ETV Bharat / entertainment

ସ୍ତ୍ରୀକୁ ମାରପିଟ ଅଭିଯୋଗରେ ୟୁଟ୍ୟୁବର ବିବେକ ବିନ୍ଦ୍ରାଙ୍କ ନାଁରେ ମାମଲା

author img

By ETV Bharat Odisha Team

Published : Dec 23, 2023, 11:34 AM IST

Updated : Dec 23, 2023, 11:44 AM IST

Case Against Influencer Vivek Bindra: ବିବାହକୁ 7 ଦିନ ନପୁରୁଣୁ ଥାନାରେ ପହଞ୍ଚିଲା ଘରୋଇ ହିଂସା । ସ୍ତ୍ରୀକୁ ମାରପିଟ କରିବା ଅଭିଯୋଗରେ ଲୋକପ୍ରିୟ ୟୁଟ୍ୟୁବର ତଥା ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାଁରେ ମାମଲା ରୁଜୁ । ଅଧିକ ପଢନ୍ତୁ

Case Against Influencer Vivek Bindra
Case Against Influencer Vivek Bindra

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ତଥା ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାଁରେ ମାମଲା ରୁଜୁ । ଛୋଟ ବିବାଦ ଯୋଗୁଁ ନିଜ ସ୍ତ୍ରୀଙ୍କୁ ମାରପିଟ ସହ ନିର୍ଯାତନା ଦେଉଥିବା ଅଭିଯୋଗରେ ବିବେକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ବିବେକଙ୍କ ବିରୋଧରେ ତାଙ୍କ ଶାଳକ ବୈଭବ କ୍ବାତ୍ରା ଏତଲା ଦେଇଥିବା ନେଇ ନୋଏଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ନୋଏଡା ସେକ୍ଟର 126 ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ବିବେକ ବିନ୍ଦ୍ରା ତାଙ୍କ ସ୍ତ୍ରୀକୁ ମାରପିଟ କରିଥିବା ବେଳେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅନକ ଦିନ ଯାଏଁ ତାଙ୍କର ଚିକିତ୍ସା ଜାରି ରହିଥିଲା । ଏହାସହ ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବା ନେଇ ମଧ୍ୟ ବିବେକଙ୍କ ଶାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ସ୍ତ୍ରୀଙ୍କ ସହିତ ନୋଏଡାର ସେକ୍ଟର 94ର ସୁପରନୋଭା ୱେଷ୍ଟ୍ ରେସିଡେନ୍ସି ରହୁଥିଲେ । ତେବେ ଗତ 7 ତାରିଖ ଦିନ କୌଣସି କାରଣରୁ ବିବେକ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝଗଡାର ସମାଧାନ କରିବାକୁ ଆସିବାରୁ ବିବେକ ତାଙ୍କ ସ୍ତ୍ରୀ ୟାନିକାକୁ ମଧ୍ୟ ମାରପିଟ କରିଥିଲେ । କହିରଖୁଛୁ କି, ଗତ ଡିସେମ୍ବର 6 ତାରିଖରେ ବିବେକ ବିନ୍ଦ୍ରା ୟାନିକା ସହିତ ବିବାହ କରିଥିବା ବେଳେ ସାତଦିନ ନପୁରୁଣୁ ଥାନାରେ ମାମଲା ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ଜେଲ ଭିତରୁ ଜ୍ୟାକଲିନଙ୍କୁ ଧମକ ଦେଉଛି ମହାଠକ ସୁକେଶ, ‘ଖୋଲିଦେବି ସବୁ ରାଜ୍‌’

FIR ଅନୁସାରେ, ବିବେକ ୟାନିକାକୁ ଏକ କୋଠରୀରେ ବନ୍ଦ କରି ତାଙ୍କ କେଶକୁ ଟାଣି ଆକ୍ରମଣ କରିଥିଲେ । ବିନ୍ଦ୍ରା ରାଗରେ ତାଙ୍କ ଫୋନ ମଧ୍ୟ ଭାଙ୍ଗି ଦେଇଥିଲେ । ତେବେ ୟାନିକାକୁ ଏଭଳି ଅକଥନୀୟ ନିର୍ଯାତନା ଦେଇଥିଲେ ଯେ, ତାଙ୍କର କାନରେ ଆଘାତ ଲାଗିଥିବା ନେଇ ୟାନିକାଙ୍କ ଭାଇ ଅଭିଯୋଗ କରିଛନ୍ତି । ତେବେ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଅଭିଯୋଗ କ୍ରମେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ବିବେକ ବିନ୍ଦ୍ରା କଥା କହିବାକୁ ଗଲେ ସେ ବଡା ବିଜନେସ ପ୍ରାଇଭେଟ ଲିମିଡେଟ(BBPL)ର ସିଇଓ ଅଟନ୍ତି । ଏହାସହ ସେ ଜଣେ ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ବେଶ ଜଣାଶୁଣା । ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ରହିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଲୋକପ୍ରିୟ ମୋଟିଭେସନାଲ ସ୍ପିକର ସନ୍ଦିପ ମାହେଶ୍ବରୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଜାଲିଆତି ଘଟଣାରେ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଘରୋଇ ହିଂସା ମାମଲାରେ ବିବେକଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Last Updated : Dec 23, 2023, 11:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.