ETV Bharat / entertainment

ଫିଲ୍ମଫେୟାର ଆୱାର୍ଡକୁ ନେଇ ଏମିତି କହିଲେ ନାସିରୁଦ୍ଦିନ ଶାହା

author img

By

Published : Jun 5, 2023, 11:33 AM IST

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା । ନିକଟରେ ଏକ ସାକ୍ଷାତକାରରେ ଫିଲ୍ମଫେୟାର ଆୱାର୍ଡ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଅଭିନେତା କହିଛନ୍ତି ଯେ, ସେ ଫିଲ୍ମ ଫେୟାର ଆୱାର୍ଡକୁ ନିଜ ୱାସ୍‌ରୁମର କବାଟ ହ୍ୟାଣ୍ଡେଲ ଭାବରେ ବ୍ୟବହାର କରନ୍ତି । ଅଧିକ ପଢନ୍ତୁ

ଫିଲ୍ମଫେୟାର ଆୱାର୍ଡକୁ ୱାଶରୁମ କବାଟ ହ୍ୟାଣ୍ଡେଲ ଭାବରେ ବ୍ୟବହାର କରନ୍ତି: ନାସିରୁଦ୍ଦିନ ଶାହା

ମୁମ୍ବାଇ: ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା । ଏହି ଅଭିନେତା ତାଙ୍କର ଅଭିନୟ ପାଇଁ ବିଶ୍ୱବ୍ୟାପୀ ନାମ ଅର୍ଜନ କରିଛନ୍ତି ଏବଂ ପ୍ରଶଂସା ମଧ୍ୟ ସାଉଁଟି ପାରିଛନ୍ତି । ଏଥିସହ ଦମଦାର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି । ତେବେ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଫିଲ୍ମଫେୟାର ଆୱାର୍ଡକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଅନେକ ପୁରସ୍କାର ଅଛି ଯାହା ତାଙ୍କ ଜୀବନରେ ଅଧିକ ଗୁରୁତ୍ୱ ଦେଇନଥାଏ । ସେ ପାଇଥିବା ଫିଲ୍ମଫେୟାର ପୁରସ୍କାର ସହ କଣ କରନ୍ତି ତାହା କହିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଅଭିନେତା କହିଛନ୍ତି ଯେ ଯଦିଓ ଅଭିନେତା ତାଙ୍କ କ୍ୟାରିୟରରେ ଅନେକ ପୁରସ୍କାର ପାଇଛନ୍ତି, କିନ୍ତୁ ସେ ଏହି ପୁରସ୍କାରକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ଏହି ପୁରସ୍କାରରେ ପକ୍ଷପାତିତା ଅଛି ବୋଲି ଅଭିନେତା କହିଛନ୍ତି, ତେଣୁ ଜିତିବା ପରେ ମଧ୍ୟ ସେ ଏହି ସମ୍ମାନକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ । ଏଥିସହ ସେ ପାଇଥିବା ଫିଲ୍ମଫେୟାର ଆୱାର୍ଡକୁ ତାଙ୍କ ଘରର ୱାସ୍‌ରୁମ ହ୍ୟାଣ୍ଡେଲ ଭାବରେ ବ୍ୟବହାର କରନ୍ତି ବୋଲି କହିଛନ୍ତି ।

ନାସିରୁଦ୍ଦିନ ଶାହାଙ୍କ ଅନୁଯାୟୀ,"ଯଦି ଜଣେ ଅଭିନେତା ଯେକୌଣସି ଭୂମିକାରେ ଅଭିନୟ କରିବା ପାଇଁ ସାମର୍ଥ୍ୟ ଲଗାଇଥାଏ, ତେବେ ସେ ଜଣେ ଭଲ ଅଭିନେତା । ଏହିପରି ଭାବେ ଯଦି ଆପଣ କୌଣସି ଜଣେ କଳାକାରଙ୍କୁ ଶ୍ରେଷ୍ଠ ଅଭିନେତା କୁହନ୍ତି ତେବେ ଏହା କିପରି ନ୍ୟାୟଯୁକ୍ତ ? ମୁଁ ଏପରି କୌଣସି ପୁରସ୍କାରକୁ ସମର୍ଥନ କରେ ନାହିଁ କିମ୍ବା ମୁଁ ଏଥିପାଇଁ ଗର୍ବିତ ନୁହେଁ ।"

