ETV Bharat / international

ମୋରକ୍କୋ କାରଖାନାରେ ବନ୍ୟା ପରିସ୍ଥିତି, 28 ଶ୍ରମିକ ମୃତ - ମୋରକ୍କୋ କାରଖାନାରେ 28 ଶ୍ରମିକ ମୃତ

ଉତ୍ତର ଆଫ୍ରିକୀୟ ଦେଶ ମୋରକ୍କୋରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ 28 ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

28 workers killed in flooded Morocco factory
ମୋରକ୍କୋ କାରଖାନାରେ ବନ୍ୟା ପରିସ୍ଥିତି, 28 ଶ୍ରମିକ ମୃତ
author img

By

Published : Feb 9, 2021, 7:49 PM IST

ଟାଙ୍ଗୀର: ଉତ୍ତର ଆଫ୍ରିକୀୟ ଦେଶ ମୋରକ୍କୋରେ ପ୍ରବଳ ବର୍ଷା ଯୋଗୁଁ ଗତ ସୋମବାର ଏକ ବେଆଇନ ଲୁଗା କାରଖାନାରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଅକସ୍ମାତ୍‌ ଅଘଟଣରେ ପ୍ରାୟ 28 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ମେଡିକାଲ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

କାରଖାନାର ବେସମେଣ୍ଟରେ କାମ କରୁଥିବା ପ୍ରାୟ 10 ଜଣଙ୍କୁ ଅଗ୍ନିଶମ ବାହିନୀ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି କାରଖାନାରେ କେତେ ଶ୍ରମିକ କାର୍ଯ୍ୟ କରୁଥିଲେ, ତାହାର ସଠିକ ସୂଚନା ମିଳିନଥିବାବେଳେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବଢୁଥିବା ଅନ୍ତର୍ଜାତୀୟ ଚାହିଦାକୁ ପୂରଣ କରିବା ପାଇଁ ମୋରକ୍କୋର ଅନେକ କାରଖାନା ବିଶେଷ ଭାବରେ କାସାବ୍ଲାଙ୍କା ଏବଂ ଟାଙ୍ଗୀରରେ ଉତ୍ପାଦନକୁ ତ୍ବରାନ୍ବିତ କରିବା ଏବଂ ସମୟସୀମା ପୂରଣ କରିବା ପାଇଁ ଅନିୟମିତ ବା ବେଆଇନ କାରଖାନା କାର୍ଯ୍ୟ କରୁଛି । ଏହିଭଳି ବେଆଇନ କାରଖାନାଗୁଡି଼କ ଅଧିକାଂଶ ଆବାସିକ ଅଞ୍ଚଳରେ ଚାଲୁଥିବାବେଳେ ପ୍ରାୟ 40 ଜଣ ଏଥିରେ କାର୍ଯ୍ୟ କରୁଛନ୍ତି ।

ଦୀର୍ଘ ସମୟ ଏବଂ ସ୍ବଳ୍ପ ବେତନରେ ଏହି କାରଖାନାରେ କାର୍ଯ୍ୟକାରୀ ହେଉଛି । ସାଧାରଣତଃ ଏହି କାରଖାନାଗୁଡିକ ଅସୁରକ୍ଷିତ ଅବସ୍ଥାରେ ଅଗ୍ନି ନିର୍ବାପକ ଯନ୍ତ୍ର, ଜରୁରୀକାଳୀନ ପ୍ରସ୍ଥାନ ପଥ ଏବଂ କାରଖାନା ଭିତରୁ ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇନାହିଁ । ଏଥିଲାଗି ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.