ETV Bharat / entertainment

World Cup 2023: ନ୍ୟୁଜିଲାଣ୍ଡ ବିପକ୍ଷ ପାଳି ପରେ କୋହଲିଙ୍କ ପ୍ରଶଂସାରେ ପତ୍ନୀ ଅନୁଷ୍କା, କହିଲେ ସବୁବେଳେ ଗର୍ବିତ

author img

By ETV Bharat Odisha Team

Published : Oct 23, 2023, 12:46 PM IST

୨୨ ଅକ୍ଟୋବରରେ ଧର୍ମଶାଳାରେ ଆୟୋଜିତ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ୪ ୱିକେଟରେ ନ୍ୟଜିଲାଣ୍ଡ୍‌କୁ ହରାଇ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ବିରାଟ କୋହଲି ୯୫ ରନ କରି ଦଳକୁ ବିଜୟ ଦେଇଥିଲେ । ବର୍ତ୍ତମାନ ସ୍ବାମୀଙ୍କ ଦମଦାର ପ୍ରଦର୍ଶନ ପାଇଁ ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କ ପ୍ରଶଂସା କରିଛନ୍ତି । ଅଧିକ ପଢ଼ନ୍ତୁ

ବିରାଟ କୋହଲିଙ୍କ ପ୍ରଶଂସା କଲେ ଅନୁଷ୍କା
ବିରାଟ କୋହଲିଙ୍କ ପ୍ରଶଂସା କଲେ ଅନୁଷ୍କା

ଧର୍ମଶାଳା: ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023ରେ ଭାରତ ନିଜର ବିଜୟ ଧାରା ଜାରି ରଖିଛି । ୨୨ ଅକ୍ଟୋବରରେ ଧର୍ମଶାଳାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦମଦର ମ୍ୟାଚ୍ ହୋଇଥିଲା । ଏହି ମ୍ୟାଚରେ ଭାରତ ୪ ୱିକେଟରେ ନ୍ୟଜିଲାଣ୍ଡକୁ ହରାଇ ବିଜୟ ହାସଲ କରିଛି । ଏଥିସହ ମ୍ୟାଚରେ ବିରାଟ କୋହଲି ୯୫ ରନ କରି ଦମଦାର ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବିରାଟଙ୍କ ଖୁବ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ବିରାଟଙ୍କୁ 'Storm Chaser' ବୋଲି କହିଛନ୍ତି ।

ଅନୁଷ୍କା ଶର୍ମାଙ୍କ ପୋଷ୍ଟ
ଅନୁଷ୍କା ଶର୍ମାଙ୍କ ପୋଷ୍ଟ

ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ୨ଟି ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ଅନୁଷ୍କା ICCର ଏକ ଭିଡିଓ ସେୟାର କରିଛନ୍ତି । କୋହଲି ଛକା ମାରିବାକୁ ଚେଷ୍ଟା କରୁଥିବା ସମୟର ଏହି ଭିଡିଓ । ଏହି ଭିଡିଓ ସେୟାର କରି ଅନୁଷ୍କା ଲେଖିଛନ୍ତି, "ତୁମ ପାଇଁ ସର୍ବଦା ଗର୍ବିତ । ଅନ୍ୟ ଏକ ପୋଷ୍ଟରେ ସେ କୋହଲିଙ୍କୁ ('Storm Chaser') "ଷ୍ଟ୍ରୋମ ଚେସର୍" ବୋଲି କହିଛନ୍ତି । ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏଥିସହ କୋହଲିଙ୍କ ଭଉଣୀ ଭାବନା ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିରାଟ କୋହଲିଙ୍କ ମ୍ୟାଚରୁ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଗର୍ବିତ'।

ଅନୁଷ୍କା ଶର୍ମାଙ୍କ ପୋଷ୍ଟ
ଅନୁଷ୍କା ଶର୍ମାଙ୍କ ପୋଷ୍ଟ

ଏହା ବ୍ୟତୀତ ଅଭିନେତା ବିକି କୌଶଲ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିରାଟଙ୍କୁ କିଙ୍ଗ୍‌ ବୋଲି କହିଛନ୍ତି । ସେ ମ୍ୟାଚ୍‌ର ଦୁଇଟି ପୋଷ୍ଟ ସେୟାର କରିଛନ୍ତି । ଗୋଟିଏରେ ବିରାଟଙ୍କ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କୁ କିଙ୍ଗ ମୁକୁଟ ପିନ୍ଧାଯାଉଥିବା ଦର୍ଶା ଯାଇଛି । ଦ୍ୱିତୀୟ ଫଟୋରେ ମହମ୍ମଦ ସାମି ମଧ୍ୟ ବିରାଟଙ୍କ ସହ ନଜର ଆସିଛନ୍ତି । ସେପଟେ ଟିମ୍ ଇଣ୍ଡିଆକୁ ପ୍ରଶଂସା କରି ଅନୁପମ ଖେର ଲେଖିଛନ୍ତି, 'ପୁଣିଥରେ ଭାରତ ଚମତ୍କାର ବିଜୟ ହାସଲ କରିଛି । ଜୟ ହିନ୍ଦ୍ ଜୟ ଭାରତ ।'

ବିକି କୌଶଲଙ୍କ ପୋଷ୍ଟ
ବିକି କୌଶଲଙ୍କ ପୋଷ୍ଟ

ଏହା ମଧ୍ୟ ପଢନ୍ତୁ: ପୁଣି ଖୁସି ଖବର ଦେବେ କି ଅନୁଷ୍କା, ଗର୍ଭବତୀ ଥିବା ଚର୍ଚ୍ଚା

ସୂଚନା ଥାଉ କି, ICC କ୍ରିକେଟ୍ ବିଶ୍ୱକପ୍ 2023 ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ବିଜୟ ଧାରା ଜାରି ରଖିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରିବା ପରେ ଭାରତ ତାର 5 ମ୍ୟାଚରେ ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ 273 ରନ୍‌ କରିଥିଲା । 274 ରନ୍‌ ଟାର୍ଗେଟ୍‌ ନେଇ ପାଳି ଆରମ୍ଭ କରିଥିବା ଭାରତ 4 ୱିକେଟ୍‌ରେ ବିଜୟ ହାସଲ କରିବା ସହ 2019ର ପ୍ରତିଶୋଧ ନେଇଥିଲା । ବିରାଟ କୋହଲି ସର୍ବାଧିକ 95 ରନ୍‌ର ଇନିଂସ ଖେଳିଥିଲେ । ଘାତକ ବୋଲିଂ କରି ମହମ୍ମଦ ସାମି 54 ରନ୍‌ ଦେଇ 5ଟି ୱିକେଟ ହାସଲ କରି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.