ETV Bharat / entertainment

ରାଘବଙ୍କ ସହ ବିବାହ ଚର୍ଚ୍ଚା ନେଇ ମୁହଁ ଖୋଲିଲେ ପରିଣୀତି, କହିଲେ ଏମିତି

author img

By

Published : Apr 19, 2023, 2:09 PM IST

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢା ବିବାହ ରୁମରକୁ ନେଇ ଶିରୋନାମାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବିବାହ ଖବରକୁ ନେଇ ପରିଣୀତି ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତ୍ରୀ କ’ଣ କହିଛନ୍ତି ଜାଣନ୍ତୁ,

ରାଘବ ଚଢାଙ୍କ ସହ ବିବାହ ରୁମର୍ ଉପରେ ମୁହଁ ଖୋଲିଲେ ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଗତ କିଛି ଦିନ ହେବ ଆମ୍ ଆଦମୀ ପାର୍ଟି ନେତା ତଥା ପଞ୍ଜାବର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ସମ୍ପର୍କକୁ ନେଇ ଶିରୋନାମାରେ ରହିଛନ୍ତି । ଖୁବ ଶୀଘ୍ର ପରିଣୀତି ଏବଂ ରାଘବ ବିବାହ କରିବା ରୁମର ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପାଇଁ ଉଭୟଙ୍କୁ ଅନେକ ବ୍ୟକ୍ତିବିଶେଷ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା । ତେବେ ଉଭୟଙ୍କ ବିବାଦ ରୁମରର କଳ୍ପନା ଜଳ୍ପନା ମଧ୍ୟରେ ବର୍ତ୍ତମାନ ପରିଣୀତି ଚୋପ୍ରା ଶେଷରେ ରାଘବଙ୍କ ସହ ବିବାହ ରୁମର୍ ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଆବଶ୍ୟକ ହେଲେ ମୁଁ ସେ ସ୍ପଷ୍ଟୀକରଣ ଦେବି ।

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢାଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଉଭୟଙ୍କ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବର୍ତ୍ତମାନ ପରିଣୀତି ଚୋପ୍ରା ନିଜ ବିବାହ ରୁମରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ପରିଣୀତି କହିଛନ୍ତି ଯେ ଏହା ବିଷୟରେ କହିବା ଏବଂ ଅପମାନ କରିବା ମଧ୍ୟରେ ଗୋଟିଏ ରେଖା ଅଛି । ଯହି ଏଭଳି କିଛି ଅଛି ତାହାହେଲେ ସ୍ପଷ୍ଟୀକରଣ ରଖିବି । ପରିଣୀତି ଆହୁରି ମଧ୍ୟ କହିଛନ୍ତି ଯେ ବହୁତ ଭୁଲ ଧାରଣା ଅଛି । ଯଦି ଆବଶ୍ୟକ ହୁଏ ମୁଁ ସେ ସ୍ପଷ୍ଟୀକରଣ ଦେବି ।

ସୂଚନା ଥାଉ କି, ନିକଟରେ ପରିଣୀତି ଚୋପ୍ରାଙ୍କ ଆଙ୍ଗୁଠିରେ ଏକ ମୁଦି(ରିଙ୍ଗ୍‌) ଦେଖାଯାଇଥିଲା, ଯାହା ପରେ ଅଭିନେତ୍ରୀ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ ମୁମ୍ବାଇରେ ଏକାଠି ଦେଖାଯିବା ଦିନଠାରୁ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଲାଇମଲାଇଟକୁ ଆସିଥିଲେ । ଏହାପରେ ରାଘବ ଚଢା ମଧ୍ୟ କହିଛନ୍ତି ଯେ 'ପରିଣୀତିଙ୍କ ବିଷୟରେ ନୁହେଁ, ରାଜନୀତି ବିଷୟରେ ପଚାର । ଏହାପରେ ମଧ୍ୟ ଦିଲ୍ଲୀ-ମୁମ୍ବାଇ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସ୍ଥାନରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ସାଂସଦ ରାଘବ ଚଢାଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ, AAP ନେତା ସଞ୍ଜୀବ ଅରୋରା ଏବଂ କଣ୍ଠଶିଳ୍ପୀ ହାର୍ଡି ସାନ୍ଧୁ ମଧ୍ୟ ଉଭୟଙ୍କୁ ଆଗାମୀ ଜୀବନ ପାଇଁ ଅଭିନନ୍ଦନ ଜଣାଇଥିଲେ । ତେବେ ବର୍ତ୍ତମାନ ଏପର୍ଯ୍ୟନ୍ତ ରାଘବ ଏବଂ ପରିଣୀତି ନିଜ ସମ୍ପର୍କ ବିଷୟରେ ଖୁଲାସା କରିନାହାନ୍ତି । ତେବେ କେବେ ଏହି ଯୋଡି ସେମାନଙ୍କ ବିବାହ ଉପରେ ମୋହର ଲଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.