ETV Bharat / headlines

କରୋନା କାଳରେ ଗରିବ ଓ ନିମ୍ନ ଆୟକାରୀ ପରିବାରକୁ ମାସିିକ ମିଳୁ 6 ହଜାର: କଂଗ୍ରେସ

author img

By

Published : May 17, 2021, 10:59 PM IST

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ବୈଠକ । ଗରିବ ଓ ଜୀବିକା ହରାଇଥିବା ନିମ୍ନ ମଧ୍ୟବିତ୍ତ ପରିବାରକୁ ମାସିକ 6 ହଜାର ଟଙ୍କା ପ୍ରଦାନ ନେଇ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ...

କରୋନା କାଳରେ ଗରୀବ ଓ ନିମ୍ନ ଆୟକାରୀ ପରିବାରକୁ ମାସିିକ ମିଳୁ 6 ହଜାର : କଂଗ୍ରେସ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ୍ୟ କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ କରୋନା ବିପତ୍ତି ସମୟରେ ରୋଜଗାରହୀନ ଗରିବ ଓ ସ୍ଵଚ୍ଛ ଆୟକାରୀ ପରିବାରକୁ ମାସିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଏକ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଯାଇଛି ।

କୋଭିଡ ମହାମାରୀ ପରିଚାଳନା, ଟୀକାକରଣ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଏକ ଶ୍ବେତପତ୍ର ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି କଂଗ୍ରେସ । ସେହିପରି ଅଖିଳ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲାକୁମାର ଓ ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ବର୍ତ୍ତମାନ କରୋନା ସ୍ଥିତି ଓ ସାଂଗଠନିକ କାର୍ଯ୍ୟକଳାପ ସମୀକ୍ଷା ପୂର୍ବକ କରୋନା ଦାଉରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା କ୍ଷେତ୍ରରେ କଂଗ୍ରେସର ପ୍ରମୁଖ ଭୂମିକା ନିର୍ବାହ କରିବା ଅପରିହାର୍ଯ୍ୟ ବୋଲି ନେତୃମଣ୍ଡଳୀ ମତ ରଖିଛନ୍ତି ।

କରୋନାର ଦ୍ଵିତୀୟ ଲହରର ମୁକାବିଲା ନିମନ୍ତେ ରାଜ୍ୟ ତଥା ଜିଲ୍ଲା କଂଗ୍ରେସ ତରଫରୁ ଭୁବନେଶ୍ବର, କଟକ,ବାଲେଶ୍ବର, ବଲାଙ୍ଗୀର, ନୂଆପଡ଼ା ତଥା ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଠାରେ ନିଶୁଳ୍କ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ବିଧାୟକ ଯେଉଁମାନେ ବର୍ତମାନ ସୁଦ୍ଧା ଆଞ୍ଚଳିକ ବିଧାୟକ ପାଣ୍ଠିରୁ ଆମ୍ବୁଲାନ୍ସ ସେବାରେ ସାମିଲ ହୋଇ ନାହାଁନ୍ତି ସେ ସମସ୍ତ ବିଧାୟକମାନଙ୍କୁ ଏହି ପାଣ୍ଠିରୁ ଜନସାଧାରଣଙ୍କ ଏହି ସେବାଯୋଗାଇ ଦେବାକୁ ପିସିସି ତରଫରୁ ପରାମର୍ଶ ଦିଆଯାଇଛି ।

ଏହାସହ ଟୀକା, କୋଭିଡ ପ୍ରତିଷେଧକ ଔଷଧ, ଇଂଜେକ୍ସନ ଓ ଭେଣ୍ଟିଲେଟର ଆଦି ଓଡ଼ିଶାକୁ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନ୍ଧକାରରେ ନ ରଖୁ କେଉଁ ମାସର କେତେ କେତେ ପରିମାଣର ଟୀକା ପ୍ରଦାନ କରାଯିବ ଓ କେବେ ସୁଦ୍ଧା ୧୮ରୁ ୪୪ ଯୁବଶ୍ରେଣୀକୁ ଟୀକାକରଣ କରାଯିବ ତାହାର ଏକ ବିସ୍ତୃତ ସୂଚୀ ପ୍ରଦାନ କରିବା ପାଇଁ ଅନୁରୋଧ କରିଛି କଂଗ୍ରେସ ।

ରାଜଧାନୀ ଭୁବନେଶ୍ଵରରେ ଆଇସିୟୁ ବେଡ ଅଭାବରୁ ଜଣେ କରୋନା ପୀଡ଼ିତା ସଦ୍ୟ ବିବାହିତ ୨୫ ବର୍ଷିୟା ସ୍ଵର୍ଷଲତା ପାଲଙ୍କର ହୃଦୟବିଦାରକ ମୃତ୍ୟୁ ଘଟଣାରେ ପିସିସି ଚିନ୍ତା ପ୍ରକଟ କରିବା ସହ ଏହି ହୃଦୟ ବିଦାରକ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୋଷୀ ସାବ୍ୟସ୍ତ ହସପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛି ଦଳ ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.