ETV Bharat / entertainment

Maan Meri Jaan Afterlife Teaser: ମାନ ମେରୀ ଜାନର ଇଂରାଜୀ ଭର୍ସନ ରିଲିଜ

author img

By

Published : Apr 20, 2023, 12:30 PM IST

ଇଣ୍ଡିଆନ୍ ରାପର୍‌ କିଙ୍ଗ ଏବଂ ହଲିଉଡ ଗାୟକ ନିକ୍ ଜୋନସଙ୍କ 'ମାନ୍ ମେରୀ ଜାନ (AFfter life)' ଇଂରାଜୀ ଭର୍ସନ(ସଂସ୍କରଣ)ର ଟିଜର ରିଲିଜ ହୋଇଛି । ସୋସିଆଲ ମିଡିଆରେ ନିକ ଜୋନସ ଏହାର ଟିଜର ରିଲିଜ କରି ଦର୍ଶକଙ୍କ ସହଯୋଗ ଲୋଡିଛନ୍ତି । ଅଧିକ ପଢନ୍ତୁ,

ମାନ୍ ମେରୀ ଜାନ ଇଂରାଜୀ ଭର୍ସନ(ସଂସ୍କରଣ)ର ଟିଜର ରିଲିଜ

ମୁମ୍ବାଇ: ଅରପନ୍ କୁମାର ଚନ୍ଦେଲ ନାଁରେ ଜଣାଶୁଣା କିଙ୍ଗଙ୍କ ରଚିତ 'ମାନ୍ ମେରୀ ଜାନ' ହିନ୍ଦୀ ଭର୍ସନ(ସଂସ୍କରଣ) ଗୀତ ସାରା ବିଶ୍ବରେ କମାଲ କରିଥିଲା । ଗୀତଟି ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ବେଳେ ବର୍ତ୍ତମାନ ଏହି ଗୀତର ଇଂରାଜୀ ଭର୍ସନ(ସଂସ୍କରଣ) ମଧ୍ୟ ପ୍ରସ୍ତୁତ ହୋଇଛି । ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଆମେରିକୀୟ ରକଷ୍ଟାର ନିକ୍‌ ଜୋନାସ ଏବଂ ଇଣ୍ଡିଆନ୍ ହିଟ୍ ରାପର କିଙ୍ଗ୍‌ ଏହି ଗୀତର ଇଂରାଜୀ ଭର୍ସନ ପ୍ରସ୍ତୁତ କରିଛନ୍ତି । ତେବେ ବୁଧବାର ରାତିରେ ଉଭୟ ସୋସିଆଲ ମିଡିଆରେ ନିଜ ଗୀତର ଟିଜର ରିଲିଜ କରିଛନ୍ତି । ଏବଂ ଗୀତ ପାଇଁ ଦର୍ଶକଙ୍କ ସହଯୋଗ ଲୋଡିଛନ୍ତି । ତେବେ ଏହି ସମ୍ପୂର୍ଣ୍ଣ ଗୀତ ଆଜି ରିଲିଜ ହେବ ।

ଭାରତୀୟ କଳାକାର କିଙ୍ଗ ଏବଂ ଆମେରିକୀୟ ଗାୟକ ନିକ ଜୋନସ ଟିଜରର ସର୍ଟ କ୍ଲିପକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। '' ସେ ଏହି ସର୍ଟ କ୍ଲିପ ସେୟାର କରି କ୍ୟାପସନରେ ଲେଖିଛନ୍ତି, ମାନ ମେରୀ ଜାନ (AFfter life) 'ମ୍ୟୁଜିକ୍ ଭିଡିଓ ଆଜି ସକାଳ 10 ଟା ET / 7:30 ISTରେ ଆସୁଛି । ପ୍ରାୟ 15 ସେକେଣ୍ଡର ଏହି ଟିଜରରେ 'ମାନ୍ ମେରୀ ଜାନ' ଗୀତ ସହ ନିକ ଏବଂ କିଙ୍ଗ ନଜର ଆସିଛନ୍ତି । ଏହି ଗୀତଟି କିଙ୍ଗର ଲୋକପ୍ରିୟ ଟ୍ରାକ୍ 'ମାନ୍ ମେରୀ ଜାନ'ର ରିମେକ୍ ଅଟେ ।

ତେବେ ଏହା ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଫ୍ୟାନ୍ସମାନେ ଲାଲ୍ ହାର୍ଟ ସହ ଫାୟାର ଇମୋଜି ଦେଇଛନ୍ତି । ସେପଟେ ଗ୍ଲୋବାଲ ତାରକା ତଥା ନିକ୍ ଜୋନସଙ୍କ ସ୍ତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଭାରତୀୟ କଳାକାରଙ୍କ ସହଯୋଗରେ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଏବଂ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୀତ ଟ୍ରାକର ପୋଷ୍ଟର ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, ଅଭିନନ୍ଦନ ।

ଅରପନ୍ କୁମାର ଚାନ୍ଦେଲ ଭାବରେ ଜଣାଶୁଣା କିଙ୍ଗ ତାଙ୍କ କ୍ୟାରିୟରରେ 'ତୁ ଆକେ ଦେଖଲେ' ଏବଂ 'ମାନ୍ ମେରୀ ଜାନ' ପରି ଅନେକ ହିଟ୍ ଗୀତ ଦେଇଛନ୍ତି । 2022 ମସିହାରେ 'ମାନ ମେରୀ ଜାନ୍‌' ଗୀତ ୟୁଟ୍ୟୁବ୍‌ରେ ରିଲିଜ କରିଥିଲେ । ଯାହା ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା । ଏହି 'ମାନ୍ ମେରୀ ଜାନ'ଗୀତକୁ ୟୁଟ୍ୟୁବରେ 340 ମିଲିୟନରୁ ଅଧିକ ଥର ଦେଖାଯାଇଛି । ତେବେ ନିକ ଜୋନାସଙ୍କ ସହ ଇଂରାଜୀ ଭର୍ସନ(ସଂସ୍କରଣ) ପୂର୍ବରୁ କିଙ୍ଗ୍‌ ଏହି ସୁପରହିଟ ଗୀତର ଆଫ୍ରିକୀୟ ଭର୍ସନ(ସଂସ୍କରଣ) ତାଞ୍ଜାନିଆର ଗାୟକ ରେଭାନୀଙ୍କ ସହ ରିଲିଜ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.