ETV Bharat / entertainment

Indian Idol 13ରେ ନଜର ଆସିବେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତି

author img

By

Published : Sep 16, 2022, 2:35 PM IST

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ସୋ ଇଣ୍ଡିଆନ୍‌ ଆଇଡଲର (Indian Idol) ୧୩ତମ ସିଜିନ୍‌ ଆରମ୍ଭ ହେବାକୁ ଯାଉଛି । ଏହି ସୋ'ରେ ଏଥର ନଜର ଆସିବେ ବାଲେଶ୍ବରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି ।

Indian Idol 13 ରେ ନଜର ଆସିବେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତି

ମୁମ୍ବାଇ: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ସୋ' ‘ଇଣ୍ଡିଆନ୍‌ ଆଇଡଲ’ (Indian Idol) ର ୧୩ତମ ସିଜିନ୍‌ ଆରମ୍ଭ ହୋଇଛି । ଏହି ସୋ'ରେ ଏଥର ନଜର ଆସିବେ ବାଲେଶ୍ବରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ବର୍ତ୍ତମାନ ଏହି ସୋ'ର ପ୍ରମୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରମୋ ଦେଖିବା ପରେ ପ୍ରଭୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।

ପ୍ରଭୁପାଦ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ବାଲେଶ୍ୱର ସମେତ ତମାମ ରାଜ୍ୟରେ ବେଶ୍‌ ଜଣାଶୁଣା । ପୂର୍ବରୁ ଅର୍ଥାତ ୨୦୧୪ରେ ଜୁନିୟର ‘ସାରେଗାମାପା’ରେ ଅଂଶ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ ପ୍ରଭୁପାଦ। ସେ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏଥର ‘ଇଣ୍ଡିଆନ ଆଇଡଲ୍‌’ରେ ଅଂଶଗ୍ରହଣ କରିଛନ୍ତି । କୋଲକାତାରେ ଆୟୋଜିତ ଇଣ୍ଡିଆନ ଆଇଡଲର ଅଡିସନ୍‌ରେ ଅଂଶଗ୍ରହଣ କରି ସେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି ।

ଏହାପରେ ତାଙ୍କୁ ମୁମ୍ବାଇ ପ୍ରାଇମ୍‌ ଫୋକସ ଫିଲ୍ମ ସିଟିରୁ ଡାକରା ଆସିଥିଲା । ସେ ସେଠାରେ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଥିଲେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ ରେସମିୟା, ନେହା କକ୍କର, ବିଶାଲ ଦଦ୍‌ଲାନି । ଏହି ଅଡିନନ୍‌ରେ ଫିଲ୍ମ ଦବଙ୍ଗର ‘ତୁନେ ତୋ ପଲ ଭର ମେ ଚୋରି କିୟା ରେ ଜିଆ’ ଗୀତ ଗାଇ ବିଚାରକଙ୍କ ହୃଦୟ ଜିତିଛନ୍ତି ପ୍ରଭୁ । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସୋ’ ଆସନ୍ତା ଶନିବାର କିମ୍ବା ରବିବାର ଟେଲିଭିଜନରେ ପ୍ରସାରଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.