ETV Bharat / international

କୋରୋନା କାଳରେ ଆତଙ୍କୀ ହମଲା, ସାହାଯ୍ୟ ବେଳେ ଗଲା ଜୀବନ - କୋରୋନା କାଳରେ ଆତଙ୍କୀ ହମଲା

କୋରୋନା ମହାମାରୀ ମଧ୍ୟରେ ଉତ୍ତର-ପୂର୍ବ ନାଇଜେରିଆର ଦୁର୍ଗମ ଅଞ୍ଚଳକୁ ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଉଥିବା ବେଳେ ଜୁନ୍ ମାସରେ ପାଞ୍ଚ ଜଣ କାର୍ଯ୍ୟକର୍ତ୍ତା ନିଖୋଜ ହୋଇଯାଇଥିଲେ । ବୋକୋ ହରାମ ଆତଙ୍କବାଦୀମାନେ ସେମାନଙ୍କୁ ବର୍ବରତାର ସହ ହତ୍ୟା କରିଥିଲେ ।

କୋରୋନା କାଳରେ ଆତଙ୍କୀ ହମଲା, ସାହାଯ୍ୟ ବେଳେ ଗଲା ଜୀବନ

author img

By

Published : Jul 24, 2020, 6:27 AM IST

ଅବୁଜା: କୋରୋନା ମହାମାରୀ ମଧ୍ୟରେ ଉତ୍ତର-ପୂର୍ବ ନାଇଜେରିଆର ଦୁର୍ଗମ ଅଞ୍ଚଳକୁ ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଉଥିବା ବେଳେ ଜୁନ୍ ମାସରେ ପାଞ୍ଚ ଜଣ କାର୍ଯ୍ୟକର୍ତ୍ତା ନିଖୋଜ ହୋଇଯାଇଥିଲେ । ହେଲେ ଏହି ଲୋକମାନେ ଅଚାନକ ବୁଧବାର ଏକ ଭିଡିଓରେ ନଜର ଆସିଥିଲେ । ତେବେ ଏହି ଭିଡିଓ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ବୋଲି ପ୍ରମାଣିତ ହୋଇଥିଲା । ବୋକୋ ହରାମ ଆତଙ୍କବାଦୀମାନେ ତାଙ୍କୁ ବର୍ବରତାର ସହ ହତ୍ୟା କରିଥିଲେ । କୋରୋନା ମହାମାରୀ ମଧ୍ୟରେ, ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଥିବା ଏହି ଲୋକଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବର୍ତ୍ତମାନ ଚାରିଆଡେ ସମାଲୋଚିତ ହେଉଛି ।

ଆନ୍ତର୍ଜାତୀୟ ସହାୟତା ଗୋଷ୍ଠୀ ଏବଂ ସରକାରରେ କାର୍ଯ୍ୟ କରୁଥିବା ଏହି ସମସ୍ତ ପାଞ୍ଚ ଜଣ ନାଇଜେରିଆଙ୍କୁ ବୋକୋ ହରାମ ଆତଙ୍କବାଦୀମାନେ ଗିରଫ କରିଥିଲେ । ଅଧିକାରୀଙ୍କ କହିବାନୁସାରେ, ତାଙ୍କୁ ମୁକ୍ତ କରିବା ପାଇଁ ମୋଟା ରକମର ଟଙ୍କା ଦାବି କରାଯାଇଥିଲା ଏବଂ ପରେ ତାଙ୍କୁ କ୍ୟାମେରାରେ ସମ୍ନାରେ ହତ୍ୟା କରାଯାଇଥିଲା । ସ୍ଥାନୀୟ ମିଡିଆ ଗୋଷ୍ଠୀ ଦ୍ବାରା ପ୍ରକାଶିତ ଫୁଟେଜ୍ ଅନୁଯାୟୀ ହାଉସା ଏକ ଅପରିଚିତ ସ୍ୱରରେ କୁହାଯାଉଥିଲେ, 'ଯିଏ ଆମ ଲୋକଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରେ ଏବଂ ଆମ ଲୋକଙ୍କୁ ନାସ୍ତିକ ବନେଇବାକୁ ଚେଷ୍ଟା କରେ, ସେହି ଲୋକଙ୍କ ପାଇଁ ଏହା ଏକ ପ୍ରକାରର ବାର୍ତ୍ତା ।'

ସେପଟେ ନାଇଜେରିଆର ରାଷ୍ଟ୍ରପତି ମୁହମ୍ମଦୁ ବୁଖାରୀଙ୍କ କାର୍ଯ୍ୟାଳୟ ଏହି 'ବର୍ବର କାର୍ଯ୍ୟ'କୁ ନିନ୍ଦା କରିବା ସହ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେପଟେ ଏହି ବର୍ବରକାଣ୍ଡ ଯିଏ କରିଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.