ETV Bharat / entertainment

NTR 30: ଫିଲ୍ମରେ ସୈଫ ଅଲି ଖାନଙ୍କ ଏଣ୍ଟ୍ରି, ଜୁନିଅର NTRଙ୍କ ସହ ଆରମ୍ଭ କଲେ ସୁଟିଂ

author img

By

Published : Apr 19, 2023, 8:12 AM IST

ସାଉଥ ଫିଲ୍ମ NTR 30ରେ ନଜର ଆସିବେ ବଲିଉଡ ଅଭିନେତା ସୈଫ ଅଲି ଖାନ । ସାଉଥ ସୁପରଷ୍ଟାର ଜୁନିଅର NTRଙ୍କ ସହ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଛନ୍ତି ଅଭିନେତା । ଏଥିରେ ସୈଫ ନେଗେଟିଭ ରୋଲରେ ଅଭିନୟ କରିବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

NTR 30 ଫିଲ୍ମରେ ସୈଫ ଅଲି ଖାନଙ୍କ ଏଣ୍ଟ୍ରି
NTR 30 ଫିଲ୍ମରେ ସୈଫ ଅଲି ଖାନଙ୍କ ଏଣ୍ଟ୍ରି

ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସାଉଥ ଫିଲ୍ମ NTR 30ରେ ନଜର ଆସିବାକୁ ଯାଉଛନ୍ତି ସୈଫ ଅଲି ଖାନ । ଜାନଭୀ କପୁରଙ୍କ ପରେ ବର୍ତ୍ତମାନ ସୈଫ ଅଲି ଖାନ ମଧ୍ୟ ଏହି ଫିଲ୍ମର ଏକ ଅଂଶ ହେବାକୁ ଯାଉଛନ୍ତି । ଏନେଇ ଗତକାଲି ସୁଟିଂ ସେଟର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ ସୈଫ ଅଲି ଖାନ ଏବଂ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏକାଠି ନଜର ଆସିଛନ୍ତି । ତେବେ ଉଭୟ ସୁଟିଂ ଆରମ୍ଭ କରିଥିବା କୁହାଯାଉଛି ।

ପୂର୍ବରୁ ଫିଲ୍ମରେ ସୈଫଙ୍କ ଏଣ୍ଟ୍ରିକୁ ଏକ ରୁମର ପ୍ରସାରିତ ହେଉଥିଲା । କିନ୍ତୁ ବର୍ତ୍ତମାନ ସୈଫ ଏହି ଫିଲ୍ମରେ ନଜର ଆସିବା ନେଇ ସ୍ପଷ୍ଟ ହୋଇଛି । ଏବଂ ସୈଫ ଓ ଜୁନିଅର NTR ଏକାଠି ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି । NTR ଆର୍ଟସର ଟ୍ବିଟର ଆକାଉଣ୍ଟରେ ସୁଟି ସେଟର ଫଟୋ ସେୟାର କରାଯାଇଛି । ଯେଉଁଥିରେ ସୈଫ ଅଲି ଖାନ ଏବଂ ଜୁନିଅର ଏନଟିଆରଙ୍କୁ ଦେଖିବାକୁ ମିଳିଛି । ତେବେ ଫିଲ୍ମରେ ସୈଫଙ୍କୁ ନେଗେଟିଭ ରୋଲରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

ସୈଫ ଜଣେ ବଲିଉଡର ଜଣେ ବରିଷ୍ଠ ଅଭିନେତା ଏବଂ ତାଙ୍କ ଅଭିନୟ ଯାଦୁରେ ବେଶ ଲୋକପ୍ରିୟତା ହାସଲ କରିଆସିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ 'NTR 30'ରେ ଜୁନିଅର ଏନଟିଆରଙ୍କ ସହ ସୈଫ ପ୍ରଥମ ଥର ପାଇଁ ଟଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।ସୈଫଙ୍କ ପୂର୍ବରୁ ଅଭିନେତା ସଞ୍ଜୟ ଦତ୍ତ କେଜିଏଫ-2ରେ ନେଗେଟିଭ ରୋଲରେ ନଜର ଆସିଥିଲେ । ଏବଂ ସଞ୍ଜୟଙ୍କ ଅଭିନୟ ବେଶ ଦର୍ଶକଙ୍କ ମନ ଜିଣିପାରିଥିବା ବେଳେ ଫିଲ୍ମ ମଧ୍ୟ ହିଟ ହୋଇଥିଲା । ସେହିପରି ସୈଫ ମଧ୍ୟ ସାଉଥ ସିନେମାରେ ସ୍ଥାନ ପାଇବାରେ ସଫଳ ହେବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

ସୈଫ ଅଲି ଖାନଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ସୈଫ ଅଲି ଖାନଙ୍କୁ ହ୍ରିତିକ ରୋଶନଙ୍କ ସହ 'ବିକ୍ରମ ବେଧା'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ବକ୍ସ ଅଫିସରେ କୌଣସି ବିଶେଷ ପ୍ରଦର୍ଶନ କରିନଥିଲା । ସେପଟେ ସୈଫ ଅଲି ଖାନ ଖୁବଶୀଘ୍ର ଫିଲ୍ମ 'ଆଦିପୁରୁଷ' ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ସେ ଲଙ୍କାପତି ରାବଣ ଭୂମିକାରେ ନଜର ଆସିବେ । ଏଥିସହ ଏହି ଫିଲ୍ମରେ ସୈଫଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କ୍ରିତି ସାନନ୍, ସନ୍ନି ସିଂ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସୈଫ ଏହି ଫିଲ୍ମରେ ତାଙ୍କ ପୋଷ୍ଟରର ଲୁକ ପାଇଁ ଖୁବ ଟ୍ରୋଲ ମଧ୍ୟ ହୋଇଥିଲେ । ତେବେ ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ବଡ ବଜେଟ୍ ଫିଲ୍ମ ଚଳିତ ବର୍ଷ ରିଲିଜ ହେବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.