ହାଇଦ୍ରାବାଦ: ସାଉଥ ଅଭିନେତା କମଲ ହାସନ ଲୋକପ୍ରିୟ ଏବଂ ସଫଳ ତାରକା ମଧ୍ୟରେ ଅନ୍ୟତମ । ସେ ସମସ୍ତ ଭୂମିକାରେ ଅତି ନୁଖୁଣ ଭାବେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଥାନ୍ତି । ୭ ନଭେମ୍ବର ୧୯୫୪ରେ ତାମିଲନାଡୁର ପରମକୁଡି ଗାଁରେ ଜନ୍ମଗ୍ରହଣ କରିଥିବା କମଲ ହାସନ ଆଜି ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଜୀବନୀ ବିଷୟରେ ଜାଣନ୍ତୁ କିଛି ରୋଚକ କଥା...
- " class="align-text-top noRightClick twitterSection" data="">
୬ ବର୍ଷ ବୟସରେ ଗୋଲ୍ଡ ମେଡାଲ ହାସଲ କରିଥିଲେ
ସାରା ଦେଶରେ ଅଭିନେତା କମଲ ହାସନଙ୍କ ନାଁରେ ବେଶ ପରିଚିତ । କିନ୍ତୁ କମଲ ହାସନଙ୍କ ଅସଲି ନାଁ ହେଉଛି ପ୍ରାର୍ଥସାରଥୀ ଶ୍ରୀନିବାସନ । ଯାହାକୁ ପରେ ତାଙ୍କ ବାପା ପରିବର୍ତ୍ତନ କରି କମଲ ହାସନ ରଖିଥିଲେ । ୬ ବର୍ଷ ବୟସରୁ ହିଁ କମଲ ହାସନ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଫିଲ୍ମ କାଲାଥୁର କାନ୍ନମ୍ମା ରେ ଶିଶୁ କଳାକାର ଭାବେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରପତିଙ୍କଠାରୁ ଗୋଲ୍ଡ ମେଡାଲ୍ ପାଇଥିଲେ । ଏହାପରେ ସେ ଅନେକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିଲେ ।
- " class="align-text-top noRightClick twitterSection" data="">
ଫିଲ୍ମରୁ ବ୍ରେକ୍ ପରେ ଡ୍ୟାନ୍ସର ହୋଇଥିଲେ କମଲ ହାସନ
କମଲ ହାସନ ଶିଶୁ କଳାକାର ଭାବେ କାମ କରିବା ପରେ ନିଜ ପାଠପଢା ପାଇଁ ସେ କିଛି ବର୍ଷ ପାଇଁ ସିନେ ଜଗତରୁ ଦୂରେଇ ଯାଇଥିଲେ । ପରେ ଯେତେବେଳେ ଇଣ୍ଡଷ୍ଟ୍ରିକୁ ଫେରିଥିଲେ ସେତେବେଳେ ସେ ଜଣେ ଅଭିନେତା ନୁହଁ ବରଂ ଫେମସ କୋରିଓଗ୍ରାଫର ଭାବେ କମବ୍ୟାକ୍ କରିଥିଲେ । ଅନ୍ନାଇ ବେଲକୋନି(୧୯୭୧), କାଶି ୟଥିରାଇ(୧୯୭୩) ଭଳି ଫିଲ୍ମରେ ସେ କୋରିଓଗ୍ରାଫର ଭାବେ କାମ କରିଛନ୍ତି ।
ଓସ୍କାର ଦୌଡ଼ରେ ସାମିଲ ହୋଇଛି କମଲ ହାସନଙ୍କ ୭ଟି ଫିଲ୍ମ
କମଲ ହାସନ ପ୍ରଥମ ଅଭିନେତା, ଯାହାଙ୍କ ୭ଟି ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି । ଏହି ୭ଟି ଫିଲ୍ମ ଶ୍ରେଷ୍ଠ ଫରେନ ଫିଲ୍ମ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲା । ଫିଲ୍ମ ଗୁଡିକ ମଧ୍ୟରେ ହେ ରାମ, ଇଣ୍ଡିଆନ, କୁରୁଥିପୁନଲ, ଥେୱର ମଗମ, ନୟାଗନ, ସାଗର(ହିନ୍ଦୀ), ସ୍ବତୀ ମୁଥ୍ୟମ(ତେଲୁଗୁ) ଇତ୍ୟାଦି ।
କମଲ ହାସନଙ୍କୁ ମିଳିଛି ଏହି ଆୱାର୍ଡ
କମଲ ହାସନଙ୍କୁ ୧୯୯ ମସିହାରେ ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ ବିବେଚନା କରାଯାଉଥିଲା । କାରଣ ସେ ତାଙ୍କ ଫିଲ୍ମ ପାଇଁ ଅଧିକ ଫି' ଆଦାୟ କରୁଥିଲେ । କମଲ ହାସନ ସାଉଥ୍ ବ୍ୟତୀତ ବଲିଉଡରେ ମଧ୍ୟ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି । ୧୯୮୫ରେ ରିଲିଜ୍ ହୋଇଥିବା କମଲଙ୍କ ଫିଲ୍ମ 'ସାଗର' ହିଟ୍ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମ ପାଇଁ କମଲ ହାସନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ସହ ଅଭିନେତା ଭାବେ ୨ଟି ପୁରସ୍କାର ମିଳିଥିଲା । ଏହିପରି ସେ ନିଜ କ୍ୟାରିଅରରେ ୧୯ଟି ଫିଲ୍ମଫେୟାର ଆୱାର୍ଡ, ୪ଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି । ଏଥିସହ ସେ କଳା ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: କମଲ ହାସଲଙ୍କ ପ୍ରଥମ ଲୁକ ଆଉଟ୍, ଏହି ଦିନ ଦେଖିବାକୁ ମିଳିବ ଫିଲ୍ମର ପ୍ରଥମ ଝଲକ
କମଲ ହାସନଙ୍କ ଆଗାମୀ ଫିଲ୍ମ
କମଲ ହାସନଙ୍କ ହାତରେ ବର୍ତ୍ତମାନ ଅନେକ ଫିଲ୍ମ ରହିଛି । ସେ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ 'କଲ୍କି ୨୮୯୮AD'ରେ ନଜର ଆସିବେ । ଏଥିସହ କମଲ ହାସନଙ୍କୁ ଇଣ୍ଡିଆନ ୨ରେ ଦେଖିବାକୁ ମିଳିବ । କମଲ ହାସନଙ୍କ 'ଇଣ୍ଡିଆନ୍-୨' ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିସହ ସେ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ଥଗ୍ ଲାଇଫ(KH 234)ରେ ମଧ୍ୟ ନଜର ଆସିବେ ।