ETV Bharat / entertainment

ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା ଭୋଗୁଛନ୍ତି ଛବି ମିତ୍ତଲ, ଦେଲେ ସ୍ୱାସ୍ଥ୍ୟ ଅପଡେଟ୍ - ଟିଭି ଅଭିନେତ୍ରୀ ଛବି ମିତ୍ତଲ

କର୍କଟ ରୋଗ ସହ ଲଢ଼ିଥିବା ଅଭିନେତ୍ରୀ ଛବି ମିତ୍ତଲ ନିଜ ସ୍ବାସ୍ଥ୍ୟ ସମସ୍ୟା ନେଇ ଏକ ନୋଟ ସେୟାର କରିଛନ୍ତି । ସେ ଏଥିରେ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ କେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେ କିପରି ମୁକାବିଲା କରୁଛନ୍ତି ତାହା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯନ୍ତ୍ରଣା ବଖାଣିଲେ ଛବି ମିତ୍ତଲ, ନୋଟ ସେୟାର କରି ଦେଲେ ସ୍ୱାସ୍ଥ୍ୟ ଅପଡେଟ୍

author img

By

Published : Jul 27, 2023, 4:37 PM IST

ହାଇଦ୍ରାବାଦ: ଛବି ମିତ୍ତଲ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଏହି ଅଭିନେତ୍ରୀ ଅନେକ ଟିଭି ଶୋ' ସହ ୱେବ୍ ସିରିଜ୍ ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛନ୍ତି । ହେଲେ ଦୀର୍ଘ ସମୟ ଧରି ଛବି ପରଦାରୁ ଦୂରରେ ରହିଛନ୍ତି । କିନ୍ତୁ ଏହି ଅଭିନେତ୍ରୀ ଗତ କିଛି ମାସ ମଧ୍ୟରେ ଅନେକଙ୍କ ପାଇଁ ଏକ ପ୍ରେରଣା ରହି ଆସିଛନ୍ତି । ବାସ୍ତବରେ ଛବି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ସେ ଏକ ନୋଟ୍ ସେୟାର କରିଛନ୍ତି । ଏଥିରେ ଅଭିନେତ୍ରୀ ପ୍ରଶଂସକ ଏବଂ ଫଲୋର୍ସଙ୍କ ସହ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହିଛନ୍ତି ।

ଛବି ସ୍ତନ କର୍କଟରେ ଆକ୍ରାନ୍ତ ହେବା ପରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହାପରେ ସେ ତାଙ୍କର କର୍କଟ ରୋଗ ନିର୍ଣ୍ଣୟ, ଅସ୍ତ୍ରୋପଚାର ଏବଂ ପୁନରୁଦ୍ଧାର ପ୍ରକ୍ରିୟାର ପ୍ରତ୍ୟେକ ବିବରଣୀ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ବର୍ତ୍ତମାନ ଛବି ମିତ୍ତଲ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ନୋଟ୍ ସେୟାର କରିଛନ୍ତି । ଏହି ନୋଟ୍‌ରେ ଅଭିନେତ୍ରୀ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ ଅଭିନେତ୍ରୀ କିପରି ଯନ୍ତ୍ରଣା ସହ୍ୟ କରୁଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ଏହି ପରିସ୍ଥିତି ଦେଇ ଗତି କରିଥିବା ସମସ୍ତ କର୍କଟ ରୋଗୀଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ।

ଛବି ନୋଟରେ ଲେଖିଛନ୍ତି, "ସ୍ତନ କର୍କଟ କାରଣରୁ ଚିକିତ୍ସା ଆରମ୍ଭ ହୋଇଥିଲା, ଯାହାର ଏକ ମୁଖ୍ୟ ଅଂଶ ହେଉଛି ଟୈମୋସିଫେନ୍ ଯାହା ମୋତେ ପ୍ରତିଦିନ 10 ବର୍ଷ ନେବାକୁ ପଡିବ । ଟୈମୋକ୍ସିଫେନ୍ ହରମୋନ୍ ପରିବର୍ତ୍ତନ କରେ ଏବଂ ଏଥିସହ ଆହୁରି ବହୁତ କିଛି ପରିବର୍ତ୍ତନ ହୁଏ । ହାଡର ଘନତ୍ୱ ସହ ମିନେରାଲ୍ ନଷ୍ଟ ହୋଇଯାଇଥାଏ । ଏହି କାରଣରୁ ହାଡ଼ ଫ୍ୟାକ୍ଚର ହେବାର ସମ୍ଭାବନା ରହିଥାଏ । ଯେପରି ମୋର ଗୋଡ ହୋଇଥିଲା । ଏହାର ଚିକିତ୍ସା ଏକ ଇଞ୍ଜେକ୍ସନ୍, ଯାହା ମୁଁ ଦୁଇ ଦିନ ପୂର୍ବରୁ ନେଇଥିଲି ଏବଂ ସେହି ଇଞ୍ଜେକ୍ସନ୍‌ର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।

