ETV Bharat / entertainment

ଅଭିନୟରୁ ୬ ମାସ ବ୍ରେକ ନେବେ ରଣବୀର କପୁର, କହିଲେ କାରଣ - Ramayana

ଅଭିନୟରୁ ବିରତି ନେବେ ରଣବୀର କପୁର । ଝିଅ ରାହାଙ୍କ ସମୟ ବିତାଇବା ନେଇ ୬ମାସ ଯାଏଁ ବ୍ରେକ ନେବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା । ଅଧିକ ପଢନ୍ତୁ

ଅଭିନୟରୁ ୬ ମାସ ବ୍ରେକ ନେବେ ରଣବୀର କପୁର, କହିଲେ କାରଣ

author img

By ETV Bharat Odisha Team

Published : Oct 25, 2023, 1:14 PM IST

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତା ରଣବୀର କପୁର ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ଆନିମଲ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ଡିସେମ୍ବର ୧ରେ ରିଲିଜ ହେବାକୁ ଥିବା ବେଳେ ଫ୍ୟାନ୍ସ ଫିଲ୍ମକୁ ନେଇ ଉତ୍ସାର ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହାରି ମଧ୍ୟରେ ଖବର ଆସୁଛି ଯେ, ଅଭିନେତା ଅଭିନୟରୁ ବ୍ରେକ୍‌ ନେବାକୁ ଯାଉଛନ୍ତି । ସେ ଇଣ୍ଡଷ୍ଟ୍ରିରୁ ୬ ମାସ ବିରତି ନେବେ ।

ନିକଟରେ ରଣବୀର କପୁର ଜୁମ୍‌ରେ ଜଣେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା କରିଥିଲେ । ସେହି ସମୟରେ ସେ ଅଭିନୟରୁ ବ୍ରେକ୍‌ ନେବା କଥା କହିଛନ୍ତି । ସେ କହିଛନ୍ତି, ଝିଅ ରାହାଙ୍କ ଜନ୍ମ ପରେ ପ୍ରାରମ୍ଭିକ ମାସରେ ସେ ସୁଟିଂରେ ବ୍ୟସ୍ତ ଥିବାରୁ ସେ ତାଙ୍କ ସହ ସମୟ ବିତାଇପାରିନାହାନ୍ତି । ବର୍ତ୍ତମାନ ସେ ନିଶ୍ଚିତ କରିଛନ୍ତି ଯେ ସେ ଚଳଚ୍ଚିତ୍ରରୁ ୬ ମାସର ବିରତି ନେବାକୁ ଯାଉଛନ୍ତି । ଯାହା ଦ୍ବାରା ସେ ତାଙ୍କ ଝିଅଙ୍କ ସହ କ୍ୱାଲିଟି ସମୟ ବିତାଇ ପାରିବେ । ସୂଚନା ଥାଉ କି, ରଣବୀର ଅଭିନୟ ଜୀବନ ସହ ନିଜର ପିତା ହେବା କର୍ତ୍ତବ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି କାରଣ ଆଲିଆ ତାଙ୍କ ଆଗାମୀ ଚଳଚ୍ଚିତ୍ର ଜିଗ୍ରା ପାଇଁ ସୁଟିଂରେ ବ୍ୟସ୍ତ ହେବାକୁ ଯାଉଛନ୍ତି ।

ଏହି ସମୟରେ ସେ ତାଙ୍କର ବହୁ ପ୍ରତୀକ୍ଷିତ ଦୁଇଟି ଫିଲ୍ମ ନୀତେଶ ତିୱାରୀଙ୍କ 'ରାମାୟଣ' ଏବଂ ଅନୁରାଗ ବସୁଙ୍କ 'କିଶୋର କୁମାର ବାୟୋପିକ୍' ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ବିଷୟରେ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନଥିବାବେଳେ ରଣବୀର ଏହି ଫିଲ୍ମରେ କାମ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ସେ ଏହି ଫିଲ୍ମଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅନୁରାଗ ବସୁଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ 'କିଶୋର କୁମାର ବାୟୋପିକ୍' ବର୍ଷ ବର୍ଷ ଧରି କାମ ଚାଲିଛି । ସେ ଚଳିତ ମାସ ଶେଷ ସୁଦ୍ଧା ସ୍କ୍ରିପ୍ଟ ସମୀକ୍ଷା କରିବେ କିନ୍ତୁ ଏପର୍ଯ୍ୟନ୍ତ ଉପଯୁକ୍ତ ଭୂମିକା ମିଳିନାହିଁ । ରାମାୟଣ ବିଷୟରେ ସେ ସ୍ପଷ୍ଟ କରିଛନ୍ତି ଯେ ଏହାର ବ୍ୟାପକ କାର୍ଯ୍ୟର ଆବଶ୍ୟକତା ହେତୁ କିଛି ଚୂଡ଼ାନ୍ତ ହୋଇନାହିଁ । ସେ ଆଶା ପ୍ରକଟ କରିଛନ୍ତି ଯେ ଶୀଘ୍ର ଫିଲ୍ମଗୁଡିକ ଚୂଡାନ୍ତ ହେବ ।

ଏହା ମଧ୍ୟ ପଢନ୍ତୁ: ରଣବୀରଙ୍କ ସହ ଲିପଲକ୍‌କୁ ନେଇ ଟ୍ରୋଲ ହେଲେ ରଶ୍ମିକା, ଏମିତି କମେଣ୍ଟ କଲେ ୟୁଜର୍ସ

ଆନିମଲ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ୍‌ ସନ୍ଦୀପ ରେଡ୍ଡୀ ବାଙ୍ଗା । ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଅନିଲ କପୁର ଏବଂ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ତୃପ୍ତି ଡିମ୍ରି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ‘ଆନିମଲ' ଫିଲ୍ମଟି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍ ଭଳି 5ଟି ଭାଷାରେ ଡିସେମ୍ବର ୧ ରେ ସିନେମା ହଲ୍‌ରେ ରିଲିଜ ହେବ । 'ଆନିମଲ' ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ଭଦ୍ରକଲି ପିକଚର୍ସ ଦ୍ୱାରା ନିର୍ମିତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.