ETV Bharat / headlines

World Diabetes Day; ଜାଣନ୍ତୁ କାହିଁକି ହୁଏ ମଧୁମେହ ରୋଗ, କଣ ରହିଛି ଲକ୍ଷଣ ? - ଇନସୁଲିନର ଜନକ ଫେଡ୍ରିକ ବେଣ୍ଟିଙ୍ଗ

ଚିନ୍ତାଜନକ ଭାବେ ବଢିଚାଲିଛି ମଧୁମେହ ମାମଲା । ଦେଖିବାକୁ ଗଲେ ପ୍ରତି ଘରେ ଜଣେ ଲେଖାଏଁ ମଧୁମେହ ରୋଗୀ ବା ଡାଇବେଟିସ ରୋଗୀ ଅଛନ୍ତି । ବିଶ୍ବର ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି ମଧୁମେହ । ହୃଦଘାତଠୁ ନେଇ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରେ ଏହି ରୋଗ । ଅଧିକ ପଢନ୍ତୁ...

World Diabetes Day
World Diabetes Day
author img

By

Published : Nov 14, 2021, 12:15 PM IST

ହାଇଦ୍ରାବାଦ: ଚିନ୍ତାଜନକ ଭାବେ ବଢିଚାଲିଛି ମଧୁମେହ ମାମଲା । ଦେଖିବାକୁ ଗଲେ ପ୍ରତି ଘରେ ଜଣେ ଲେଖାଏଁ ମଧୁମେହ ରୋଗୀ ବା ଡାଇବେଟିସ ରୋଗୀ ଅଛନ୍ତି । ବିଶ୍ବର ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି ମଧୁମେହ । ହୃଦଘାତଠୁ ନେଇ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରେ ଏହି ରୋଗ । ସମୟ ଥାଉ ଥାଉ ଏହାର ଲକ୍ଷଣ ସବୁକୁ ପରଖି ସଠିକ ଉପଚାର କରାଇବା ଉଦ୍ଦେଶ୍ୟରେ ବାର୍ତ୍ତା ବାଣ୍ଟିବାକୁ ପ୍ରତିବର୍ଷ ନଭେମ୍ବର 14ରେ ପାଳନ କରାଯାଏ ଏହି ଦିବସ । ମଧୁମେହରୁ ମୁକ୍ତି ପାଇଁ ବିଶ୍ବ ମଧୁମେହ ଦିବସ ପାଳନ ହୁଏ ।

ଇନସୁଲିନର ଜନକ ଫେଡ୍ରିକ ବେଣ୍ଟିଙ୍ଗ (FrederickBanting)ଙ୍କ ଜନ୍ମଦିନକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ପ୍ରଥମଥର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମଧୁମେହ ସଂଘ ଦ୍ବାରା 1991 ମସିହା ନଭେମ୍ବର 14ରେ ଏହାର ଆୟୋଜନ କରାଯାଇଥିଲା । ଏହି ଦିନ ଇନସୁଲିନର ସନ୍ଧାନ କରିଥିବା ବୈଜ୍ଞାନିକ ଫେଡ୍ରିକଙ୍କ ଜନ୍ମଦିନ । ଏଥିପାଇଁ ମଧ୍ୟ ଏହାକୁ ମଧୁମେହ ଦିବସ ପାଳନ କରାଯାଏ । ଫେଡ୍ରିକ 1922 ମସିହାରେ ପ୍ରଥମଥର କରି ଇନସୁନିଲର ଆବିଷ୍କାର କରିଥିଲେ ।

ମଧୁମେହ କଣ ?

ରକ୍ତରେ ଗ୍ଲୁକୋଜ (ସର୍କରା) ପରିମାଣ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଥିଲେ ମଧୁମେହ ରୋଗ ହୋଇଥାଏ । ଏହା ସାଧାରଣତଃ ଜୀବନଶୈଳୀ ଓ ବଂଶୀନୁକ୍ରମିକ ରୋଗ ହୋଇଥାଏ । ଯାହାକି Pancreas Glands ନିଷ୍କ୍ରିୟ ହେବା ନେଇ ରୋଗୀକୁ ପ୍ରଭାବିତ କରିଥାଏ । ଏହା ଫଳରେ ଇନସୁଲିନ(ରକ୍ତରେ ସର୍କରା ମାତ୍ରାକୁ ସନ୍ତୁଳିତ କରୁଥିବା ହର୍ମୋନ) ତିଆରି ହେବା ବନ୍ଦ ହୋଇଯାଇଥାଏ । ଏଥିସହ କଲୋଷ୍ଟୋଲ ଓ ଫ୍ୟାଟ ମଧ୍ୟ ଅସାମାନ୍ୟ ହୋଇଥାଏ । ଯେଉଁଥିପାଇଁ ବ୍ୟକ୍ତିର ବାହ୍ୟଅଙ୍ଗରେ ପରିବର୍ତ୍ତନ ଦେଖାଯାଏ । ଆଖି, ଆଣ୍ଠୁ, ମସ୍ତିଷ୍କ, ହୃଦୟ ଆଦିର ସମସ୍ୟା ବାହାରିଥାଏ ।

ମଧୁମେହର ଲକ୍ଷଣ

  • ଥକାପଣ, ଦୁର୍ବଳତା, ଗୋଡ କାଟିବା
  • ପାଦରେ ଘା ହେଲେ ଠିକ ନ ହୋଇ ଗେଗ୍ରୀନ ରୂପ ନେବା
  • ଓଜନ ହ୍ରାସ ପାଇବ
  • ଜଙ୍ଘରେ କୁଣ୍ଡେଇ ଓ ସଂକ୍ରମଣ
  • ହୃଦୟ କିମ୍ବା ମାନସିକ ସମସ୍ୟା ଉପୁଜିଲେ

ଚଳିତ ବର୍ଷ ସ୍ବାସ୍ଥ୍ୟ ସଂଗଠନ ଓ ତାର ସହଭାଗୀମାନଙ୍କ ମିଳିତ ଉଦ୍ୟମରେ ଇନସୁଲିନ ଆବିଷ୍କାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମଧୁମେହ ନିୟନ୍ତ୍ରଣ ପାଇଁ ଇନସୁଲିନ ଆବଶ୍ୟକତା ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି । ଖାଲି ସେତିକି ନୁହେଁ ମଧୁମେହ ଚିକିତ୍ସା ବିଷୟରେ ଆବଶ୍ୟକୀୟ ଟେକ୍ନୋଲୋଜି ଯାଥା- ରକ୍ତ ଶର୍କରା, ଟେଷ୍ଟ ଷ୍ଟ୍ରିପ ଏବଂ ଏନେକ ଉପକରଣର ଆବଶ୍ୟକତା ବିଷୟରେ ଅବଗତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.