ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଯୋଡ଼ି ସାରା ବିଶ୍ବରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ନିଜନିଜ କ୍ଷେତ୍ରରେ ଦକ୍ଷତା ପ୍ରମାଣିତ କରିବା ସହ ଏହି ଦମ୍ପତିଙ୍କ ମଧ୍ୟରେ ଥିବା ଭଲ ସ୍ନେହ ଓ ଭଲ ପାଇବା ଚର୍ଚ୍ଚାରେ ରହିଥାଏ । ବିରାଟ-ଅନୁଷ୍କା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି । ଫଟୋ ଏବଂ ଭିଡିଓ ସେୟାହ କରି ଉଭୟ ନିଜ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାଆନ୍ତି । କେତେବେଳେ ବିରାଟ ତାଙ୍କ ଝିଅଙ୍କ ସହ ଫଟୋ ସେୟାର କରନ୍ତି ତ ଆଉ କେତେବେଳେ ସେ ତାଙ୍କର ମଜାଳିଆ ଭିଡିଓ ପ୍ରଶଂସକଙ୍କ ହୃଦୟ ଜିତୁଥିବା ଦେଖିବାକୁ ମିଳିଥାଏ । ଏହାରି ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦମ୍ପତି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି ପଞ୍ଜାବୀ ଗୀତରେ ଉଭୟ ଝୁମୁଥିବା ନଜର ଆସିଛନ୍ତି । ଯାହା ବେଶ ଭାଇରାଲ ହେବାରେ ଲାଗିଛି ।
ରବିବାର ଖେଳାଯାଇଥଇବା ଆଇପିଏଲ୍ର ଏକ ମ୍ୟାଚ୍ରେ ଅନୁଷ୍କାଙ୍କୁ ବିରାଟ କୋହଲି ଫ୍ଲାଇଂ କିସ୍ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ଆଉ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଅନୁଷ୍କା ଇନଷ୍ଟାଗ୍ରାମରେ ଉଭୟଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅନୁଷ୍କା ଏବଂ ବିରାଟ ଜିମ୍ରେ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବିରାଟ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳୁଛି । ଯାହାପରେ ନେଇ ଅନୁଷ୍କା ଖୁବ ହସିବାରେ ଲାଗିଛନ୍ତି । ଭିଡିଓ ସେୟାର କରି ଅନୁଷ୍କା କ୍ୟାପସନରେ ଲେଖିଛନ୍ତି, 'ଡ୍ୟାନ୍ସ ପେ ଚାନ୍ସ ' ଏହି ଭିଡିଓ ସେୟାର ହେବାର ମାତ୍ର କିଛି ମୁହୂର୍ତ୍ତ ଭିତରେ 5 ଲକ୍ଷରୁ ଅଧିକ ପ୍ରଶଂସକ ଏହାକୁ ଲାଇକ୍ କରିବା ସହ ପ୍ରତିକ୍ରିୟାରେ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି।
ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ୍ସ ଲେଖିଛନ୍ତି, 'କିଙ୍ଗ୍ ଆଣ୍ଡ୍ କ୍ବିନ୍' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ଦୁହେଁ ପରସ୍ପର ପାଇଁ । ଦୁନିଆର ଶ୍ରେଷ୍ଠ ସେଲିବ୍ରିଟି ଦମ୍ପତି' ଭଗବାନ ଆପଣଙ୍କୁ ଉଭୟଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ଶୁୁଖରେ ରଖନ୍ତୁ । ଆଉ ଜଣେ ଫ୍ୟାନ୍ସ ମଜାଢିଆ ଢଙ୍ଗରେ ଲେଖିଛନ୍ତି, 'ପୁରୁଷମାନେ କେବଳ ନିଜ ପସନ୍ଦର ମହିଳାମାନଙ୍କ ପାଇଁ ଡ୍ୟାନ୍ସ କରନ୍ତି ।'
ତେବେ ଏହି ଭିଡିଓରେ ବିରାଟ ଏକ ବ୍ଲାକ ସାର୍ଟ ଏବଂ ହ୍ୱାଇଟ୍ ପ୍ୟାଣ୍ଟ୍, ଜୋତା ସହ କ୍ୟାପ ପିନ୍ଧିଥିବା ବେଳେ ଅନୁଷ୍କା ରଙ୍ଗୀନ ସାର୍ଟ ସହ ବ୍ଲୁ ଜିନ୍ସ ଏବଂ ହ୍ୱାଇଟ୍ ଜୋତାରେ ନଜର ଆସିଛନ୍ତି । ଉଭୟ ଏହି ଲୁକ୍ରେ ଖୁବ ସୁନ୍ଦର ଦେଖାଯାଉଥିଲେ । ଉଭୟଙ୍କ ଏହି ମଜାଳିଆ ଭିଡିଓକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।