ETV Bharat / international

ଆଫ୍ରିକାରେ ମାଡୁଛି କୋରୋନା: ସଂକ୍ରମଣ ରିପୋର୍ଟ ହଜାରେ ପାର

author img

By

Published : Mar 22, 2020, 8:36 PM IST

କିଛି ଦିନ ପରେ ସମଗ୍ର ବିଶ୍ବକୁ ଗ୍ରାସ କରିପାରେ କୋରୋନା । କୋରୋନା ସଂକ୍ରମଣ ଆରମ୍ଭ ପରେ ପରେ ସବୁଠାରୁ କମ୍‌ ସଂକ୍ରମଣର ଆଶଙ୍କା ଥିବା ଆଫ୍ରିକାରେ ଏବେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ସଦ୍ୟ ସୂଚନା ଅନୁସାରେ ଚଳିତ ସପ୍ତାହରେ ଆଫ୍ରିକାରେ କୋରୋନା ଭାଇରସ ସଂକ୍ରମଣ ରିପୋର୍ଟ 1000 ଅତିକ୍ରମ କରିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନାଇରୋବି: ବିଶ୍ବରେ 188 ଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ଆକାଶରେ କୋରନାର କଳାବାଦଲ । କିଛି ଦିନ ପରେ ସମଗ୍ର ବିଶ୍ବକୁ ଗ୍ରାସ କରିପାରେ କୋରୋନା । କୋରୋନା ସଂକ୍ରମଣ ଆରମ୍ଭ ପରେ ପରେ ସବୁଠାରୁ କମ୍‌ ସଂକ୍ରମଣର ଆଶଙ୍କା ଥିବା ଆଫ୍ରିକାରେ ଏବେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ସଦ୍ୟ ସୂଚନା ଅନୁସାରେ ଚଳିତ ସପ୍ତାହରେ ଆଫ୍ରିକାରେ କୋରୋନା ଭାଇରସ ସଂକ୍ରମଣ ରିପୋର୍ଟ 1000 ଅତିକ୍ରମ କରିଛି ।

ଆଫ୍ରିକା ମହାଦେଶରେ ବର୍ତ୍ତମାନ ସୁଦ୍ଧା କୋଭିଡ-19ରେ 1198ଟି ପଜେଟିଭ ରିପୋର୍ଟ ରହିଛି । କୋରୋନାରେ 294 ରିପୋର୍ଟ ଓ 10 ମୃତ୍ୟୁ ସହିତ ଇଜିପ୍ଟ ଆଫ୍ରିକା ମହାଦେଶରେ ଆଗୁଆ ରହିଛି । ସେହପରି ଇଜିପ୍ଟ ପଛରେ ଦକ୍ଷିଣ ଆଫ୍ରିକାରେ 240ଟି ମାମଲା ରହିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କୋରୋନାଭାଇରସ୍ ରିସୋର୍ସ ସେଣ୍ଟର ଅନୁଯାୟୀ ଏପର୍ଯ୍ୟନ୍ତ ସାଉଥ ଆଫ୍ରିକାରେ କୋରୋନାରେ କୌଣସି ମୃତ୍ୟୁ ଘଟି ନାହିଁ ।

ଏହାର ତଥ୍ୟ ଅନୁଯାୟୀ, ଆଲଜେରିଆରୁ ସର୍ବାଧିକ 15 , ଯାହାର 139 ମାମଲା ଥିଲା କିନ୍ତୁ ସଂକ୍ରମିତ ମଧ୍ୟରୁ 65 ଜଣ ସୁସ୍ଥ ହୋଇଥିବାର ମଧ୍ୟ ଦେଖାଯାଇଛି | ଶନିବାର ରାତିରେ ଉଗାଣ୍ଡା ଏହାର ପ୍ରଥମ ରିପୋର୍ଟ ଆସିଥିଲା ​​। ଦୁବାଇରୁ ଘରକୁ ଫେରିଥିବା ଜଣେ ବିମାନ ଯାତ୍ରୀ କୋରୋନା ସଂକ୍ରମିତ ରହିଥିଲେ ।

ରାଷ୍ଟ୍ରପତି ୟୋଭେରୀ ମୁସେଭେନି ରବିବାର ମଧ୍ୟରାତ୍ରିରୁ ସମସ୍ତ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେହିପରି ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ରିପୋର୍ଟ ଆସିଛି ।

ଉଗାଣ୍ଡାର ପଡୋଶୀ ରାଷ୍ଟ୍ର ରୁୱାଣ୍ଡାରେରେ ସର୍ବାଧିକ 17 ଟି କୋଭିଡ -19 ମାମଲା ରେକର୍ଡ ହୋଇଛି । ସରକାର ଘୋଷଣା କରିଛନ୍ତି ଯେ ଏହା ଗତ ସପ୍ତାହରେ ଗୁରୁବାର ଦିନ ଲାଗୁ ହୋଇଥିବା 14 ଦିନିଆ ଲକ୍‌ ଡାଉନକୁ ପୁନଃ ବର୍ଦ୍ଧିତ କରାଯାଇପାରେ ।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଫ୍ରାନ୍ସରୁ ଫେରିଥିବା ଜଣେ ଡାକ୍ତର କୋରୋନାରେ ପୀଡିତ ହେବା ପରେ ଏହାର ପ୍ରଥମ କୋଭିଡ୍ -19 ସମ୍ବନ୍ଧୀୟ ମୃତ୍ୟୁ ରେକର୍ଡ ହୋଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ କୋରୋନା ସଂକ୍ରମଣ ରିପୋର୍ଟ 317308ରେ ପହଞ୍ଚିଛି । ସେହିପରି 13642 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । 96010 ଜଣ କୋରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.