ: ଆଫ୍ରିକୀୟ ଦେଶ କାମେରୁନରେ ଆତଙ୍କବାଦର ବର୍ବରକାଣ୍ଡ । କାମେରୁନର ଏକ ସ୍କୁଲରେ ଆତଙ୍କବାଦୀମାନେ ଆଖୁବୁଜା ଗୁଳି ଚାଳନା କରିଥିଲେ । ତେବେ ଏହି ଆକ୍ରମଣରେ 8 ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଶିଶୁ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା​ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଏହି ଘଟଣା ୯ ଜଣ ଦୁର୍ବୃତ୍ତ ଘଟାଇଛନ୍ତି । ମୃତ୍ୟୁବରଣ କରିଥିବା ଛାତ୍ରଛାତ୍ରୀଙ୍କ ବୟସ ୯ ରୁ ୧୨ବର୍ଷ ଭିତରେ ବୋଲି ଜଣା ପଡ଼ିଛି । ତେବେ ଆତଙ୍କବାଦୀମାନଙ୍କ ଆକ୍ରମଣର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ ।

ଏହି ଆକ୍ରମଣ ପଛରେ ବିଚ୍ଛିନ୍ନତାବାଦୀ ସଙ୍ଗଠନର ହାତ ଥିବାର ସନ୍ଦେହ କରାଯାଉଛି । ଏହି ବିଚ୍ଛିନ୍ନତାବାଦୀ ସଙ୍ଗଠନ ପଶ୍ଚିମ କ୍ୟାମେରୁନରେ ସେନାଙ୍କ ସହ ଲଢ଼ୁଛନ୍ତି । ୬ଜଣ ଛାତ୍ରଙ୍କୁ ଅତ୍ୟନ୍ତ ପାଖରୁ ଗୁଳି କରାଯାଇଥିବାରୁ ସେମାନଙ୍କ ଅବସ୍ଥା​‌ ସଙ୍କଟାପନ୍ନ ରହିଛି । କାମେରୁନ ରାଷ୍ଟ୍ରପତି ମୌସା ଫକି ମହମତ ଟ୍ବିଟ୍ କରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ କୁମ୍ବାର ପ୍ରାଥମିକ ସ୍କୁଲରେ ଛୋଟ ପିଲାଙ୍କୁ ଟାର୍ଗେଟ୍ କରିଥିବା କୃର କାର୍ଯ୍ୟକୁ ନେଇ ଦୁଃଖ ପ୍ରକାଶ କରିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଶବ୍ଦ ନାହିଁ । ଏହି ଘଟଣାର ଯେତେ ନିନ୍ଦା କଲେ ବି କମ ହେବ ।

ସେ ଆଉ ମଧ୍ୟ କହିଛନ୍ତି ଯେ ପିଲାମାନେ ଶ୍ରେଣୀଗୃହରେ ପଢୁଥିବାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଆକ୍ରମଣ ପରେ ଅନେକ ପିଲା ଝରକା ପାଖରୁ ଡେଇଁ ପଡ଼ିଥିଲେ । ଯଦ୍ବାରା ଅନେକ ପିଲା ଆହତ ମଧ୍ୟ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.