ନୂଆଦିଲ୍ଲୀ: ବହୁ ବାଦବିବାଦ ପରେ ଶେଷରେ ମୁସଲିମ ଗାୟିକା ଫରମାନି ନାଜିଙ୍କ ୟୁଟ୍ୟୁବ ଆକାଉଣ୍ଟରୁ ହଟିଲା ‘ହର ହର ଶମ୍ଭୁ’ ଗୀତ । କିନ୍ତୁ କାହିଁକି ୟ୍ୟୁଟୁବର ହଟିଲା ଫରମାନଙ୍କ ଗୀତ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଶ୍ରାବଣ ମାସରେ ‘ହର ହର ଶମ୍ଭୁ’ ଗୀତ ବେଶ ଗୁଞ୍ଜରିତ ହୋଇଥିଲା । ସୋସିଆଲ ମିଡିଆ ହେଉବା ରିଲ୍ସ ସବୁଠୁ ହର ହର ଶମ୍ଭୁ ଗୀତର ଧୂନ ଶୁଣିବାକୁ ମିଳୁଥିଲା । ଗୀତ ଏତେ ପରିମାଣରେ ପ୍ରଶଂସା ସାଉଁଟିଥିଲା ଯେ ରାତାରାତି ଷ୍ଟାର ହୋଇଯାଇଥିଲେ ଫରମାନ ନାଜି । ଯାହାକୁ ପସନ୍ଦ କରିନଥିଲେ ମୁସଲିମ ସଂପ୍ରଦାୟ । ନିଜ ସଂପ୍ରଦାୟରେ ହିଁ ବିରୋଧର ସାମ୍ନା କରିଥିଲେ ସେ । ଏପଟେ ଗୀତର କପିରାଇଟ୍ସକୁ ନେଇ ଦାବି କରିଥିଲେ ଫରମାନି ।
କିଏ ହର ହର ଶମ୍ଭୁର ଲେଖକ ?
ଖୁବ କମ ସମୟରେ ହର ହର ଶମ୍ଭୁ ଗୀତ ମାର୍କେଟରେ ବେଶ ଚହଳ ପକାଇଛି । ଯାହାକୁ ସବୁ ବର୍ଗର ଲୋକେ ବେଶପସନ୍ଦ କରିଛନ୍ତି । ଘରେ ଘରେ ପ୍ରଶଂସା ସାଉଁଟିଥିବା ଏହି ଗୀତକୁ ଲେଖିଛନ୍ତି ଜିତୁ ଶର୍ମା । ଯାହାର କଣ୍ଠଦାନ କରିଥିଲେ କେନ୍ଦୁଝର ଝିଅ ଅଭିଲିପ୍ସା ପଣ୍ଡା । କିନ୍ତୁ ଏହି ଗୀତକୁ ନେଇ ଚର୍ଚ୍ଚା ସେତେବେଳେ ବଢିଥିଲା ଯେତେବେଳେ ଫରମାନି ଗୀତର କପିରାଇଟ୍ସ ଥିବା ଦାବି କରିଥିଲେ ।
ଯାହାକୁ ନେଇ ଫରମାନିଙ୍କ ଉପରେ ଏହି ଗୀତର ଅସଲ ଗାୟକ, ଗାୟିକା ଜିତୁ ଶର୍ମା ଓ ଅଭିଲିପ୍ସା ପଣ୍ଡା ବି ନିଜ ନିଜର କ୍ରୋଧ ବ୍ୟକ୍ତ କରିଥିଲେ। ଗୀତ ଗାଇବାରେ ଅସୁବିଧା ନାହିଁ, ମାତ୍ର ଗାଇବା ସହ ୟୁଟ୍ୟୁବ୍ରେ ଏହି ଗୀତର ଶ୍ରେୟ ମୂଳ ସଂଯୋଜକଙ୍କୁ ଦେବା ଉଚିତ ଥିଲା ବୋଲି ଜିତୁ ଶର୍ମା ଅଭିଯୋଗ ଆଣିଥିଲେ । ବିବାଦ ବଢିବା ପରେ ସେ ଗୀତଟିକୁ ନିଜ ଆକାଉଣ୍ଟରୁ ହଟାଇ ଦେଇଛନ୍ତି ।
ଜିତୁ ଶର୍ମାଙ୍କ ବିଷୟରେ..
ହରହର ଶମ୍ଭୁର ଲେଖକ ଜିତୁ ଶର୍ମା ଅଟନ୍ତି । ପିଲା ଦିନେ ଅତି ଦୁଃଖରେ ଦିନ କାଟିଛନ୍ତି ସେ । ବାପା ଘର ଘର ବୁଲି ପରିବା ବିକନ୍ତି । ସେଥିରୁ ଯାହା ଅର୍ଥ ରୋଜଗାର ହୁଅ ସେଥିରୁ ଘର ଚଳେ । ଅଭାବ ଅନାଟନ କାରଣରୁ ସେ ମାତ୍ର ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢି ପାରିଥିଲେ । ଅଭାବ ଅନଟନରେ ରହିବି ଗୀତ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ତେଣୁ 2014 ମସିହାରେ ସେ ନିଜର ଏକ ୟ୍ୟୁଟୁବ ଚ୍ୟାନେଲ ଖୋଲିଥିଲେ । ପରେ ପରେ ନିଜ ଗୁରୁ ଆକାଶଙ୍କ ସହ ମିଶି ଗୀତ ରଚନା କରିବାକୁ ଲାଗିଲେ ।
ତେବେ ଫରମାନି ଗୀତର କ୍ରେଡିଟ ନଦେଇ ନିଜର ଦାବି କରିବା ପରେ କ୍ରୋଧ ପ୍ରକାଶ କରିଥିଲେ ଜିତୁ । ଏପରିକି ଏଥିପାଇଁ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ । ଦେଶରେ ଲୋକପ୍ରିୟ ହୋଇଥିବା ଏହି ଗୀତର ଅସଲ ରଚୟିତା କିଏ ତାହାକୁ ନେଇ ବେଶ ଆଲୋଚନା ଜାରି ରହିଥିଲା । ଶେଷରେ ଗୀତକୁ ନିଜ ଆକାଉଣ୍ଟରୁ ହଟାଇ ଦେଇଛନ୍ତି ଫରମାନି ।