ETV Bharat / entertainment

ଆରପାରିରେ ବରିଷ୍ଠ ଅଭିନେତା ଅରୁଣ ବଳି

author img

By

Published : Oct 7, 2022, 8:37 AM IST

Updated : Oct 7, 2022, 10:08 AM IST

ଆଉନାହାନ୍ତି ବରିଷ୍ଠ ଅଭିନେତା ଅରୁଣ ବଳି । 79 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ

ଆରପାରିରେ ବରିଷ୍ଠ ଅଭିନେତା ଅରୁଣ ବଳି
ଆରପାରିରେ ବରିଷ୍ଠ ଅଭିନେତା ଅରୁଣ ବଳି

ମୁମ୍ବାଇ: କଳାକାର ଜଗତ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅରୁଣ ବଳି । 79ବର୍ଷ ବୟସରେ ଆଜି (ଶୁକ୍ରବାର) ମୁମ୍ବାଇରେ ତାଙ୍କର ପରଲୋକ ହୋଇଛି । ଜଣେ ବରିଷ୍ଠ କଳାକାରଙ୍କୁ ହରାଇ ଶୋକରେ ବୁଡିଛି କଳାଜଗତ । ନିଜର ଦମଦାର ଅଭିନୟ ପାଇଁ ବଲିଉଡରୁ ନେଇ ଟିଭି ସିରିଅଲ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଅରୁଣ ।

ବଲିଉଡ ଚଳଚ୍ଚିତ୍ର 3 ଇଡିଅଟ, କେଦାରନାଥ, ପାନିପଥ ଆଦି ଚଳଚ୍ଚିତ୍ରରେ ନିଖୁଣ ଅଭିନୟର ଛାପ ଛାଡିଛନ୍ତି ଅରୁଣ । ଟିଭି ସିରିଅଲ କୁମକୁମ ଏକ ପ୍ୟାରା ସା ବନ୍ଧନ, ଶକ୍ତିମାନ, ଚାଣକ୍ୟ, ଦୁସରା କେବଲ, ମର୍ଯ୍ୟାଦା ଏବଂ ଆରୋହଣ ଭଳି ଅନେକ ସିରିଅଲରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ଅନେକ ଦିନ ହେବ ସେ ଅସୁସ୍ଥ ଥିଲେ । ନ୍ୟୁରୋଲୋଜି ଜନିତ ସମସ୍ୟାରେ ପିଡୀତ ଥିଲେ ଅରୁଣ । ଆଜି ମୁମ୍ବାଇର ହିରନଆନନ୍ଦାନି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ଅରୁଣଙ୍କ ଝିଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୁଃଖର ବିଷୟ ଆଜି ହିଁ ତାଙ୍କ ଅଭିନୀତ ଫିଲ୍ମ ଗୁଡବାଏ ରିଲିଜ ହୋଇଛି ଆଉ ଏପଟେ ସବୁଦିନ ପାଇଁ ଦୁନିଆଲୁ ଅଲବିଦା କହିଛନ୍ତି ଅରୁଣ ।

ଏହା ବି ପଢନ୍ତୁ...Adipurush Controversy: ସିନ୍‌ ହଟାଇବା ଲାଗି ନିର୍ଦ୍ଦେଶକଙ୍କୁ ନୋଟିସ

90 ଦଶକରୁ ଆରମ୍ଭ କରିଥିଲେ କ୍ୟାରିୟର...

ଅରୁଣ ବଳି 90 ଦଶକରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ରାଜୁ ବନ ଗୟା ଜେଣ୍ଟଲମ୍ୟାନ, ଖଳନାୟକ, ଜବ ଉଇ ମେଟ, ଫୁଲ ବନେ ଅଙ୍ଗାର, ତଲାସ, ଦିଲ ଦରିଆ , ମହାଭାରତ କଥା, ଦେଖ ଭାଇ ଦେଖ, କେଦାରନାଥ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟରେ ନୂଆ ନୂଆ ଛାପ ଛାଡିଛନ୍ତି ସେ । ଫିଲ୍ମ ବ୍ୟତୀତ 'ବାବୁଲ କି ଦୁଆଁଏ ଲେତି ଜା', କୁମକୁମ ଭଳି ଟିଭି ସିରିଅଲରେ ମଧ୍ୟ କାମ କରିଛନ୍ତି । କୁମକୁମ ସିରିଅଲରେ ସେ ଅଭିନେତ୍ରୀ ଜୁହି ପରମାନଙ୍କ ଜେଜେବାପା ଭୂମିକାରେ ନଜର ଆସିଥିଲେ । ଅଭିନୟ ତାଙ୍କ ପ୍ୟାସନ ଥିଲା । ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ପାଇଁ ତାଙ୍କ ଅବଦାନ ତାଙ୍କୁ ସ୍ମରଣୀର କରି ରଖିବ।

Last Updated : Oct 7, 2022, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.