ETV Bharat / headlines

ଘୂର୍ଣ୍ଣିଝଡରେ ଧ୍ବସ୍ତବିଧ୍ବସ୍ତ ନେପାଳ: 25 ମୃତ - dead,

ଦକ୍ଷିଣ ନେପାଳରେ ଘୂର୍ଣ୍ଣିଝଡ । ଏହି ପ୍ରାକୃତିକ ବିପର୍ଯ୍ୟୟରେ 25 ଜଣ ପ୍ରାଣ ହରାଇ ଥିବାବେଳେ 400ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ: @ ANI
author img

By

Published : Apr 1, 2019, 11:22 PM IST

କାଠମାଣ୍ଡୁ: ଦକ୍ଷିଣ ନେପାଳରେଘୂର୍ଣ୍ଣିଝଡ ବିତ୍ପାତ । ଏହି ବିପର୍ଯ୍ୟୟରେ25 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4ଶହରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।ଘୂର୍ଣ୍ଣିଝଡର ପ୍ରଭାବବାରା ଜିଲ୍ଲାରେ ଅଧିକ ରହିଛି । ପ୍ରବଳ ପବନ ଯୋଗୁଁ କାହା ଘରର ଛାତ ଉଡିଯାଇଛି ତ ଆଉ କାହାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ବଡ ବଡ ଗଛ ଉପୁଡି ପଡିବା ସହ ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସ୍ବତନ୍ତ୍ର ସୁରକ୍ଷା ବଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ପବନର ବେଗ ଏତେ ଅଧିକ ଥିଲା ଯେ, ଚଳନ୍ତା ବସକୁ ଉଡାଇ ନେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କୁହନ୍ତି । ଘଟଣାକୁ ଅତି ପାଖରୁ ଦେଖିଥିବା 70 ବର୍ଷୀୟା କୁସୁମ କଲୁଙ୍କ କହିବା ଅନୁସାରେ, ଆଖି ପିଛୁଳାକେ ଏହି ଘୂର୍ଣ୍ଣିବାତ୍ୟା ହୋଇଥିଲା । କିଛି ବୁଝିବା ଆଗରୁ ଚାଲି ଯାଇଥିଲା ଅନେକଙ୍କ ଜୀବନ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହି ଘୂର୍ଣ୍ଣିବାତ୍ୟାରେ ଆହତଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲ୍ଲୀ ।

Intro:Body:

ହାଇଦ୍ରାବାଦ: ମଡେଲ ତଥା ଅଭିନେତ୍ରୀ ଆମୀ ଜ୍ୟାକ୍ସନ, ଯିଏକି ଶେଷଥର ପାଇଁ ରଜନୀକାନ୍ତଙ୍କ ପ୍ରେମିକା ଭାବରେ ଫିଲ୍ମ '2.0'ରେ ନଜର ଆସିଥିଲେ। କିଛିଦିନ ପୂର୍ବରୁ ଆମୀ ପ୍ରେମିକଙ୍କ ସହ ଏନଗେଜମେଣ୍ଟର ଖୁଲାସା କରିଥିବାବେଳେ ଏବେ ସେ ଗର୍ଭବତୀ।

ଆମୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୁଡ ନ୍ୟୁଜଟି ପ୍ରଶଂସକମାନଙ୍କ ସହ ସେୟାର କରିବା ସହ ନିଜ ଖୁସି ବିଷୟରେ ଜଣାଇଛନ୍ତି। ପ୍ରେମିକ ଜର୍ଜ ପାନାୟିତୋୟୁଙ୍କ ସହ ସୁନ୍ଦର ଫଟୋଟିଏ ପୋଷ୍ଟ କରି ଶୀର୍ଷକରେ ଲେଖିଛନ୍ତି, 'ମୁଁ ଉପରକୁ ଯାଇ ଚିଲ୍ଲାଇବାକୁ  ଅପେକ୍ଷା କରିଥିଲି ଏବଂ ଆଜି ମାତୃ ଦିବସ ଅବସରରେ ଏହାଠାରୁ ଭଲ ସମୟ ଆଉ ଆସିବନାହିଁ। ମୁଁ  ବିଶ୍ବରେ ସବୁଠାରୁ ଅଧିକ ତୁମକୁ ଭଲ ପାଏ। ଆମେ ଛୋଟ ଲିବ୍ରାଙ୍କ ଭେଟିବାକୁ ଆଉ ଅପେକ୍ଷା କରିପାରୁନାହୁଁ।'

ତେବେ ଆମୀ ସେପ୍ଟେମ୍ବର-ଅକ୍ଟୋବର ସମୟରେ ମାଆ ହେବାକୁ ଯାଉଛନ୍ତି। ଆମୀଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ପ୍ରଥମେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଏହା ବହୁତ ସୁନ୍ଦର। ମୁଁ ତୁମ ପାଇଁ ବହୁତ ଖୁସି। ବହୁତ ସାରା ଭଲପାଇବା।' ତାଙ୍କ ପରେ ଅଭିନେତ୍ରୀ କୀର୍ତ୍ତୀ ସାନନ ମଧ୍ୟ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଉଭୟଙ୍କୁ ଖୁବ ଶୁଭେଚ୍ଛା। ଆମୀ ତୁମ ପାଇଁ ମୁଁ ବହୁତ ଖୁସି।'

ପ୍ରକାଶ ଥାଉକି, ଆମୀ ଜ୍ୟାକ୍ସନ 2010ରେ ତାମିଲ ଫିଲ୍ମ 'ମଦ୍ରାସପଟିନମ'ରୁ ଡେବ୍ୟୁ କରି ପରେ ତେଲୁଗୁ ଓ କନ୍ନଡ ଆଦି ଫିଲ୍ମରେ ନଜର ଆସିଥିଲେ। ପରେ ସେ ବଲିଉଡରେ ଏକ ଦିୱାନା ଥା, ସିଙ୍ଗ ଇଜ ବ୍ଲିଙ୍ଗ, ଫ୍ରିକୀ ଅଲୀ, 2.0 ଆଦି ଫିଲ୍ମରେ ନଜର ଆସି ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଆମୀ ତାଙ୍କ ପ୍ରେମିକଙ୍କୁ 2020ରେ ଗ୍ରୀସରେ ବିବାହ କରିପାରନ୍ତି ବୋଲି ସୁତ୍ରରୁ ପ୍ରକାଶ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.