ETV Bharat / entertainment

War 2 Star Cast: ଜାଣନ୍ତୁ କେଉଁ କେଉଁ ତାରକା ଆସିବେ ନଜର...

author img

By

Published : Apr 6, 2023, 7:54 PM IST

ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ୱାର୍-୨ ର ପୁରା ଷ୍ଟାର କାଷ୍ଟର ନାମ ସାମ୍ନାକୁ ଆସିଛି। ଏଥିରେ ଶାହାରୁଖ ଖାନ, ସଲମାନ ଖାନ, ଜନ୍ ଅବ୍ରହାମ ଏବଂ ଇମ୍ରାନ ହାସମିଙ୍କ ସମେତ ଏହି ତାରକାମାନେ ନଜର ଆସିବେ ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

ସାମ୍ନାକୁ ଆସିଲା ଫିଲ୍ମ ୱାର୍-୨ ର ପୁରା ଷ୍ଟାର କାଷ୍ଟର ନାଁ

ମୁମ୍ବାଇ: ୟଶ ରାଜ ସ୍ପାଏ ୟୁନିଭର୍ସ ପୁଣି ଭାରତୀୟ ସିନେମାରେ ଏକ ବଡ ଧମାକା କରିବାକୁ ଯାଉଛି । ଏହା ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ନେଇଆସିଛି । ଫିଲ୍ମ 'ୱାର-୨ 'ପାଇଁ ପ୍ରସ୍ତୁତ ହେଉଛି ୟଶ ରାଜ ସ୍ପାଏ ୟୁନିଭର୍ସ । ପୂର୍ବରୁ ହ୍ରିତିକ ରୋଶନଙ୍କ ସହ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏହି ଫିଲ୍ମରେ ଏଣ୍ଟ୍ରି କରିଥିବା ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା । ବର୍ତ୍ତମାନ ଫିଲ୍ମର ପୁରା ଷ୍ଟାର୍‌ କାଷ୍ଟର ନାମ ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ବଲିଉଡ ବଡ ତାରକାମାନେ ସାମିଲ ରହିଥିବା ଜଣାପଡିଛି ।

ୟଶ୍‌ରାଜ ସ୍ପାଏ ୟୁନିଭର୍ସ ଫିଲ୍ମ 'ପଠାନ'ରୁ 1000 କୋଟିରୁ ଅଧିକ ସଂଗ୍ରହ କରିବା ପରେ ବର୍ତ୍ତମାନ ଫିଲ୍ମ'ୱାର-୨ 'ପାଇଁ ପ୍ରସ୍ତୁତ ହେଉଛନ୍ତି । ଫିଲ୍ମ 'ୱାର-୨ 'ରେ ହ୍ରିତିକଙ୍କ ସହ ଜୁନିଅର ଏନଟିଆରଙ୍କ ଏଣ୍ଟ୍ରି ଦେଖିବାକୁ ମିଳିବ । ଏବେ ଫିଲ୍ମର ପୁରା ଷ୍ଟାର କାଷ୍ଟର ନାମ ସାମ୍ନାକୁ ଆସିଛି । ଏହି ଖବର ଶୁଣିବା ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ସହ ସଲମାନ ଖାନ, ଶାହାରୁଖ ଖାନ, କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ, ଦୀପିକା ପାଦୁକୋନ, ଜନ୍ ଅବ୍ରହାମ ଏବଂ ଇମ୍ରାନ ହାଶମୀ ମଧ୍ୟ ଏହି ଫିଲ୍ମରେ ନଜର ଆସିବା ନେଇ ଆଲୋଚନା ହେଉଛି । କିନ୍ତୁ ନିର୍ମାତାମାନେ ଏନେଇ ବିଧିବଦ୍ଧ ଭାବରେ କୌଣସି ସୂଚନା ଦେଇନାହାନ୍ତି ।

ସୂଚନା ଥାଉ କି, ଏହାପୂର୍ବରୁ ଫିଲ୍ମ 'ପଠାନ'ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଥାଆନ୍ତେ । କିନ୍ତୁ ବର୍ତ୍ତମାନ ସିଦ୍ଧାର୍ଥ ଆନନ୍ଦଙ୍କ ୱାର-୨ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନା କରିବା ପରେ 'ବ୍ରହ୍ମାସ୍ତ୍ର'ର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କୁ ଫିଲ୍ମର ନିର୍ଦ୍ଦେଶନ ଦେବେ । ଏବେ ସିଦ୍ଧାର୍ଥ ଆନନ୍ଦ ଫିଲ୍ମ 'ଟାଇଗର ବନାମ ପଠାନ'ର ନିର୍ଦ୍ଦେଶନା ଦେବେ । ତେବେ ଯଦି ଏହି ଷ୍ଟାର କାଷ୍ଟଙ୍କୁ ନେଇ ଫିଲ୍ମ ନିର୍ମିତ ହୁଏ, ତେବେ ଭାରତୀୟ ବକ୍ସ ଅଫିସରେ ଏକ ବଡ ଧମାକା କରିପାରେ ବୋଲି କୁହାଯାଉଛି ।

ସେପଟେ ୟଶ ରାଜ ମାଲିକ ଆଦିତ୍ୟ ଚୋପ୍ରା ଫିଲ୍ମ 'ଟାଇଗର ବନାମ ପଠାନ'କୁ ଏକ ଉଚ୍ଚ ସ୍ତରରେ ଫିଲ୍ମ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସିଦ୍ଧାର୍ଥ ଆନନ୍ଦ ଫିଲ୍ମ 'ଟାଇଗର ବନାମ ପଠାନ'ର ନିର୍ଦ୍ଦେଶନା ଦେବେ । ୟଶ ରାଜ ବ୍ୟାନର ଏଥିପାଇଁ ଏକ ବଡ ବଜେଟ୍ ପ୍ରସ୍ତୁତ କରୁଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ସିଦ୍ଧାର୍ଥ ଆନନ୍ଦ ପଠାନଙ୍କ ଅପେକ୍ଷା ଅଧିକ ଆକ୍ସନ ଏବଂ ଥ୍ରୀଲର ସିନ ଦେବାକୁ ପ୍ରସ୍ତୁତ ହେଉଛନ୍ତି । କରଣ ଅର୍ଜୁନଙ୍କ ପରେ ପ୍ରଥମ ଥର ପାଇଁ ସଲମାନ ଖାନ ଏବଂ ଶାହାରୁଖ ଏକ ଫିଲ୍ମରେ ଏକାଠି ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.