ETV Bharat / entertainment

ଯୌନ ଶୋଷଣ ମାମଲାରେ ବନ୍ଧା ହେଲେ ଲୋକପ୍ରିୟ ମାଲାୟଲମ ଅଭିନେତା ଶିୟାସ କରିମ

author img

By ETV Bharat Odisha Team

Published : Oct 7, 2023, 6:13 PM IST

ଯୌନ ଶୋଷଣ ମାମଲାରେ ବନ୍ଧା ହେଲେ ଲୋକପ୍ରିୟ ମାଲାୟଲମ ଅଭିନେତା ଶିୟାସ କରିମ । ଚେନ୍ନାଇ ଏୟାରପୋର୍ଟରୁ ବାନ୍ଧିଲା ପୋଲିସ। ଅଧିକ ପଢନ୍ତୁ

Malayalam actor Shiyas Kareem arrsted
Malayalam actor Shiyas Kareem arrsted

ଚେନ୍ନାଇ: ଗିରଫ ହେଲେ ଲୋକପ୍ରିୟ ମାଲାୟଲମ ଅଭିନେତା ସିୟସ କରିମ । ଟଙ୍କା ହେରଫେର ଏବଂ ଯୌନ ଉତ୍ପୀଡନ ମାମଲାରେ ପୋଲିସ ଶିୟାସଙ୍କୁ ଗିରଫ କରିଛି । ଗତକାଲି(ଶୁକ୍ରବାର) 32 ବର୍ଷୀୟ ଶିୟାସ ପିଚାଟକୁନେଲ ଅବଦୁଲ କରିମଙ୍କୁ ଚେନ୍ନାଇ ଏୟାରପୋର୍ଟ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ପକ୍ଷରୁ କୁହାଯାଇଛି ଯେ, କେରଳ ପୋଲିସ କରିମ ବିପକ୍ଷରେ ଲୁକାଉଟ ନୋଟିସ ଜାରି କରିଥିଲା । ତେବେ ଆଜି ସକାଳୁ ଅଭିନେତା ଜଣକ ଦୁବାଇରୁ ଫେରୁଥିବା ବେଳେ ଖବରପାଇ ଏୟାରପୋର୍ଟ ପୋଲିସ ଗିରଫ କରିଥିଲା ।

31 ବର୍ଷୀୟ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରତାରଣା ଅଭିଯୋଗ: ସୂଚନାଅନୁସାରେ, ଅଭିନେତା ଜଣକ କେରଳ ଏର୍ଣ୍ଣାକୁଲମ ପେରୁମବାଭୁର ଅଞ୍ଚଳର ବାସିନ୍ଦା । ସେ ଅନେକ ମାଲାୟଲମ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ସେ ଜଣାଶୁଣା ତାମିଲ ଅଭିନେତା ଅଜିତକୁମାରଙ୍କ ଭିରାମ ଫିଲ୍ମରେ ମଧ୍ୟ ଭିଲିଆନ ଭାବେ ଅଭିନୟ କରିଥିଲେ। ଏହାସହ ସେ ମାଲାୟଲମ ବିଗବସ ଏବଂ ଅନେକ ଟିଭି ସୋରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ଏର୍ଣ୍ଣାକୁଲମରେ ତାଙ୍କର ଏକ ଫିଟନେସ ସେଣ୍ଟର ମଧ୍ୟ ରହିଛି । ତେବେ ଏହି ପରିସ୍ଥିତିରେ ଜିମ ଟ୍ରେନରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଜଣେ 31 ବର୍ଷୀୟ ସ୍ବାମୀ ପରିତ୍ୟକ୍ତା ମହିଳା ଜିମ ଟ୍ରେନରେ ଭାବେ କାର୍ଯ୍ୟ କରୁଥିବା ବେଳେ କରିମଙ୍କ ସହ ତଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉକ୍ତ ମହିଳା ଜଣକ କାସାରଗଡ ଜିଲ୍ଲାର ପେରୁନା ଅଞ୍ଚଳର ମହିଳା ।

ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମ ଅଭିଯୋଗ ପରେ ମାଲାୟଲମ୍ ଅଭିନେତା ବିଜୟ ବାବୁଙ୍କ ନାମରେ ଆଉ ଏକ ମାମଲା

ତେବେ ଅଭିନେତା ଜଣକ ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ କାସାରଗଡ ଜିଲ୍ଲାର ଚନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାସହ 11 ଲକ୍ଷ ଟଙ୍କା ନେଇ ଆଉ ଫେରାଇ ନଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରି ମାମଲା ଦାୟର କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଶିୟାସ କରିମଙ୍କ ବିରୋଧରେ ତନାଘନା ଆରମ୍ଭ କରିଥିଲା । ତେବେ ସେ ଦୁବାଇରୁ ଫେରୁଥିବା ଖବର ପାଇ ତାଙ୍କୁ ଗିରଫ କରିବା ନେଇ ଲୁକଆଉଟ ନୋଟିସ ଜାରି କରିଥିଲା ପୋଲିସ । ତେବେ ଶିୟାସ ଗତକାଲି(ଶୁକ୍ରବାର) ଦୁବାଇରୁ ବିମାନ ଯୋଗେ ଚେନ୍ନାଇ ଫେରିଥିଲେ । ତେବେ ତାଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ତାଙ୍କୁ ଏୟାରପୋର୍ଟରୁ ବାନ୍ଧିଲା ପୋଲିସ ।

ତେବେ ଖବରମୁତାବକ, ଚେନ୍ନାଇ ଏୟାରପୋର୍ଟରେ ଧରାପଡିବା ପରେ କେରଳ ଷ୍ଟେଟ ସନ୍ଦେରା ପୋଲିସ ବିଭାଗକୁ ଖବର ଦିଆଯାଇଥିଲା । ଚନ୍ଦ୍ରା ପୋଲିସ କେରଳରୁ ଚେନ୍ନାଇ ଆସି ଅଭିନେତା ଶିୟାସଙ୍କୁ ଗିରଫ କରିଥିବା ଜଣାପଡିଛି। ଏହାସହ ବର୍ତ୍ତମାନ ତାମିଲନାଡୁ ଆଣୁଥିବା ନେଇ ମଧ୍ୟ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.