ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲ 2023ର ତୃତୀୟ ଦିନ ପୂରିଛି । ଏଠାରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ନିଜର ଦମଦାର ଲୁକ୍ରେ ନଜର ଆସିଛନ୍ତି । ତେବେ ଚଳିତବର୍ଷ କାନ୍ସ ରେ ଉର୍ବଶୀ ରୌତେଲା ନିଜ ଲୁକ୍କୁ ନେଇ ବାରମ୍ବାର ଶିରେନାମାରେ ରହିଛନ୍ତି । କାନ୍ସର ତୃତୀୟ ଦିନରେ ଉର୍ବଶୀଙ୍କୁ ଏକ ଅଜବ ଲୁକ୍ରେ ଦେଖିବାକୁ ମିଳିଛି ।ଫଟୋଗୁଡ଼ିକ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଅଭିନେତ୍ରୀ ତାଙ୍କ ଲୁକ୍ ପାଇଁ ପୁଣି ଟ୍ରୋଲର ଶିକାର ହୋଇଛନ୍ତି । ଏହାପୂର୍ବରୁ ଉର୍ବଶୀଙ୍କ କ୍ରୋକଡାଇଲ ନେକ୍ଲେସ ନେଇ ଟ୍ରୋଲର ଶିକାର ହୋଇଥିଲେ । ଏଥର ସେ ଲିପଷ୍ଟିକ୍ ପାଇଁ ପୁଣି ଟ୍ରୋଲ ହୋଇଛନ୍ତି ।
- " class="align-text-top noRightClick twitterSection" data="
">
କାନ୍ସରେ ତୃତୀୟ ଦିନରେ ଉର୍ବଶୀ ରୌତେଲା ବ୍ଲୁ ହ୍ବାଇଟ ଗାଉନରେ ନଜର ଆସିଛନ୍ତି । ଏହି ଆଉଟଫିଟରେ ଅଭିନେତ୍ରୀ କେଶ ବାନ୍ଧି ବେକରେ ଏକ ଭାରି ହାର ପିନ୍ଧିଛନ୍ତି । ଏହା ସହ ଅଭିନେତ୍ରୀ ବୋଲ୍ଡ ବ୍ଲୁ ରଙ୍ଗର ଲିପ୍ଷ୍ଟିକ୍ ଲଗାଇଥିବା ନଜର ଆସିଥିଲେ । ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଲିପଷ୍ଟିକକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି । ଜଣେ ଫ୍ୟାନ୍ସ ଲେଖିଛନ୍ତି, 'ଐଶ୍ୱର୍ଯ୍ୟାଙ୍କ ଲୁକ୍ କପି କରିଛନ୍ତି ।' ଅନ୍ୟ ଜଣେ ଲେଖିଛନ୍ତି, ଆପଣ ଏକ କାର୍ଟୁନ୍ ପରି ଦେଖାଯାଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, 'ବହୁତ ଅଦରକାରୀ ରଙ୍ଗ' । ଅନ୍ୟ ଜଣେ ଲେଖିଛନ୍ତି, 'କାନ୍ସକୁ ମେଟ ଗାଲା କରାଯାଇଛି ।'
-
"Drop something green from your gallery"
— Reyansh . Risk everything... Regret nothing... (@reyansha91) May 18, 2023 " class="align-text-top noRightClick twitterSection" data="
trend ko didi kuch seriously le liya 🙃🤪#CannesFilmFestival2023 #UrvashiRautela pic.twitter.com/y6U5EVHEip
">"Drop something green from your gallery"
— Reyansh . Risk everything... Regret nothing... (@reyansha91) May 18, 2023
trend ko didi kuch seriously le liya 🙃🤪#CannesFilmFestival2023 #UrvashiRautela pic.twitter.com/y6U5EVHEip"Drop something green from your gallery"
— Reyansh . Risk everything... Regret nothing... (@reyansha91) May 18, 2023
trend ko didi kuch seriously le liya 🙃🤪#CannesFilmFestival2023 #UrvashiRautela pic.twitter.com/y6U5EVHEip
ସୂଚନା ଥାଉ କି, ଉର୍ବଶୀ 76ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ଫିଙ୍କ୍ ରଙ୍ଗର ଗାଉନ ସହ ଅଭିନେତ୍ରୀ ରେଡ୍ କାର୍ପେଟରେ ନଜର ଆସିଥିଲେ । ଏହି ସମୟରେ ସେ ନିଜ ଆଉଟ୍ଫିଟ୍ ସହ କ୍ରୋକଡାଇଲ ନେକ୍ଲେସ ପିନ୍ଧି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉର୍ବଶୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ଟ୍ରୋଲ ହୋଇଥିଲେ । ଟ୍ରୋଲ୍ ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ପ୍ରତିକ୍ରିୟା ବି ରଖିଥିଲେ। ଏହି ହାର ସହ ମୋର ଇମୋସନ ଜଡ଼ିତ ବୋଲି କହିଛନ୍ତି ଉର୍ବଶୀ । ତେବେ ଏବେ ପୁଣି ନିଜ ଲିପଷ୍ଟିକକୁ ନେଇ ଟ୍ରୋଲ ହୋଇଛନ୍ତି ।
-
Urvashi Rautela at Cannes see i get the vision but yikes pic.twitter.com/z6NIsT72DQ
— Ishiiiiii (@Ishibishiii) May 18, 2023 " class="align-text-top noRightClick twitterSection" data="
">Urvashi Rautela at Cannes see i get the vision but yikes pic.twitter.com/z6NIsT72DQ
— Ishiiiiii (@Ishibishiii) May 18, 2023Urvashi Rautela at Cannes see i get the vision but yikes pic.twitter.com/z6NIsT72DQ
— Ishiiiiii (@Ishibishiii) May 18, 2023
ଉର୍ବଶୀଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଉର୍ବଶୀ ରୌତେଲା ନାଗାର୍ଜୁନଙ୍କ ପୁଅ ଅଖିଲ ଅକ୍କିନେନିଙ୍କ ସହ ଫିଲ୍ମ 'ଏଜେଣ୍ଟ'ରେ କାମ କରୁଛନ୍ତି । ଏହି ଫିଲ୍ମରେ ମମୁଟିି ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଫିଲ୍ମର ବଜେଟ୍ 100 କୋଟି ବୋଲି କୁହାଯାଉଛି । ଏହା ଏକ ଭାରତୀୟ ସ୍ପାଇ-ଥ୍ରୀଲର ଫିଲ୍ମ ଅଟେ । ନିର୍ଦ୍ଦେଶକ ସୁରେନ୍ଦ ରେଡ୍ଡୀ ଏହି 'ଏଜେଣ୍ଟ' ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।