ETV Bharat / entertainment

Tabassum Passes Away: ହୃତଘାତରେ ବର୍ଷୀୟାନ ଅଭିନେତ୍ରୀ ତବସୁମଙ୍କ ପରଲୋକ - ଆରପାରିରେ ବର୍ଷୀୟାନ ଅଭିନେତ୍ରୀ ତବସୁମ ଗୋଭିଲ

ଆରପାରିରେ ବର୍ଷୀୟାନ ଅଭିନେତ୍ରୀ ତଥା ଟକ ଶୋ ଉପସ୍ଥାପିକା ତବସୁମ ଗୋଭିଲ । 78 ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Tabassum passes away at 78 due to cardiac arrest
Tabassum passes away: ହୃତଘାତରେ ବର୍ଷୀୟାନ ଅଭିନେତ୍ରୀ ତବସୁମଙ୍କ ମୃତ୍ୟୁ
author img

By

Published : Nov 20, 2022, 8:53 AM IST

ହାଇଦ୍ରାବାଦ: ବର୍ଷୀୟାନ ଅଭିନେତ୍ରୀ ତଥା ଟକ ଶୋ ଉପସ୍ଥାପିକା ତବସୁମ ଗୋଭିଲଙ୍କ ପରଲୋକ । ଗତ ଶୁକ୍ରବାର ମୁମ୍ବାଇ ଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା । ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି । ଦୂରଦର୍ଶନରେ ପ୍ରସାରିତ ଟକ ଶୋ ଫୁଲ ଖିଲେ ହେଁ ଗୁଲସନ ଗୁଲସନରେ ଜଣେ ଉପସ୍ଥାପିକା ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତବସୁମଙ୍କ ମୃତ୍ୟୁରେ ହିନ୍ଦୀ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

ତବସୁମ ଗୋଭିଲ କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଗ୍ୟାଷ୍ଟ୍ରୋ ସମସ୍ୟା ଥିଲା। ଶୁକ୍ରବାର ରାତି 8.40 ସମୟରେ ଦୁଇଥ ହୃଦଘାତରେ ଆକ୍ରାନ୍ତ ହେବାପରେ ତାଙ୍କ ମୃତ୍ୟୁ ଘଟିଥିବା ପୁଅ ହୋଶଙ୍ଗ ଗୋଭିଲ ସୂଚନା ଦେଇଛନ୍ତି । ତବସୁମଙ୍କ ମୃତ୍ୟୁ ନେଇ ବରିଷ୍ଠ କଳାକାର ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

1947 ମସିହାରେ ତବସୁମ ଶିଶୁ କଳାକାର ଭାବେ ସିନେମା ଜଗତରେ ପାଦ ଥାପିଥିଲେ । ନିଖୁଣ ଅଭିନୟ ପାଇଁ ସେ ବେବି ତବସୁମ ଭାବେ ବେଶ ଜଣାଶୁଣା । ଏହାପରେ 1940 ମସିହାରେ ନର୍ଗିସ, ମେରା ସୁହାଗ, ମଞ୍ଜଧର, ବଡି ବେହେନ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଟେଲିଭିଜନ ଶୋରେ ଅଂଶ ଗ୍ରହଣ କରିଥିଲେ । ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ସେ ଦେଖିବାକୁ ମିଳିଛନ୍ତି । ସିନେ ଜଗତରେ ପ୍ରତ୍ୟେକ ଚରିତ୍ରରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହାସଲ କରିଥିଲେ । 1972ରୁ 1993 ପର୍ଯ୍ୟନ୍ତ ଦୂରଦର୍ଶନରେ ସେଲିବ୍ରେଟି ଟକ ଶୋ ଫୁଲ ଖିଲେ ହେଁ ଗୁଲଶୁନ ଗୁଲଶନରେ ଉପସ୍ଥାପିକା ଭାବେ ସୁନାମ ଅର୍ଜନ କରିଥିଲେ ।

ବହୁ ଦିନର ବ୍ୟବଧାନ ପରେ 2006ରେ ପୁଣି ଟେଲିଭିଜନକୁ ଫେରିଥିଲେ । ଟେଲି ସିରିଏଲ ପ୍ୟାର କେ ଦୋନାମ: ଏକ ରାଧା ଏକ ଶ୍ୟାମକରେ ଅଭିନୟ କରିଥିଲେ । ଜଣେ ପ୍ରମୁଖ ୟୁଟ୍ୟୁବର ଭାବେ ମଧ୍ୟ ବେଶ ଜଣାଶୁଣା ଥିଲେ । ସେ ଏକ ହିନ୍ଦୀ ପତ୍ରିକାର ସମ୍ପାଦକ ଥିଲେ । ତବସୁମଙ୍କ ଜନ୍ମ 1944 ମସିହା ଜୁଲାଇ 9ରେ ଅଯୋଧ୍ୟାରେ ହୋଇଥିଲା । ତାଙ୍କ ମୃତ୍ୟୁପରେ ଅନେକ କଳାକାର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.