ETV Bharat / entertainment

Singham Again: ରଣଭୀରଙ୍କ ପ୍ରଥମ ଲୁକ୍ ଆଉଟ୍, ବଜରଙ୍ଗବାଲୀଙ୍କ ଭକ୍ତ ଭାବେ ଫେରିଲେ ସିମ୍ବା

author img

By ETV Bharat Odisha Team

Published : Oct 30, 2023, 3:42 PM IST

ସିଙ୍ଘମ ଏଗେନରୁ ରଣଭୀର ସିଂଙ୍କ ପ୍ରଥମ ଲୁକ ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ, ଦୀପିକା ପାଦୁକୋନ୍ ଏବଂ ଅଜୟ ଦେବଗନ୍ ରଣଭୀର ସିଂଙ୍କ ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି । ଅଧିକ ପଢନ୍ତୁ

ରଣଭୀର ସିଂଙ୍କ ପ୍ରଥମ ଲୁକ୍ ଆଉଟ୍, ହନୁମାନ ଜୀଙ୍କ ଭକ୍ତ ଭାବେ ଫେରିଲେ 'ସିମ୍ବା'

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଆକ୍ସନ୍ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ରଣଭୀର ସିଂଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଦୀପିକା ପାଦୁକୋନ୍ ସ୍ବାମୀ ରଣଭୀର ସିଂଙ୍କ ଏହି ଲୁକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଫିଲ୍ମରେ ରଣଭୀର ସିଂ ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କ ସହ ଆକ୍ସନ କରୁଥିବା ଦେଖିବାକୁ ମିଳିବ ।

ରିଲିଜ ହୋଇଥିବା ପ୍ରଥମ ଲୁକରେ ରଣଭୀର ସିଂ ପୋଲିସ ୟୁନିଫର୍ମରେ ନଜର ଆସିଛନ୍ତି । ବ୍ୟାକଗ୍ରାଉଣ୍ଡରେ ଗୋଟିଏ ପଟେ ତାଙ୍କ ଗାଡି ଏବଂ ଅନ୍ୟପଟେ ହନୁମାନ ଜୀଙ୍କ ମୂର୍ତ୍ତି ଦେଖିବାକୁ ମିଳିଛି । ତେବେ ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ରଣଭୀର ସିଂ ସିମ୍ବା ହୋଇ ଆକ୍ସନ କରିଥିଲେ । ସୂର୍ଯ୍ୟବଂଶୀରେ ବି ସେ ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କ ସହ ଲୋକଙ୍କୁ ମନୋରଞ୍ଜନ କରାଇଥିଲେ । ପୁଣି ଏବଂ ସିଙ୍ଘମ ଏଗେନରେ ସିମ୍ବା ଅବତାରରେ ପୁଣି ନଜର ଆସିବେ ।

ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀ ଏବଂ ଫିଲ୍ମର ମୁଖ୍ୟ ଅଭିନେତା ଅଜୟ ଦେବଗନ ଏବଂ ଦୀପିକା ପାଦୁକୋନ ତାଙ୍କ ଷ୍ଟାର ସ୍ୱାମୀଙ୍କ ପ୍ରଥମ ଲୁକ ରିଲିଜ କରିଛନ୍ତି । ଦୀପିକା ସିଙ୍ଘମ ଏଗେନରୁ ସ୍ବାମୀ ରଣଭୀର ସିଂଙ୍କ ପ୍ରଥମ ଲୁକ୍ ସେୟାର କରି ଲେଖିଛନ୍ତି, ସିଙ୍ଘମ ଏଗେନ, ରଣଭୀର ସିଂ । ଏଥିସହ ରୋହିତ ଶେଟ୍ଟୀ ରଣଭୀର ସିଂଙ୍କ ପୋଷ୍ଟର ରିଲିଜ କରି ଲେଖିଛନ୍ତି, ଆମର ସମସ୍ତ ପ୍ରିୟ ଭୟଭୀତ ସିମ୍ବା ଫେରିଛନ୍ତି, ସିଙ୍ଘମ ଏଗେନ । ସେପଟେ ଅଜୟ ଦେବଗନ୍ ଲେଖିଛନ୍ତି, ରଣଭୀର ସିଂଙ୍କ ପ୍ରଥମ ଲୁକ୍ । ଆଲା ରେ ଆଲା, ସିମ୍ବା ଆଲା, ସିଙ୍ଘମ ଏଗେନ ।

ଏହା ମଧ୍ୟ ପଢନ୍ତୁ: ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ଟାଇଗର ଶ୍ରଫଙ୍କ ଏଣ୍ଟ୍ରି, ପ୍ରଥମ ଲୁକ ଆଉଟ୍

ସୂଚନା ଥାଉ କି, ଏହି ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ରରେ ମଲ୍ଟି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଅକ୍ଷୟ କୁମାର, ଅଜୟ ଦେବଗନ, ରଣଭୀର ସିଂ, ଦୀପିକା ପାଦୁକୋନ, କରୀନା କପୁର ଖାନ, ଟାଇଗର ଶ୍ରଫ ଭଳି ତାରକା ଏଥିରେ ନଜର ଆସିବେ । ପୂର୍ବରୁ ଦୀପିକା ପାଦୁକାନ ଏବଂ ଟାଇଗର ଶ୍ରଫଙ୍କ ଲୁକ ରିଲିଜ ହୋଇସାରିଛି । ତେବେ ସିଙ୍ଘମ ଏଗେନ 15 ଅଗଷ୍ଟ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିସହିତ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଷ୍ଟାରର ପୁଷ୍ପା ୨ ମଧ୍ୟ ଏହି ଦିନ ମୁକ୍ତିଲାଭ କରିବ । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ ସିଙ୍ଘମ ଏଗେନ ଏବଂ ପୁଷ୍ପାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.