ଅଭିନେତା ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କର ଶେଷ ଦୁଇଟି ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ସଂଗ୍ରହ କରିନାହାଁନ୍ତି । ଯେତେବେଳେ ସେ ତାଙ୍କ ଫାର୍ମହାଉସ୍ ନିର୍ମାଣ କଲେ, ସେ ସେଠାରେ ୱାଶରୁମ୍ ହ୍ୟାଣ୍ଡଲ୍ ପାଇଁ ଦୁଇଟି ଫିଲ୍ମଫେୟାର ପୁରସ୍କାର ବ୍ୟବହାର କରିଛନ୍ତି । ବର୍ତ୍ତମାନ ଯିଏ ସେହି ୱାଶରୁମ୍‌କୁ ଯାଇ ହ୍ୟାଣ୍ଡଲ୍ ଧରିଥାଏ ସେ ଦୁଇଟି ଫିଲ୍ମଫେୟାର ପୁରସ୍କାର ପାଇଥାଏ । ସେ କହିଛନ୍ତି, "ମୁଁ ଏହି ଟ୍ରଫିଗୁଡ଼ିକରେ କୌଣସି ମୂଲ୍ୟ ପାଇଲି ନାହିଁ । ଯେତେବେଳେ ମୁଁ ଏହି ସବୁ ପାଇଥିଲି ସେତେବେଳେ ମୁଁ ଖୁସି ଥିଲି । କିନ୍ତୁ ତା’ପରେ ଟ୍ରଫିଗୁଡ଼ିକ ମୋ ଚାରିପାଖରେ ଜମା ହେବା ଆରମ୍ଭ କଲା । ଶୀଘ୍ର କିମ୍ବା ପରେ ମୁଁ ବୁଝିପାରିଲି ଯେ ଏହି ପୁରସ୍କାରଗୁଡ଼ିକ ଲବି କରିବାର ଫଳାଫଳ । ଯୋଗ୍ୟତା ମୁତାବକ ଏହି ପୁରସ୍କାର କେହି ପାଇ ନାହାଁନ୍ତି । ତେଣୁ ମୁଁ ସେମାନଙ୍କୁ ଛାଡିଦେବା ଆରମ୍ଭ କଲି ।"

ସେ ଆହୁରି କହିଛନ୍ତି, "ଏହା ପରେ ଯେତେବେଳେ ମୁଁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ପାଇଲି, ମୋର ପିତାଙ୍କୁ ମନେ ପକାଇଲି ଯିଏ ମୋ ଚାକିରି ପାଇଁ ସବୁବେଳେ ଚିନ୍ତିତ ଥିଲେ। ଏବଂ କହିଥଲେ ଯେ 'ଯଦି ତୁମେ ଏହି ଅଦରକାରୀ କାମ କର, ତୁମେ ମୂର୍ଖ ହୋଇଯିବ'। ତେଣୁ, ଯେତେବେଳେ ମୁଁ ପୁରସ୍କାର ଗ୍ରହଣ କରିବାକୁ ରାଷ୍ଟ୍ରପତି ଭବନକୁ ଗଲି, ମୁଁ ଉପରକୁ ଚାହିଁ ମୋ ବାପାଙ୍କୁ ପଚାରିଲି ସେ ଏସବୁ ଦେଖୁଛନ୍ତି କି, ମୋତେ ବିଶ୍ବାସ ଥିଲା ଯେ, ସେ ମୋତେ ଦେଖୁଛନ୍ତି । ମୁଁ ଏହି ପୁରସ୍କାର ପାଇ ବେଶ ଖୁସି ଥିଲି । କିନ୍ତୁ ମୁଁ ଏହି ପ୍ରତିଯୋଗିତାମୂଳକ ପୁରସ୍କାରକୁ ଗ୍ରହଣ କରିପାରିବି ନାହିଁ ।"

ସୂଚନା ଥାଉ କି, ଅଭିନେତା ତାଙ୍କ କ୍ୟାରିଅରରେ 3ଟି ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ଅଶୋକ, ଚକ୍ର ଏବଂ ମାସୁମ୍ ଭଳି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ତେବେ ଗତ କିଛି ଦିନ ହେବ ନାସିରୁଦ୍ଦିନ ଶାହା ନିଜ ମନ୍ତବ୍ୟ ପାଇଁ ଶିରୋନାମାରେ ରହି ଆସୁଛନ୍ତି । ପୂର୍ବରୁ ଦି କେରଳ ଷ୍ଟୋରୀ ଉପରେ ନିଜ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ବେଳେ ଏବେ ଫିଲ୍ମ ଫେୟାର ଆୱାର୍ଡକୁ ୱାସ୍‌ରୁମ ହ୍ୟାଣ୍ଡେଲ ଭାବରେ ବ୍ୟବହାର କରୁଥିବା ନେଇ ମନ୍ତବ୍ୟ ତାଙ୍କୁ ବିବାଦ ଘେରକୁ ଆଣିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.