ETV Bharat / entertainment

ZHZB Collection Day 10: 50 କୋଟି ପାର୍ କଲା 'ଜରା ହଟକେ ଜରା ବଚକେ'

author img

By

Published : Jun 12, 2023, 10:20 AM IST

ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ 'ଜରା ହଟକେ ଜରା ବଚକେ' ଦ୍ୱିତୀୟ ସପ୍ତାହ ଶେଷରେ ବକ୍ସ ଅଫିସରେ ଧମାକା କରିଛି । ରିଲିଜର 10ମ ଦିନ ମଧ୍ୟରେ ଫିଲ୍ମର ମୋଟ ଆୟ 50କୋଟି ପାର୍ କରିଛି । ଫଳରେ 'ପଠାନ୍' ଏବଂ 'ଦ କେରଳ ଷ୍ଟୋରୀ' ପରେ ଏହା ତୃତୀୟ ଫିଲ୍ମ ହୋଇଛି । ଅଧିକ ପଢନ୍ତୁ

50କୋଟି ପାର୍ କଲା ବିକି-ସାରାଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ'

ମୁମ୍ବାଇ: ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମ ଲୋକପ୍ରିୟତା ହାସଲ କରିବା ସହ ଫିଲ୍ମର ରୋଜଗାର ମଧ୍ୟ ବୃଦ୍ଧି ପାଉଛି । ଏହି ଫିଲ୍ମ ଦ୍ୱିତୀୟ ସପ୍ତାହ ଶେଷରେ ଭଲ ସଂଗ୍ରହ କରିଛି । 'ଜରା ହଟକେ ଜରା ବଚକେ' ଫିଲ୍ମ ରିଲିଜ୍ ହେବାର ଦଶମ ଦିନରେ ଅର୍ଥାତ୍ ରବିବାର ଦିନ 6.75 କୋଟି ଟଙ୍କା ସଂଗ୍ରହ କରିଛି । ଏହା ସହିତ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ 50 କୋଟି ପାର୍ କରିଛି ।

ସୂଚନା ଅନୁସାରେ, ପ୍ରଥମ ସପ୍ତାହରେ 22.59 କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ସପ୍ତାହରେ ମଧ୍ୟ ବେଶ ସଫଳତା ହାସଲ କରିଛି । ଗୁରୁବାରର 3.24 କୋଟି ତୁଳନାରେ ଶୁକ୍ରବାର ଦିନ ପୁଣି ଥରେ ଫିଲ୍ମର ଆୟ ବୃଦ୍ଧି ପାଇଛି । ଏହାର ସଂଗ୍ରହ 3.42 କୋଟିରେ ପହଞ୍ଚିଛି । ଶନିବାର ଦିନ ଫିଲ୍ମର ଆୟ 60%ରୁ ଅଧିକ ବୃଦ୍ଧି ପାଇଛି ଏବଂ ଫିଲ୍ମ ବକ୍ସ ଅଫିସରେ 5.76 କୋଟି ଟଙ୍କା ସଂଗ୍ରହ କରିଛି । ଅର୍ଥାତ୍ 'ଜରା ହଟକେ ଜରା ବଚକେ' ଦ୍ୱିତୀୟ ଶନିବାରରେ ଫିଲ୍ମ ରିଲିଜର ପ୍ରଥମ ଦିନ (5.49 କୋଟି ଟଙ୍କା) ଠାରୁ ଅଧିକ ରୋଜଗାର କରିଥିଲା । ବର୍ତ୍ତମାନ ଦ୍ବିତୀୟ ରବିବାର 6.75 କୋଟି ସଂଗ୍ରହ କରି ଫିଲ୍ମର ମୋଟ ଆୟ 53.28 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଜରା ହଟକେ ଜରା ବଚକେ: ବକ୍ସ ଅଫିସ କଲେକ୍ସନ

ଜୁନ୍ 2 ଅର୍ଥାତ୍ ଶୁକ୍ରବାର(ପ୍ରଥମ ଦିନ) 5.40 କୋଟି

ଜୁନ୍ 3 ଅର୍ଥାତ୍ ଶନିବାର (ଦ୍ୱିତୀୟ ଦିନ) 7.20 କୋଟି

ଜୁନ୍ 4 ଅର୍ଥାତ୍ ରବିବାର (ତୃତୀୟ ଦିନ) 9.90 କୋଟି

ଜୁନ୍ 5 ଅର୍ଥାତ୍ ସୋମବାର (ଚତୁର୍ଥ ଦିନ) 4.14 କୋଟି

ଜୁନ୍ 6 ଅର୍ଥାତ୍ ମଙ୍ଗଳବାର (ପଞ୍ଚମ ଦିନ) 3.87 କୋଟି

ଜୁନ୍ 7 ଅର୍ଥାତ୍ ବୁଧବାର (ଷଷ୍ଠ ଦିନ) 3.51 କୋଟି

ଜୁନ୍ 8 ଅର୍ଥାତ୍ ଗୁରୁବାର (ସପ୍ତମ ଦିନ) 3.24 କୋଟି

ଜୁନ୍ 9 ଅର୍ଥାତ୍ ଶୁକ୍ରବାର (ଅଷ୍ଟମ ଦିନ) 3.42 କୋଟି

ଜୁନ୍ 10 ଅର୍ଥାତ୍ ଶନିବାର (ନବମ ଦିନ) 5.50 କୋଟି

ଜୁନ୍ 11 ଅର୍ଥାତ୍ ରବିବାର (ଦଶମ ଦିନ) 6.75 କୋଟି

ଫିଲ୍ମର ମୋଟ ଆୟ 53.28 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

'ଜରା ହଟକେ ଜରା ବଚକେ' ରିଲିଜ ଦିନ ଠାରୁ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଆସୁଛି । ଫିଲ୍ମରେ ପ୍ରଥମ ଥର ପାଇଁ ବିକି ଏବଂ ସାରା ଅଲି ଖାନଙ୍କ ଯୋଡି ଅନସ୍କ୍ରିନରେ ଦେଖିବାକୁ ମିଳିଛି ଏବଂ ଦର୍ଶକମାନେ ସେମାନଙ୍କ ରୋମାଣ୍ଟିକ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଛନ୍ତି। ଖବର ଅନୁଯାୟୀ, ଏହି ଫିଲ୍ମଟି 40 କୋଟି ବଜେଟରେ ନିର୍ମିତ ହୋଇଥିଲା ଏବଂ ଏହା ପ୍ରାୟ 2500 ପରଦାରେ ରିଲିଜ କରିଛି । ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମୈଡୋକ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ ଅଟେ । ବିକି ଏବଂ ସାରାଙ୍କ ବ୍ୟତୀତ ସୁସ୍ମିତା ମୁଖାର୍ଜୀ, ନୀରଜ ସୁଦ, ରାକେଶ ବେଦୀ ଏବଂ ଶରିବ ହାଶ୍ମୀ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.