ଅଭିନେତ୍ରୀ ଆହୁରି କହିଛନ୍ତି, "ଗତକାଲିଠୁ ମୋର ପୁରା ଛାତି, ପିଠି, କାନ୍ଧ, ବେକରେ ବହୁତ ଯନ୍ତ୍ରଣା ହେଉଛି । ମୁଁ ଯନ୍ତ୍ରଣାରେ ନିଃଶ୍ୱାସ ନେବାକୁ ବି ସକ୍ଷମ ହୋଇ ପାରୁନଥିଲି । ତା’ପରେ ମୁଁ ସେହି ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକର ମୁକାବିଲା ପାଇଁ ଔଷଧ ନେଇଥିଲି । ଏହା ବ୍ୟତୀତ ମୋ ପାଖରେ କିଛି ବିକଳ୍ପ ନାହିଁ । ଥରେ କର୍କଟ ରୋଗରୁ ବଞ୍ଚିତ ହେଲେ ବି, ସର୍ବଦା କର୍କଟ ରୋଗର ସରଭାଇବର ହୋଇ ରହିଥାଏ। ଯେଉଁମାନେ ସମାନ ସ୍ଥିତି ଦେଇ ଗତି କରିଛନ୍ତି ଏବଂ ଦୈନନ୍ଦିନ ଜୀବନଯାପନ କରିବାକୁ ସଂଘର୍ଷ କରୁଛନ୍ତି, ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଏତିକି କହିପାରିବି ଯେ ଆଜି ଭଲ ଦିନ ହୋଇନପାରେ, କିନ୍ତୁ ଆସନ୍ତାକାଲି ଭଲ ହେବ । ମୁଁ ଏହାକୁ ନେଇ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ।"

ଏହା ମଧ୍ୟ ପଢନ୍ତୁ:ହିନ୍ଦୀ ସିରିୟଲ ଅଭିନେତ୍ରୀ ଛବି ମିତ୍ତଲଙ୍କ ସଫଳ ସ୍ତନ୍ୟ କର୍କଟ ସର୍ଜରୀ

ଛବି ମିତ୍ତଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଏହି ଅଭିନେତ୍ରୀ 2004ରେ ନିର୍ଦ୍ଦେଶକ ମୋହିତ ହୁସେନଙ୍କୁ ବିବାହ କରିଥିଲେ । 2012ରେ ଏହି ଦମ୍ପତି ନିଜ ଝିଅ ଆରିଜାଙ୍କୁ ଜନ୍ମ ଦେଇଥିଲେ । 2019 ମସିହାରେ, ଛବି ପୁଅ ଅରହମଙ୍କୁ ଜନ୍ମ ଦେଇଥିଲେ । ସେହିପରି ଛବି ମିତ୍ତଲଙ୍କ ବୃତ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀ '3 ବୋହୁରାନିଆଁ', 'ତୁହ୍ମାରି ଦିଶା', 'ଘର କି ଲକ୍ଷ୍ମୀ ବେଟିଆଁ', 'ନାଗିନ', 'ଏକ ଚୁଟକି ଆସମାନ', 'ବିରାସତ', 'କୃଷ୍ଣଦାସୀ' ଭଳି ଅନେକ ସୋ’ରେ ଅଭିନୟ କରିଛନ୍ତି । ଛବି 2015ରେ ତାଙ୍କ ସ୍ୱାମୀ ମୋହିତଙ୍କ ସହ ଡିଜିଟାଲ ପ୍ରୋଡକ୍ସନ କମ୍ପାନୀ ସିଟି ଆଇଡିଆ ଟ୍ରେଣ୍ଡିଂ (SIT)ର ସହ-ପ୍ରତିଷ୍ଠାତା ଭାବେ କାମ କରିବା ଆରମ୍ଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.