ETV Bharat / entertainment

ଆରପାରିରେ କନ୍ନଡ ଅଭିନେତା-ନିର୍ଦ୍ଦେଶକ ଟପୋରି ସତ୍ୟ, ଇଣ୍ଡଷ୍ଟ୍ରିରେ ଶୋକ

author img

By

Published : Apr 24, 2023, 4:57 PM IST

କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଟପୋରି ସତ୍ୟଙ୍କ ଦେହାନ୍ତ ହୋଇଛି । ମାତ୍ର 43 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିୟାଇଛି । ଅଧିକ ପଢ଼ନ୍ତୁ

କନ୍ନଡ ଅଭିନେତା-ନିର୍ଦ୍ଦେଶକ ଟପୋରି ସତ୍ୟଙ୍କ ପରଲୋକ

ମୁମ୍ବାଇ: କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗତ22ରେ କନ୍ନଡ ଅଭିନେତା ସମ୍ପଥ ଜୟରାମଙ୍କ ଦେହାନ୍ତ ଖବର ମନରୁ ଲିଭିନଥିବା ବେଳେ ଆଜି ପୁଣି ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ଟପୋରି ସତ୍ୟଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 43 ବର୍ଷ ବୟସ ହୋଇଥିଲା । କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଟପୋରି । ଚିକିତ୍ସାଧୀନ ଅବସ୍ଥାରେ ସେ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଟପୋରି ସତ୍ୟ ଜଣେ କନ୍ନଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ ଥିଲେ । ଅଭିନେତା ଟପୋରି ସତ୍ୟ 30ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ମା, ପତ୍ନୀ ଏବଂ ତିନି ଝିଅ ରହିଛନ୍ତି । ସେ ପରିବାରର ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ । ତାଙ୍କ ଆକସ୍ମିକ ବିୟୋଗରେ ପରିବାରଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଟପୋରିଙ୍କ ଶେଷକୃତ୍ୟ ଆଜି ହେବ ବୋଲି ଆଶା କରାଯାଉଛି । ସେପଟେ ଜନସାଧାରଣଙ୍କ ଶେଷ ଦର୍ଶନ ପାଇଁ ସତ୍ୟଙ୍କ ପାର୍ଥୀବ ଶରୀର ବନଶଙ୍କରୀସ୍ଥିତ ତାଙ୍କ ବାସଭବନରେ ରଖାଯିବ ।

ଟପୋରିଙ୍କ ଦେହାନ୍ତ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ଏବଂ ଫ୍ୟାନ୍ସ । ସେପଟେ ଏକ ଟିଭି ନ୍ୟୁଜ୍ ଚ୍ୟାନେଲ ସହ କଥାବାର୍ତ୍ତା କରି ସତ୍ୟଙ୍କ ମାଆ ରୁକମା କହିଛନ୍ତି ଯେ, ସତ୍ୟ ଏକ ସପ୍ତାହ ହେଲା ଆଇସିୟୁରେ ଥିଲେ। ସେ ସବୁବେଳେ ଚଳଚ୍ଚିତ୍ର ପ୍ରତି ଉତ୍ସର୍ଗୀକୃତ ଥିଲେ । ସତ୍ୟ ପ୍ରତିଜ୍ଞା କରିଥିଲେ ଯେ ସେ ମୋର ଏବଂ ମୋ ପରିବାରର ଯତ୍ନ ନେବେ ।

ସୂଚନା ଥାଉ କି, ଯୋଗେଶ ଏବଂ ନନ୍ଦିତାଙ୍କ ଅଭିନୀତ 'ନନ୍ଦା ଲଭ୍ ନନ୍ଦିତା'ରେ ଟପୋରୀ ସତ୍ୟ ଜଣେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। 2008ରେ ରିଲିଜ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏଥିସହ ସେ ତାଙ୍କର ଅଧିକାଂଶ ଫିଲ୍ମରେ ସହ ଅଭିନେତା ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ସେ 'ମେଲା' ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏବଂ ତାଙ୍କର ପରବର୍ତ୍ତୀ ନିର୍ଦ୍ଦେଶନା ପାଇଁ ପ୍ରସ୍ତୁତି କରୁଥିଲେ। ଖବର ଅନୁଯାୟୀ, ସେ ତାଙ୍କର ପରବର୍ତ୍ତୀ ଫିଲ୍ମ ପାଇଁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଏବଂ ଅଡିସନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲେ । ଏଭଳି ପରିସ୍ଥିତିରେ ସେ ଦୁନିଆରୁ ବିଦାୟ ନେବା ଖବର ପ୍ରଶଂସକ ତଥା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ବଡ ଝଟକା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.